Below header

ଏତେଥର ଭାଙ୍ଗିଥିଲେ ଟ୍ରାଫିକ ନିୟମ ଯେ ପୋଲିସବାଲା ଧରାଇଲେ ଦୁଇ ମିଟର ଲମ୍ବା ଚାଲାଣ

ପ୍ରତିଦିନ ଟ୍ରାଫିକରେ ପ୍ରାୟ ଅଧିକାଂଶ ଲୋକଙ୍କର ଚାଲାଣ କଟିଥାଏ । କାହାର ଟିକିଏ ଛୋଟ ଆମାଉଣ୍ଟ ଥାଏ ତ କାହାର ବଡ ଆମାଉଣ୍ଟ କିନ୍ତୁ ନିକଟରେ ବାଙ୍ଗାଲୁରରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ଜଣେ ବାଇକ ଚାଳକଙ୍କ ନିକଟକୁ ଏତେ ଲମ୍ବା ଚାଲାଣ ଆସିଛି ଯେ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ସୂଚନା ଅନୁଯାୟୀ ମଡିବାଲାରେ ରହୁଥିବା ଅରୁଣ କୁମାର ନାମକ ଜଣେ ବ୍ୟକ୍ତି ପରିବା ବିକ୍ରି କରନ୍ତି କିନ୍ତୁ ତାଙ୍କୁ ହେଲ୍ମେଟ ନ ପିନ୍ଧିବାର ଏକ ବଡ଼ ଖରାପ ଅଭ୍ୟାସ ରହିଥିଲା । ତେବେ ଏହି କାରଣରୁ ତାଙ୍କ ଉପରେ ଏକ ଏତେବଡ ଜରିମାନା ଲାଗିଛି ଯେ ବର୍ତ୍ତମାନ ସେ ହେଲମେଟ ନପିନ୍ଧିବା କଥା ସ୍ୱପ୍ନରେ ବି ଭାବିବେନି । ମିଳିଥିବା ଖବର ଅନୁଯାୟୀ ଗତକାଲି ଟ୍ରାଫିକ ପୋଲିସ ଅରୁଣଙ୍କୁ ବାଇକ ନେଇ ଯାଉଥିବା ବେଳେ ରୋକିଥିଲେ ଯେତେବେଳେ ସେ ହେଲ୍ମେଟ ପିନ୍ଧିନଥିଲେ । କିନ୍ତୁ ସେ ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେତେବେଳେ ଟ୍ରାଫିକ ପୋଲିସ ଜଣଙ୍କ ତାଙ୍କୁ ଦୁଇ ମିଟର ଲମ୍ବା ଏକ ଚାଲାଣ ରସିଦ ଦେଇଥିଲେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ନେ ଏହି ଚାଲାଣ ଟି ବ୍ୟକ୍ତିଜଣକ କିଣିଥିବା ସେକେଣ୍ଡ ହ୍ୟାଣ୍ଡ ସ୍କୁଟରର ଦାମରୁ ମଧ୍ୟ ଅଧିକ ଥିଲା ।

ପୋଲିସର କହିବା ଅନୁଯାୟୀ ଅରୁଣ ଆଜି ପର୍ଯ୍ୟନ୍ତ 77 ଥର ଯାତାୟାତ ନିୟମକୁ ଉଲ୍ଲଙ୍ଘନ କରିଛନ୍ତି ଯେଉଁଥିପାଇଁ ବର୍ତ୍ତମାନ ତାଙ୍କୁ 42,500 ଟଙ୍କାର ଜରିମାନା ଭରିବାକୁ ପଡିବ । ବର୍ତ୍ତମାନ ପୋଲିସ ଅରୁଣଙ୍କ ସ୍କୁଟରଟିକୁ ଜବତ କରିନେଇଛି । ତେବେ ଅରୁଣ ଏହି ପଇସା ଯୁଗାଡ଼ କରିବା ପାଇଁ ପୋଲିସକୁ କିଛି ସମୟ ମାଗିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.