ଜିଓ ୟୁଜର୍ସଙ୍କ ପାଇଁ ଆସିଲା ବେଷ୍ଟ ପ୍ଲାନ୍‌, ମିଳିବ ୯୦୦GB ରୁ ଅଧିକ ଡାଟା ଏବଂ ଅନଲିମିଟେଡ କଲିଂ

ଜିଓ ସବୁବେଳେ ନିଜ ଗ୍ରାହକଙ୍କୁ ଶସ୍ତା ଏବଂ ଭଲ ପ୍ଲାନ୍ସ ଅଫର ଦେଇଥାଏ । ଯେଉଁକାରଣରୁ ଲୋକମାନେ କମ୍ପାନୀକୁ ଅଧିକ ପସନ୍ଦ କରନ୍ତି । ସେଥିପାଇଁ ରିଲାଏନ୍ସ ଜିଓର ତାର ପ୍ରତ୍ୟେକ ୟୁଜର୍ସଙ୍କ ପାଇଁ କିଛି ନା କିଛି ନୂଆ ନୂଆ ପ୍ଲାନ୍‌ ଦେଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଜିଓର ଏକ ଏପରି ପ୍ଲାନ୍‌ ବିଷୟରେ ଜଣାଇବାକୁ ଯାଉଛୁ ଯେଉଁଥିରେ ଅନେକ ଅଫର ଏକାସାଙ୍ଗରେ ମିଳିବ ।

ଯେତେବେଳେ ବି ଟେଲିକମ୍ ସେକ୍ଟର ବିଷୟରେ କଥାବାର୍ତ୍ତା କରାଯାଇଥାଏ, ସେତେବେଳେ ରିଲାଏନ୍ସ ଜିଓର ନାମ ପ୍ରଥମେ ଆସିଥାଏ । ତେବେ ଜିଓ ବର୍ତ୍ତମାନ ପାଇଁ ଦେଶର ଏକ ନମ୍ବର ଟେଲିକମ୍ କମ୍ପାନୀ । ୪୪ କୋଟିରୁ ଅଧିକ ଲୋକ ଏହାର ସିମ୍ ବ୍ୟବହାର କରନ୍ତି ଏବଂ ଏହାର ବ୍ୟବହାର ଦିନକୁ ଦିନ ବଢି ଚାଲିଛି । ଜିଓ ସବୁବେଳେ ନିଜ ଗ୍ରାହକଙ୍କୁ ଶସ୍ତା ଏବଂ ଭଲ ପ୍ଲାନ୍ସ ଅଫର ଦେଇଥାଏ । ଯେଉଁକାରଣରୁ ଲୋକମାନେ କମ୍ପାନୀକୁ ଅଧିକ ପସନ୍ଦ କରନ୍ତି । ସେଥିପାଇଁ ରିଲାଏନ୍ସ ଜିଓର ତାର ପ୍ରତ୍ୟେକ ୟୁଜର୍ସଙ୍କ ପାଇଁ କିଛି ନା କିଛି ନୂଆ ନୂଆ ପ୍ଲାନ୍‌ ଦେଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଜିଓର ଏକ ଏପରି ପ୍ଲାନ୍‌ ବିଷୟରେ ଜଣାଇବାକୁ ଯାଉଛୁ ଯେଉଁଥିରେ ଅନେକ ଅଫର ଏକାସାଙ୍ଗରେ ମିଳିବ ।

ଏହି ରିଚାର୍ଜ ପ୍ଲାନ୍‌ ଦ୍ୱାରା ଆପଣ ଅନେକ ଆବଶ୍ୟକତା ଏକାସାଙ୍ଗରେ ପୂରଣ କରିପାରିବେ । ଜିଓର ଏହି ଫ୍ଲାନ୍‌ରେ ଆପଣ ଅସୀମିତ କଲିଂ, ଡାଟା ଏବଂ OTT ବେନିଫିଟ୍ସ ପାଇପାରିବେ । ଜିଓର ଏହି ପ୍ଲାନ୍‌ ବିଷୟରେ ସବୁଠାରୁ ବଡ଼ କଥା ହେଉଛି, ଏଥିରେ ଆପଣ ଗୋଟିଏ ଥର ରିଚାର୍ଜରେ ପୁରା ବର୍ଷ ପାଇଁ ରିଚାର୍ଜ କରିବା ଅସୁବିଧାରୁ ଫ୍ରି ହୋଇଯିବେ ।

ଆମେ ଆଜି ଆପଣଙ୍କୁ ଜିଓର ଯେଉଁ ଶସ୍ତା ରିଚାର୍ଜ ପ୍ଲାନ୍‌ ବିଷୟରେ ଜଣାଉଛୁ, ତାହା ପୂରା ୩୬୫ ଦିନର ଭେଲିଡିଟି ସହିତ ଆସିଛି । ଏହାର ଅର୍ଥ ଆପଣଙ୍କୁ ବର୍ଷକୁ ଥରେ ରିଚାର୍ଜ କରିବାକୁ ପଡିବ । ଆପଣ ବର୍ଷସାରା ଯେକୌଣସି ନେଟୱାର୍କରେ ମାଗଣାରେ ଅସୀମିତ କଲିଂ କରିପାରିବେ । ତେବେ ଏହି ପ୍ଲାନ୍‌ କିଣିବା ପାଇଁ ଆପଣଙ୍କୁ ମାତ୍ର ୨,୯୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ଜିଓର ଏହି ବାର୍ଷିକ ପ୍ଲାନ୍‌ରେ ଉପଲବ୍ଧ ହେଉଥିବା ଡାଟା ଭେଲିଡିଟି ବିଷୟରେ କହିବାକୁ ଗଲେ ଏହା ୩୬୫ ଦିନ ପାଇଁ ୯୧୨.୫GB ଡାଟା ମିଳିବ । ଯାହା ଫଳରେ ଆପଣ ପ୍ରତିଦିନ ୨.୫GB ଡାଟା ବ୍ୟବହାର କରିପାରିବେ । ଏହା ସହ ଯଦି ଆପଣ ଇଣ୍ଟରନେଟ୍ ଡାଟା ସରିଯାଉଛନ୍ତି, ତେବେ ଆପଣ ନିଜ ପ୍ରିୟ ଲୋକଙ୍କ ସହିତ SMS ମାଧ୍ୟମରେ ମଧ୍ୟ କଥା ହୋଇପାରିବେ । ତେବେ ଏହି ପ୍ଲାନ୍‌ରେ ପ୍ରତିଦିନ ୧୦୦ଟି SMS ମାଗଣାରେ ଉପଲବ୍ଧ ହେବ ।

ଜିଓର ଏହି ପ୍ଲାନ୍‌ରେ ଆପଣ ଅନେକ ଜିନିଷର ସୁବିଧା ମଧ୍ୟ ପାଇପାରିବେ । ଯଦି ଆପଣ ଫିଲ୍ମ ଦେଖିବାକୁ ଭଲ ପାଆନ୍ତି, ତେବେ ଏହି ପ୍ଲାନ୍‌ରେ ଆପଣ ଜିଓ ସିନେମାରେ ମାଗଣା ସବସ୍କ୍ରିପସନ୍ ପାଇପାରିବେ । ଏହା ସହିତ ଆପଣଙ୍କୁ Jio TV ଏବଂ Jio Cloud ର ସବସ୍କ୍ରିପସନ୍ ମଧ୍ୟ ଦିଆଯାଇଛି । ସେଥିପାଇଁ ଯଦି ଆପଣ ମଧ୍ୟ ଏହି ସୁବିଧାର ଲାଭ ଉଠାଇବାକୁ ଚାହୁଁଛନ୍ତି, ତାହେଲେ ଆଜି ହିଁ ଏହି ପ୍ଲାନ୍‌ ବିଷୟରେ ଜାଣନ୍ତୁ ଏବଂ ରିଚାର୍ଜ କରନ୍ତୁ । ଏଥିସହିତ ଏହାର ଲାଭ ଉଠାନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.