Below header

ଝିଅକୁ ଛାଡ଼ି ବିବାହ କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିଲା ମା’ ଫେରିଲା ବେଳକୁ ଝିଅ ମୃତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଲୋକନାଥପୁର ଶାସନ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବନ୍ଦ ଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଝିଅକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ମୃତ ଯୁବତୀ ଜଣକ ହେଉଛନ୍ତି ଲକ୍ଷ୍ମୀପ୍ରିୟା ଖୁଣ୍ଟିଆ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଲୋକନାଥପୁର ଶାସନ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବନ୍ଦ ଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଝିଅକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ମୃତ ଯୁବତୀ ଜଣକ ହେଉଛନ୍ତି ଲକ୍ଷ୍ମୀପ୍ରିୟା ଖୁଣ୍ଟିଆ।

ଲକ୍ଷ୍ମୀପ୍ରିୟାଙ୍କ ମା’ ମଞ୍ଜୁଲତା ଖୁଣ୍ଟିଆ ଏକ ବିବାହ କାର୍ଯ୍ୟରେ ବଣସିଂହ ଗାଁକୁ ଯାଇଥିଲେ। ଗତକାଲି ରାତିରେ ଲକ୍ଷ୍ମୀପ୍ରିୟା ଓ ତାଙ୍କର ମାନସିକ ଅନଗ୍ରସର ଭଉଣୀ ନମିତା ଘରେ ଶୋଇଥିଲେ। ଆଜି ସକାଳେ ଲକ୍ଷ୍ମୀପ୍ରିୟା ବିଳମ୍ବିତ ସମୟ ପର୍ଯ୍ୟନ୍ତ ଉଠିନଥିଲେ। ତେବେ ଆଜି ସକାଳୁ ବଡ଼ ଭଉଣି ଲକ୍ଷ୍ମିପ୍ରିୟାଙ୍କୁ ଉଠାଇବାକୁ ଯିବା ବେଳେ ସେ ଆଉ ଉଠି ନଥିଲେ। ପରେ ପଡୋଶି ଘରର ଲୋକ ମାନେ ଆସି ଦେଖିବା ପରେ ତାଙ୍କୁ କେହି ହତ୍ୟା କରାଯାଇଥିବା କହିଥିଲେ । ଲକ୍ଷ୍ମୀପ୍ରିୟାଙ୍କ ଆଖି,ନାକ ଓ କାନରୁ ରକ୍ତ ମଧ୍ୟ ବାହାରିଛି। ମା’ ଘରେ ପହଞ୍ଚିବା ପରେ ଝିଅକୁ କେହି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ଏନେଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

ତେବେ ମଞ୍ଜୁଲତା ସ୍ୱାମୀଙ୍କର ବର୍ଷକ ତଳେ ମୃତ୍ୟୁ ହୋଇଥିବା ବେଳେ ମଞ୍ଜୁ ପର ଘରେ ଖଟି ପରିବାର ପ୍ରତିପୋଷଣ କରୁଥିଲେ। ତାଙ୍କର ୨ ଝିଅଙ୍କ ସହ ଖୁସିରେ ରହୁଥିଲେ । ସ୍ୱାମୀ ଚାଲିଯିବା ଦୁଃଖ ମନରୁ ପାସୋରି ନଥିବା ବେଳେ ଗୋଟିଏ ଝିଅ ମାନସିକ ବିକାରଗ୍ରସ୍ତ । ହେଲେ ଅନ୍ୟ ଝିଅ ଭଲ ଥିବା ବେଳେ ଏବେ ଭଗବାନ୍‌ ତାଙ୍କ କୋଳ ଖାଲି କରିଦେଲେ । ବର୍ତ୍ତମାନ ଝିଅ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇ ଶୀଘ୍ର ତଦନ୍ତ କରାଗଲେ ଏ ମା’ର ମନ ବୁଝନ୍ତା । ତା ଝିଅକୁ ତ ଫେରାଇ ହେବନି ହେଲେ ନ୍ୟାୟ ମିଳିବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.