Below header

ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଗାଧୋଇବା ବେଳେ ପାଣିରେ ବୁଡି ୩ମୃତ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଖରସ୍ରୋତା ନଦୀର ବାଇଟାଙ୍ଗି ମଠ ନିକଟରେ ଥିବା ବଗମରା ଘାଟରେ ଗତକାଲି ସନ୍ଧ୍ୟାରେ ଗାଧୋଉଥିବା ବେଳେ ନିଖୋଜ ଥିବା ବାପା ଓ ପୁଅଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକ ସ୍ଥାନୀୟ କଲ୍ୟାଣପୁର ଅଞ୍ଚଳର ସରୋଜ ବଳ (୩୨) ଓ ଆୟସ କୁମାର ବଳ (୭) ବର୍ଷ ଜଣାପଡିଛି । ଗତକାଲି ସନ୍ଧ୍ୟା ସମୟରେ ନଦୀରେ ଗାଧୋଉଥିବା ବେଳେ ବୁଡିଯାଇ ନିଖୋଜ ହୋଇଯାଇଥିଲେ । ଆଜି ଅଗ୍ନିଶମ ବାହିନୀ କର୍ମଚାରୀ ନଦୀରେ ଖୋଜା ଖୋଜି କରି ନିକଟସ୍ଥ କଣ୍ଟିପୁର ବ୍ରିଜ ନିକଟରୁ ଉଭୟଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି । ପୋଲିସ ଏସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ଲାଗି ପଠାଇ ଘଟଣାର ତଦନ୍ତ କରୁଛି ।

ପୋଖରୀ ବୁଡି ୫ବର୍ଷର ଶିଶୁ ମୃତ

deathଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ସାନ୍ତରାପୁର ଗ୍ରାମରେ ଗାଧୋଇବା ବେଳେ ପୋଖରୀରେ ବୁଡି ୫ ବର୍ଷର ଶିଶୁର ମୃତ୍ୟୁ ହୋଇଛି। ମୃତ ଶିଶୁ ହେଲେ ଗ୍ରାମର ସମ୍ଭୁ ମହାନ୍ତଙ୍କ ପୁଅ ଅନୁସ କୁମାର ମହାନ୍ତ। ଆଜି ଅନୁସ ପୋଖରୀରେ ଗାଧୋଇବା ବେଳେ ହଠାତ ବୁଡିଯାଇଥିଲେ । ପରିବାର ଲୋକେ ଶିଶୁଟିକୁ ଉଦ୍ଧାର କରି ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଁଚି ଶବକୁ ଜବତ କରି ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.