Below header

ପକ୍ଷୀଙ୍କୁ ଚଢ଼ିଲା ସେଲ୍ଫି ସଉକ, ଟ୍ରାଫିକ୍‌ କ୍ୟାମେରା ସାମ୍ନାରେ ଦେଲେ ଭିନ୍ନ ଢ଼ଙ୍ଗରେ ପୋଜ୍‌

ଫଟୋ ଉଠାଇବା ସଉକ କାହାର ବା ନଥାଏ । ଆମେ ଯୁଆଡେ ଯାଇଥାଉ ସେହି ମୁହୁର୍ତ୍ତର ଫଟୋ ଉଠାଇବାକୁ ଜମା ବି ଭୁଲନ୍ତି ନାହିଁ । ଏବେ ଲୋକମାନେ ସବୁ ସମୟରେ ସବୁ ମୁହୁର୍ତ୍ତରେ ଫଠୋ ଉଠାଇବାକୁ ଟିକେ ବି ଭୁଲୁନାହାନ୍ତି । ଲୋକମାନଙ୍କୁ ଏବେ ସେଲଫି ନିସା ଘାରିବା କଥା ତ ଆପଣ ଶୁଣିଛନ୍ତିି । କିନ୍ତୁ ଏବେ ଆମେ ଏଠି ଆପଣଙ୍କୁ କହିବାକୁ ଯାଉଛୁ ମଣିଷ ମାନଙ୍କ ଫଟୋ ଉଠାଇବା ବିଷୟରେ ନୁହେଁ ପକ୍ଷୀ ମାନଙ୍କର ଫଟୋ ଉଠାଇବାର ନିସା ବିଷୟରେ ।

ଲଣ୍ଡନର ଏହି ଭିଡିଓକୁ ଦେଖି ଆପଣ ମଧ୍ୟ କହିବେ ଏବେ ପକ୍ଷୀ ମାନଙ୍କୁ ମଧ୍ୟ ଫଟୋ ଉଠାଇବା ନିସା ଘାରିଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ ଦୁଇଟି ପକ୍ଷୀ ଟ୍ରାଫିକ କ୍ୟାମେରା ସାମ୍ନାରେ ବସି ବିଭିନ୍ନ ପ୍ରକାର ପୋଜ୍‌ ଦେଉଛନ୍ତି ।

ଏହି ପକ୍ଷୀର ନାମ ହେଉଛି ସିଗଲ । ଟ୍ରାନ୍ସପୋର୍ଟ ଫର୍‌ ଲଣ୍ଡନ ନିଜର ଟ୍ଵିଟର ଆକାଉଣ୍ଟରେ ପକ୍ଷୀ ମାନଙ୍କର ଫଟୋ ଏବଂ ଭିଡିଓ ପୋଷ୍ଟ କରାଯାଇଛିା ଭିଡିଓଟିକୁ ଲୋକ ଖୁବ୍‌ ପସନ୍ଦ କରୁଛନ୍ତି ଏବଂ ଫଟୋ ଏବଂ ଭିଡିଓରେ ଏବେ ପର୍ଯ୍ୟନ୍ତ ହଜାରରୁ ଅଧିକ ଲାଇକ ଏବଂ କମେଣ୍ଟସ ଆସିସାରିଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.