Below header

୧୬ ଜଣଙ୍କୁ ଚୋରି ସୁନା ଅଳଙ୍କାର ଫେରାଇଲା ବ୍ରହ୍ମପୁର ପୋଲିସ୍‌

ବ୍ରହ୍ମପୁର ପୋଲିସ ଜିଲ୍ଲା ଅଧୀନରେ ଥିବା ବିଭିନ୍ନ ଥାନା ଅଂଚଳରୁ ଚୋରି ହୋଇଥିବା ସୁନା, ରୁପା ଅଳଙ୍କାର ପୋଲିସ ଜବତ କରିବା ପରେ ଆଜି ସେ ସବୁ ଅଳଙ୍କାର ଚୋରି ଯାଇଥବା ଲୋକଙ୍କୁ ପ୍ରଦାନ କରାଯାଇଛି l ବ୍ରହ୍ମପୁର ଏସପି ତାଙ୍କ କାର୍ଯ୍ୟାଳୟରେ ୧୬ଜଣଙ୍କୁ ୯୨୦ ଗ୍ରାମ ସୁନା ଓ ୪୦୦ ଗ୍ରାମର ରୁପା ଅଳଙ୍କାର ପ୍ରଦାନ କରିଥିଲେ l

ବ୍ରହ୍ମପୁର: ଲୋକଙ୍କ ମୁହଁରେ ଫୁଟିଛି ହସ । ଫେରି ପାଇଛନ୍ତି ଚୋରି ହୋଇଥିବା ସୁନା, ରୂପା । ତାହା କେବଳ ପୋଲିସଙ୍କ ମହାନତା ଯୋଗୁଁ ସମ୍ଭବପର ହୋଇପାରିଛି । ଦିନକୁ ଦିନ ଚୋରି ଲୁଟ୍‌ପାତର ଆତଙ୍କ ଦେଖାଯାଉଥିବା ବେଳେ ସେହି ଚୋରି ଜିନିଷ କେବେ ଫେରି ପାଇବେ ତାକୁ ନେଇ କାହାରି ମନରେ ନଥିଲା ଆଶା । କିନ୍ତୁ ଏହା ସମ୍ବବପର ହୋଇପାରିଛି ପୋଲିସ ବାବୁଙ୍କ ପାଇଁ । ସବୁେବେଳ ଆମେ ପୋଲିସଙ୍କୁ ଦୋଷ ଦେଇ ଆସିଛୁ କିନ୍ତୁ ଆଜି ପୋଲିସଙ୍କର ଏହି କାର୍ଯ୍ୟ ଲୋକଙ୍କ ଚିନ୍ତାଧାରାକୁ ବଦଳାଇ ଦେଇଛି ।

ସବୁବେଳେ ଖାକି କ୍ରୁରତାର ପରିଚୟ ତାହା ନୁହେଁ ଖାକି ତଳେ ଲୁଚି ରହିଛି ମାନବିକତା ଏବଂ ବିବେକ । କାରଣ ପୋଲିସ ଆମକୁ ସୁରକ୍ଷା ପ୍ରଦାନ କରିଆସିଛନ୍ତି ତାର ଜ୍ୱଳନ୍ତ ଉଦାହରଣ ଯୋଗୁଁ ଲୋକଙ୍କୁ ମିଳିପାରିଛି ତାଙ୍କ ଅଳଙ୍କାର । ସୁନା ଗହଣା ବଦଳରେ ଅନ୍ୟ ଜିନିଷ ହୋଇଥିଲେ କଥାଟା ଅଲଗା ହୋଇଥାଆନ୍ତା କିନ୍ତୁ କଥା ଏଠି ସୁନା,ରୂପାର । ଯାହା ପ୍ରତି ରହିଥାଏ ପ୍ରତ୍ୟେକ ମଣିଷଙ୍କର ଲୋଭ । କିନ୍ତୁ ପୋଲିସଙ୍କର ସଚ୍ଚୋଟ ମନୋବୃତ୍ତି ଏବଂ କର୍ତ୍ତବ୍ୟ ପରାୟଣ ନୀତି ଯୋଗୁଁ ଆଜି ଲୋକଙ୍କ ମୁହଁରେ ଫୁଟି ପାରିଛି ହସ । ହୃଦୟରୁ ପୋଲିସ ବାବୁଙ୍କୁ ଜଣାଇଛନ୍ତି ଧନ୍ୟବାଦ ।

ବ୍ରହ୍ମପୁର ପୋଲିସ ଜିଲ୍ଲା ଅଧୀନରେ ଥିବା ବିଭିନ୍ନ ଥାନା ଅଂଚଳରୁ ଚୋରି ହୋଇଥିବା ସୁନା, ରୁପା ଅଳଙ୍କାର ପୋଲିସ ଜବତ କରିବା ପରେ ଆଜି ସେ ସବୁ ଅଳଙ୍କାର ଚୋରି ଯାଇଥବା ଲୋକଙ୍କୁ ପ୍ରଦାନ କରାଯାଇଛି l ବ୍ରହ୍ମପୁର ଏସପି ତାଙ୍କ କାର୍ଯ୍ୟାଳୟରେ ୧୬ଜଣଙ୍କୁ ୯୨୦ ଗ୍ରାମ ସୁନା ଓ ୪୦୦ ଗ୍ରାମର ରୁପା ଅଳଙ୍କାର ପ୍ରଦାନ କରିଥିଲେ l ପୂର୍ବରୁ ପୋଲିସ ଏସବୁ ମାମଲାରେ ଲୂଟେରା ଓ ସୁନା କିଣିଥବା ଅଭିଯୋଗରେ ସମୁଦାୟ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଏବଂ ସେମାନଙ୍କ ଠାରୁ ୨ କିଲୋ ୭୦୦ ଗ୍ରାମ ସୁନା ଅଳଙ୍କାର ଜବତ କରିଥିବା ନେଇ ବ୍ରହ୍ମପୁର ଏସପି କହିଛନ୍ତି l ତେବେ ଆଜି ହରାଇଥିବା ନିଜ ଅଳଙ୍କାର ଫେରି ପାଇ ସମସ୍ତେ ଖୁସି ହେବା ସହ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.