Below header

ସାଧାରଣ ଜନତାଙ୍କ ଉପରେ ପଡିଲା ବୋଝ, ପୁଣି ବଢ଼ିଲା LPG ଗ୍ୟାସ ମୂଲ୍ୟ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ମଧ୍ୟରେ ବଢ଼ୁଥିବା ଗ୍ଯାସ ମୂଲ୍ଯ ଏବେ ସାଧାରଣ ଜନତାଙ୍କ ପକେଟ ଉପରେ ପ୍ରଭାବ ପଡିଛି। ପବ୍ଳିକ୍ ସେକ୍ଟରର ବଢ଼ୁଥିବା ତେଲ କମ୍ପାନୀ ମୂଲ୍ୟ ଦ୍ବାରା ରନ୍ଧା ଗ୍ୟାସ ତଥା LPG ଗ୍ୟାସର ମୂଲ୍ୟ ବଢ଼ିଯାଇଛି। ଏମିତିରେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ୨୮ ପଇସା ଲେଖାଁ ବଢ଼ିଯାଇଛି। ସେହିପରି ବିନା ସବସିଡିର ସିଲିଣ୍ଡର ମୂଲ୍ୟରେ ୬ ଟଙ୍କା ବଢ଼ିଯାଇଛି। ଏହି ନୂତନ ମୂଲ୍ୟ ଗତକାଲି ଅର୍ଥାତ୍ ୧ମେରୁ ଲାଗୁ କରାଯାଇଛି। ବଢ଼ିଥିବା ମୂଲ୍ୟରେ ନୁଆଦିଲ୍ଲୀର ସିଲିଣ୍ଡର ମୂଲ୍ୟ ୪୯୬.୧୪ ଟଙ୍କା ରହିଛି।

Gas-Price-1st-May

ବିଶେଷଜ୍ଞଙ୍କ କହିବାମୁତାବକ, ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳର ବଢ଼ୁଥିବା ମୂଲ୍ୟ ପାଇଁ ଗ୍ୟାସ ମୂଲ୍ୟ ବଢ଼ିଛି ବୋଲି କୁହାଯାଉଛି। ଏନେଇ ସମସ୍ତ ରାଜ୍ୟରେ ଏଲପିଜି ଗ୍ୟାସର ମୂଲ୍ୟ ସବସିଡି ହିସାବରେ ଭିନ୍ନ ଭିନ୍ନ ରହିଛି। ଭୁବନେଶ୍ବରରେ ଗ୍ୟାସର ମୂଲ୍ୟ ଏପ୍ରିଲ ମାସରେ ୭୩୫.୦୬ ରହିଥିବା ବେଳେ ଏବେ ଏଥିରେ ୬ଟଙ୍କାର ବୃଦ୍ଧି ଘଟିଛି। ଯାହା ବର୍ତ୍ତମାନ ୭୪୧.୪୩ ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.