ପ୍ରଥମେ ପ୍ରେମ ତାପରେ ଶାରିରୀକ ସମ୍ପର୍କ, ଆଉ ତାପରେ ଧୋକା…

ମାହାଙ୍ଗା(କେନ୍ୟୁଜ୍) : ପ୍ରଥମେ ପ୍ରେମ, ତାପରେ ଶାରିରୀକ ସମ୍ପର୍କ । ଆଉ ତାପରେ ୧ଲକ୍ଷରୁ ଅଧିକ ଟଙ୍କା ନେଇ ଧୋକା ଦେଇଛି ଜଣେ ଯୁବକ । ଏପରିକି ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକାକୁ ଧୋକା ଦେଇଛି । ଏଭଳି ଘଟଣା ଘଟିଛି କଟକ ମାହାଙ୍ଗା ବାସୁଦେବପୁର ଗାଁରେ । ଅଭିଯୋଗ ପରେ ମାହାଙ୍ଗା ପୋଲିସ ବିକାଶକୁ ଗିରଫ କରି ପଚରାଉଚରା କରୁଛି । ଅନ୍ୟପଟେ ଯୁବତୀ ଜଣକ ନ୍ୟାୟ ସହ ବିକାଶ ନେଇଥିବା ୧ଲକ୍ଷ ଟଙ୍କାକୁ ହସ୍ତାନ୍ତର କରିବାକୁ ମାହାଙ୍ଗା ପୋଲିସ ନିକଟରେ ଦାବି କରିଛନ୍ତି । ଯଦି ସଂପୃକ୍ତା ଯୁବତୀକୁ ନ୍ୟାୟ ନମିଳେ ଉପରିସ୍ଥ ପୋଲିସ ପ୍ରଶାସନ ନିକଟରେ ଅନଶନ କରିବା ସହ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.