ଶିଶୁଙ୍କ କ୍ଷୀର ବୋତଲରେ ଅଛି ବିଷାକ୍ତ ଉପାଦାନ, ଗବେଷଣାରୁ ମିଳିଲା ଏଭଳି ତଥ୍ୟ

ନବଜାତ ଶିଶୁକୁ ସ୍ୱାସ୍ଥ୍ୟବାନ୍‌ କରିବା ପାଇଁ ବାପ ମା’ଙ୍କୁ ଅନେକ ଯତ୍ନ ନେବାକୁ ପଡ଼ିଥାଏ । ଏହି ସମୟରେ ଶିଶୁର ସଠିକ ଦେଖାରଖା ଯେମିତିକି ସୁଦ୍ଧ ପାଣିରେ ଗାଧେଇବା, ସଫା ଶେଯରେ ଶୁଆଇବା ଓ ଖୁଆଇବା ଇତ୍ୟାଦି କରିବାକୁ ପଡିଥାଏ । କିନ୍ତୁ ଏହି ସମୟରେ ଶିଶୁର ଯତ୍ନରେ ଟିକେ ବି ଢିଲା ହେଲେ ଶିଶୁକୁ ଶିକାର ହେବାକୁ ପଡିଥାଏ ଅନେକ ରୋଗର । ହେଲେ ନିକଟରେ ଏକ ଗବେଷଣାରୁ ଏମିତି ତଥ୍ୟ ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ତାଜୁବ କରିଦେବ ।
ଶଶୁଙ୍କୁ ଆପଣ ଯେଉଁ ବୋତଲରେ କ୍ଷୀର ପିଆଉଛନ୍ତି ସେଥିରେ ବିଷାକ୍ତ କେମିକାଲ ବିସ୍ଫାନାଲ -ଏ ଭଳି ଉପାଦାନ ରହିଥିବାର ଜଣା ପଡିଛି । ଟକ୍ସିକ ଲିଙ୍କ୍‌ ନାମକ ସଂସ୍ଥା ଗବେଷଣା କରି ଏହାକୁ ପ୍ରମାଣିତ କରିଛି । ଦିଲ୍ଲୀ ସମେତ ଭାରତର ଅନ୍ୟ ରାଜ୍ୟ ଗୁଡିକରେ ବିକ୍ରି ହେଉଥିବା କ୍ଷୀର ବୋତଲରେ ଏହି କେମିକାଲ ମିଳୁଥିବାର ସଂସ୍ଥା ପ୍ରମାଣ ଦେଇଛି । ପୂର୍ବରୁ ମଧ୍ୟ ୨୦୧୪ରେ ଏହି ସଂସ୍ଥା ପ୍ରମାଣ ଦେଇଥିଲା । ସେହି ସମୟରେ କୁହାଯାଇଥିଲା ଯେ କିଛି କ୍ଷୀର ବୋତଲ ନିର୍ମାତା ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡର ନିୟମକୁ ଖୋଲା ଖୋଲି ଉଲ୍ଲଂଘନ କରୁଛନ୍ତି ।
ଟକ୍ସିକ ଲିଙ୍କର ଆସୋସିଏଟ୍‌ ଡାଇରେକ୍ଟର ସତୀଶ ସିଂହ କହିଛନ୍ତି,୨୦୧୪ରେ ହୋଇଥିବା ଗବେଷଣା ପରେ ମଧ୍ୟ ଏବେବି କ୍ଷୀର ବୋତଲଗୁଡ଼ିକରେ ଏହି କେମିକାଲ ରହିଥିବା ସବୁଠାରୁ ଆଚମ୍ବିତ କରିଛି । ୨୦୧୫ରୁ ବିଆଇଏସ ତରଫରୁ ଏହି ବେବି ବୋତଲଗୁଡ଼ିକ ଉପରେ ରୋକ ଲଗା ଯାଇଥିଲା । ହେଲେ ଏଯାବତ ବଜାରରେ ଏସବୁର ବିକ୍ରି ବନ୍ଦ ହୋଇନଥିବା ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତା ଜନକ ବିଷୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.