ରାତିରେ ବିବାହ, ସକାଳେ ବାହା ପୋଷାକରେ ପରୀକ୍ଷା ଦେବାକୁ ପହଞ୍ଚିଲେ କନ୍ୟା…ପରେ ହେଲା ବିଦାୟୀ

ଉତ୍ତର ପ୍ରଦେଶରେ ଏବେ ବୋର୍ଡ ପରୀକ୍ଷା ଚାଲିଛି । ପରୀକ୍ଷା ଦେବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ନେଇ ପ୍ରତିଦିନ କିଛି ନା କିଛି ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି ।

ଉତ୍ତର ପ୍ରଦେଶରେ ଏବେ ବୋର୍ଡ ପରୀକ୍ଷା ଚାଲିଛି । ପରୀକ୍ଷା ଦେବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ନେଇ ପ୍ରତିଦିନ କିଛି ନା କିଛି ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି । ଏବେ ବୁଲନ୍ଦସହରରୁ ବି ଏମିତି ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ଛାତ୍ରୀଙ୍କୁ କନ୍ୟା ବେଶରେ ଦେଖିବାକୁ ମିଳିଛି । ଏଠାରେ କନ୍ୟା ଜଣକ ଗାଡ଼ିରେ ବସି ପରୀକ୍ଷା ଦେବାକୁ ପହଞ୍ଚିଥିଲେ, ଯାହାଙ୍କୁ ଦେଖି କେନ୍ଦ୍ରରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

କୁହାଯାଉଛି ଯେ ବିବାହ ସମ୍ପନ୍ନ ହେବା ପରେ କନ୍ୟାଙ୍କୁ ବିଦାୟୀ ଦିଆଯାଇ ନ ଥିଲା, ବରଂ ସେ ପେପର୍‌ ଦେବାକୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ । ପରୀକ୍ଷା ଦେଇସାରିବା ପରେ ତାଙ୍କର ବିଦାୟୀ ରୀତିନୀତି ସମ୍ପନ୍ନ ହୋଇଥିଲା । ପରୀକ୍ଷା ଦେଇଥିବା ଏହି କନ୍ୟାଙ୍କ ନାମ କୁମ୍‌କୁମ୍‌ ଶର୍ମା ।

ବୁଲନ୍ଦସହରସ୍ଥିତ ଏଲ୍‌ଡିଏଭି ଇଣ୍ଟର କଲେଜରେ ବୋର୍ଡ ପରୀକ୍ଷା ଚାଲିଛି । କୁମ୍‌କୁମ୍‌ ବିବାହ ପୋଷାକ ପିନ୍ଧି ପ୍ରଥମ ସିଫ୍ଟରେ ପରୀକ୍ଷା ଦେବାକୁ ପହଞ୍ଚିଥିଲେ । ତାଙ୍କୁ ଏହି ରୂପରେ ଦେଖି ଅନ୍ୟ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଗତ ରାତିରେ କୁମ୍‌କୁମ୍‌ଙ୍କର ବିବାହ ସମ୍ପନ୍ନ ହୋଇଥିଲା । ପରୀକ୍ଷା ପ୍ରୋଗ୍ରାମ ଜାରି ହେବା ପୂର୍ବରୁ ହିଁ ତାଙ୍କର ବାହାଘର ସ୍ଥିର ହୋଇସାରିଥିଲା । କିନ୍ତୁ କୁମ୍‌କୁମ୍‌ଙ୍କ ପରୀକ୍ଷା ହେତୁ ତାଙ୍କୁ ବିଦା କରାଯାଇ ନ ଥିଲା । କନ୍ୟା ପେପର୍‌ ଦେଇସାରିବା ପରେ ପରିବାର ଲୋକେ ତାଙ୍କର ବିଦାୟୀ କରିଥିଲେ ।

କୁମ୍‌କୁମ୍‌ କହିଛନ୍ତି, ସେ ଆଗକୁ ପଢ଼ିବାକୁ ଚାହୁଁଛନ୍ତି । ଏଥିପାଇଁ ତାଙ୍କ ଶାଶୁଘର ଲୋକେ ତାଙ୍କୁ ସପୋର୍ଟ କରିଛନ୍ତି । ସେ ଠିକ୍‌ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ନିଜର ପେପର୍‌ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.