Below header

ସତୁରୀ ବର୍ଷ ବୟସରେ ବି ପରିବାର ପାଇଁ ଦାନା ଯୋଗାଡ଼ କରୁଛନ୍ତି ବିକ୍ରମ

ମୁଣ୍ଡରେ ଟୋପି ହାତରେ ଘଣ୍ଟା ଆଉ ଦେହରେ ଚିକ୍କଣ ସାର୍ଟ ପ୍ୟାଣ୍ଟ ତଥାପି ଏଭଳି କାମ କରୁଥାନ୍ତି । ଯାହାକୁ ଦେଖିଲେ ଲାଗିବ କି ବୋଧେ ଲୋକଟିର ମୁଣ୍ଡ ଖରାପ । କିନ୍ତୁ ନା ଆମ ଭାବନା ଭୁଲ ଥିଲା । ଆଗରେ ଦେଖିଲୁ ଗୋଟିଏ ସାଇକେଲରେ କଣ ସବୁ ରଖା ହୋଇଛି l ଦୁଇଟି ବ୍ୟାଗ ଓହଳା ହୋଇଛି ସାଇକେଲ ଆଗରେ l ତା ଭିତରେ ପ୍ଲାଷ୍ଟିକ ବୋତଲ, ପ୍ଲାଷ୍ଟିକ ଜିନିଷ, କାଚ ବୋତଲ, କାର୍ଟୁନ ଆଉ ଲୋକମାନେ ଫିଙ୍ଗି ଦେଇଥିବା ଅଣ୍ଡା କେଇଟା ଗୋଟିଏ ପ୍ୟାକେଟ ଭିତରେ ରହିଛି l କୋଉ ଅମଳର ପୁରୁଣା ସାଇକେଲ, ସେଥିରେ ପଛରେ ବନ୍ଧା ହୋଇଛି କାଠର ଷ୍ଟାଣ୍ଡ l

ମୁଣ୍ଡରେ ଟୋପି ହାତରେ ଘଣ୍ଟା ଆଉ ଦେହରେ ଚିକ୍କଣ ସାର୍ଟ ପ୍ୟାଣ୍ଟ ତଥାପି ଏଭଳି କାମ କରୁଥାନ୍ତି । ଯାହାକୁ ଦେଖିଲେ ଲାଗିବ କି ବୋଧେ ଲୋକଟିର ମୁଣ୍ଡ ଖରାପ । କିନ୍ତୁ ନା ଆମ ଭାବନା ଭୁଲ ଥିଲା । ଆଗରେ ଦେଖିଲୁ ଗୋଟିଏ ସାଇକେଲରେ କଣ ସବୁ ରଖା ହୋଇଛି l ଦୁଇଟି ବ୍ୟାଗ ଓହଳା ହୋଇଛି ସାଇକେଲ ଆଗରେ l ତା ଭିତରେ ପ୍ଲାଷ୍ଟିକ ବୋତଲ, ପ୍ଲାଷ୍ଟିକ ଜିନିଷ, କାଚ ବୋତଲ, କାର୍ଟୁନ ଆଉ ଲୋକମାନେ ଫିଙ୍ଗି ଦେଇଥିବା ଅଣ୍ଡା କେଇଟା ଗୋଟିଏ ପ୍ୟାକେଟ ଭିତରେ ରହିଛି l କୋଉ ଅମଳର ପୁରୁଣା ସାଇକେଲ, ସେଥିରେ ପଛରେ ବନ୍ଧା ହୋଇଛି କାଠର ଷ୍ଟାଣ୍ଡ l ଆଉ ତା ଉପରେ ସାଇକେଲ ପଛରେ ଲଦା ହୋଇଛି ଗୋଟିଏ ବସ୍ତା l କିଛି ସମୟ ପରେ ବୁଢା ମଉସା ସେହି ବ୍ୟଗରୁ ବାହାର କରି କାଗଜ କାର୍ଟୁନ ରଖିଲେ l

ଆଉ ତା ଭିତରରୁ ଖଣ୍ଡେ ଲୁହା ପାଇପ ସାହାଯ୍ୟରେ କଣ ବାହାର କରୁଥାନ୍ତି । ସେତେବେଳେ ଜାଣିବାକୁ ପାଇଲୁ ଏ ବୁଢ଼ା ମଉସାଙ୍କ ପାଇଁ ଦୁର୍ଗନ୍ଧ ଆବର୍ଜନା ବଞ୍ଚିବାର ରାହା ଥିଲା l ତେଣୁ ସେହି ଅଳିଆ ଆବର୍ଜନା ଭିତରୁ ସାଉଣ୍ଟୁଥିଲେ ଗୋଟି ଗୋଟି କରି ବୋତଲ, ପ୍ଲାଷ୍ଟିକ କାଟୁନ ଏମିତି ଅନେକ ଅଦରକାରୀ ଜିନିଷ l ଯାହା ଏବୁଢ଼ା ମଉସା କବାଡିଆରେ ଦେଇ ସେଥିରୁ କେଇଟା ଟଙ୍କା ଆୟ କରନ୍ତି ପରିବାର ଚଳିବା ପାଇଁ l ବୁଢା ମଉସା କାହିଁକି ଏବୟସରେ ଆବର୍ଜନାରେ ଅଣ୍ଡାଳୁଛନ୍ତି ଜୀବିକା ? ଯାହା ଲୋକମାନେ ଗଣ୍ଠୁଲି ବାନ୍ଧି ରାସ୍ତା କଡରେ ପିଙ୍ଗି ଦେଉଛନ୍ତି ସେଥିରୁ ଖୋଜି ଖୋଜି କିଛି ଜିନିଷ ବାହାର କରୁଛନ୍ତି ।ଆମେ କିଛି ସମୟ ପାଇଁ ଭାବିନେଲୁ, ନିଶ୍ଚୟ କୋଉ ପରିବାରର ଇଏ ଜଣେ ବାପା ହୋଇଥିବେ l କଷ୍ଟ ତ କଷ୍ଟ ସତରେ ବାପାର କଷ୍ଟ କାହାର ନଥାଏ l ବାପା ଏଦୁନିଆରେ ଏମିତି ଏକ ନିସ୍ଵାର୍ଥ ପର ମଣିଷ ଯାହାର ତୁଳନା ନାହିଁ l ଯିଏ ଦିନ ନାହିଁ ରାତି ନାହିଁ ଅବିଶ୍ରାନ୍ତ ଭାବରେ ପରିଶ୍ରମ କରି ଚାଲେ l ବାପା ଏମିତି ଯିଏ ନିଜ ପରିବାର ପାଇଁ କିଛି ବି କରିପାରେ । ତେବେ ଏ ବାପାଟି କାହିଁକି ଅସନା ଦୁର୍ଗନ୍ଧ ଅଳିଆକୁ ଅପଣାଇଛନ୍ତି ?

ପଚାରିବାରୁ ଯାହା କହିଲେ ଆମ ଆଖିରେ ଲୁହ ରହିଲାନି l ଏ ବୁଢା ମଉସାଙ୍କ ନାଁ ବିକ୍ରମ ଟୁଡୁ l ଘର କେଉଁଝର ଜିଲ୍ଲାର ଏକ ଅପହଞ୍ଚ ଇଲାକାରେ l ଦୀର୍ଘ ବର୍ଷ ହେଲା ଭୁବନେଶ୍ୱରର ଏକାମ୍ର ବିହାର ନିକଟରେ ଥିବା ବସ୍ତିରେ ପରିବାର ସହିତ ରୁହନ୍ତି l ଦୁଇ ପୁଅଙ୍କୁ କଷ୍ଟ କରି ବଡ଼ କଲେ l ହେଲେ ବଡ଼ ହେଲା ପରେ ପଚାରିଲେନି l ସାନ ପୁଅ କୁଆଡେ ଯାଇ କାମ କରୁଛି l ତେଣୁ ନାତି ନାତୁଣୀଙ୍କୁ ମଧ୍ୟ ଦେଖିବାକୁ ପଡୁଛି l ସେମାନଙ୍କ ଖର୍ଚ୍ଚ ଓ ନିଜର ଖର୍ଚ୍ଚ ତୁଲାଇବା ପାଇଁ ବୁଢା ମଉସା ଆଜି ଏଇଠି l ବୟସ ୭୦ ଡେଇଁ ସାରିଛି । ହେଲେ ବାପା ବୋଲି କର୍ତ୍ତବ୍ୟ ଭୁଲିନି ଅବିଶ୍ରାନ୍ତ ଭାବରେ ପରିଶ୍ରମ କରି ଚାଲିଛନ୍ତି l ଆଗରୁ ମଉସା ବିଏମସିରେ ଚାକିରି କରୁଥିଲେ l ଅବସର ନେଲା ପରେ ଆଉ କିଛି ଉପାୟ ନପାଇ ରାସ୍ତାରୁ ପ୍ଲାଷ୍ଟିକ, କାଚ ବୋତଲ, କାର୍ଟୁନ ଗୋଟାଇ କବାଡି ଦୋକାନରେ ବିକି ନିଜ ଗୁଜୁରାଣ ଓ ପରିବାର ଖର୍ଚ୍ଚ ତୁଲାନ୍ତି l ତେବେ ନିଜେ ପରିଶ୍ରମ କରୁଥିଲେ ମଧ୍ୟ ଏବୟସରେ ପରିବାର ଛାଡି ଦୂରେଇ ଯାଇ ନାହାନ୍ତି l ପରିବାରର ଦାୟିତ୍ୱକୁ ନିଜ କର୍ତ୍ତବ୍ୟ ଭାବି ଏ ବୟସରରେ ବି ତୁଲାଇ ଚାଲିଛନ୍ତି । ବୁଢ଼ା ମଉସା ପ୍ରତ୍ୟେକ ଦିନ ଘରୁ ବାହାରି ଆସନ୍ତି ରାସ୍ତାରେ ପଡ଼ିଥିବା ଅଦରକାରୀ ଜିନିଷ ଗୋଟେଇ ନେଇ ବିକନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.