ଶିବରାତ୍ରୀ ପାଇଁ ଚଳଚଞ୍ଚଳ ସମସ୍ତ ପୀଠ, ଶ୍ରୀ ଲୋକନାଥଙ୍କ ପୀଠରେ ପ୍ରଜ୍ବଳିତ ହେଲା ସର୍ବବୃହତ ଜଗତ ମଙ୍ଗଳ ଦୀପ

ସନ୍ଧ୍ୟା ସମୟରେ ଏ ଦୃଶ୍ୟ ସତରେ ଖୁବ ଚମତ୍କାର ହୋଇଥିଲା । ୬ଫୁଟ ଲମ୍ବ,୪ଫୁଟ ଓସାର ଏବଂ ୨ଫୁଟ ଗଭୀର ବିଶିଷ୍ଟ ଅଷ୍ଟଧାତୁରେ ନିର୍ମିତ ଏହି ଦୀପରେ ଏକାଥରେ ୩ କୁଇଣ୍ଟାଲ ଘିଅ ଧରିବ । ଶ୍ରୀ ଲୋକନାଥଙ୍କ ଠାରେ ମହାଦୀପ ଉଠିବା ପର୍ଯ୍ୟନ୍ତ ଅର୍ଥାତ୍ ୯ତାରିଖ ପ୍ରତ୍ୟୁଷ ପର୍ଯ୍ୟନ୍ତ ଏହି ଦୀପ ଜଳାଜିବ ।

ପୁରୀ (କେନ୍ୟୁଜ):  ରାତି ପାହିଲେ ଜାଗର । ଉତ୍ସବମୁଖର ହେଲାଣି ଗାଁରୁ ସହର । ପ୍ରତ୍ୟେକ ଶିବ ପୀଠକୁ ସୁନ୍ଦର ଭାବେ ସଜା ଗଲାଣି । ଆସନ୍ତା କାଲି ମହାଶିବରାତ୍ରୀ ଥିବାରୁ ଶ୍ରୀ ଲୋକନାଥ ପୀଠରେ ସର୍ବବୃହତ ଜଗତ ମଙ୍ଗଳ ଜାଗର ଦୀପ ପ୍ରଜ୍ବଳିତ ହୋଇଛି । ମହା ଶିବରାତ୍ରୀର ବହୁ ପୂର୍ବରୁ ପବିତ୍ର ପଙ୍କୋଦ୍ଧାର ଏକାଦଶୀ ତିଥିରେ ଶ୍ରୀ ଲୋକନାଥ ପୀଠରେ ପ୍ରଜ୍ବଳିତ ହୋଇଛି ଦ୍ୱାଦଶ ବାର୍ଷିକ ସର୍ବବୃହତ ଜଗତ ମଙ୍ଗଳ ଜାଗର ଦୀପ।

୬ଫୁଟ ଲମ୍ବ,୪ଫୁଟ ଓସାର ଏବଂ ୨ଫୁଟ ଗଭୀର ବିଶିଷ୍ଟ ଅଷ୍ଟଧାତୁରେ ନିର୍ମିତ ଏହି ଦୀପରେ ଏକାଥରେ ୩ କୁଇଣ୍ଟାଲ ଘିଅ ଧରିବ । ଶ୍ରୀ ଲୋକନାଥଙ୍କ ଠାରେ ମହାଦୀପ ଉଠିବା ପର୍ଯ୍ୟନ୍ତ ଅର୍ଥାତ୍ ୯ତାରିଖ ପ୍ରତ୍ୟୁଷ ପର୍ଯ୍ୟନ୍ତ ଏହି ଦୀପ ଜଳାଜିବ । ପୂର୍ବରୁ ଏହି ଦୀପଟି ମାଟିରେ ପ୍ରସ୍ତୁତ ହେଉଥିବା ବେଳେ ଚଳିତ ବର୍ଷ ପ୍ରାୟ ଅଢେ଼ଇ କୁଇଣ୍ଟାଲ ଅଷ୍ଟଧାତୁରେ ଏହା ନିର୍ମାଣ କରାଯାଇଛି । ପ୍ରାୟ ୧ମାସ ଧରି ବାଳକାଟିର ପ୍ରସିଦ୍ଧ କାରିଗର ଭାଗିରଥି ମହାରଣା ଏହି ଅଷ୍ଟଧାତୁର ବୃହତ୍ ଦୀପକୁ ପ୍ରସ୍ତୁତ କରିଛନ୍ତି । ବିଶ୍ଵ କଲ୍ୟାଣ ନିମନ୍ତେ ଏହି ମହାର୍ଘ୍ୟ ଦୀପ ପ୍ରଜ୍ବଳନ କରାଯାଉଥିବା ଦୀପର ଉଦ୍ୟୋକ୍ତା ରାମକୃଷ୍ଣ ହୋତା କହିଛନ୍ତି ।

ତେବେ ଏହି ପୀଠରେ ଜାଗର ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଶ୍ରଦ୍ଧାଳୁମାନେ ଆସନ୍ତାକାଲି ପାଇଁ ଏବେ ଠାରୁ ପ୍ରସ୍ତୁତ ହେଲେଣି । ଜାଗର ଆସିଲେ ଶିବ ଭକ୍ତମାନେ ବେଶ ଖୁସି ହୁଅନ୍ତି । ରାତି ରାତି ବସି ଶିବ ପୀଠରେ ଦୀପ ଜାଳନ୍ତି । ଭକ୍ତଙ୍କ ଭକ୍ତିକୁ ଦୃଷ୍ଟିରେ ରଖି ଏତେ ବଡ଼ ଦୀପ ପ୍ରସ୍ତୁତ କରାଯାଇଛି । ଦୀପରେ ଦିଆଯାଇଥିବା ଘିଅ ଦୁଇରୁ ତିନି ଦିନ ଜଳିବ ବୋଲି ଆଶା ରଖିଛନ୍ତି ସମସ୍ତ ଶ୍ରଦ୍ଧାଳୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.