ଜଳସେଚନ ପ୍ରକଳ୍ପରୁ ଜମିକୁ ଜଳସେଚନ କରିବାକୁ ବୋରିଗୁମା ବ୍ଲକର ୩ଟି ପଞ୍ଚାୟତର ଚାଷୀଙ୍କ ଦାବି

ତେଲିଙ୍ଗିରି ଜଳସେଚନ ପ୍ରକଳ୍ପରୁ ଚାଷୀଙ୍କ ଜମିକୁ ମାଡୁନାହିଁ ପାଣି । ଜଳସେଚନରୁ ବଞ୍ଚିତ ହେଉଛନ୍ତି ବୋରିଗୁମା ବ୍ଲକର ୩ଟି ପଞ୍ଚାୟତ ମୁଂଜା,କୁମୁଲି ଓ କାଟ୍ରାଗଡା ପଞ୍ଚାୟତର ୧୦୦୦ ରୁ ଉର୍ଦ୍ଧ୍ବ ହେକ୍ଟର ଜମି । ୧୫୦୦ ରୁ ଉର୍ଦ୍ଧ୍ବ ଚାଷୀ ବର୍ଷା ଜଳ ଉପରେ ନିର୍ଭର କରି ଚାଷ କରୁଛନ୍ତି । କେନାଲ ଖନନ କରି ଜମିକୁ ଜଳ ସେଚନ ବ୍ୟବସ୍ଥା କରିବାପାଇଁ ଚାଷୀ ଦାବି କରିଛନ୍ତି ।

ତେଲିଙ୍ଗିରି ଜଳ ସେଚନ ପ୍ରକଳ୍ପରୁ ଚାଷୀଙ୍କ ଜମିକୁ ମାଡୁନାହିଁ ପାଣି । ଜଳସେଚନରୁ ବଞ୍ଚିତ ହେଉଛନ୍ତି ବୋରିଗୁମା ବ୍ଲକର ୩ଟି ପଞ୍ଚାୟତ ମୁଂଜା,କୁମୁଲି ଓ କାଟ୍ରାଗଡା ପଞ୍ଚାୟତର ୧୦୦୦ ରୁ ଉର୍ଦ୍ଧ୍ବ ହେକ୍ଟର ଜମି । ୧୫୦୦ ରୁ ଉର୍ଦ୍ଧ୍ବ ଚାଷୀ ବର୍ଷା ଜଳ ଉପରେ ନିର୍ଭର କରି ଚାଷ କରୁଛନ୍ତି । କେନାଲ ଖନନ କରି ଜମିକୁ ଜଳ ସେଚନ ବ୍ୟବସ୍ଥା କରିବାପାଇଁ ଚାଷୀ ଦାବି କରିଛନ୍ତି । ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।

ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଉଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚାଷୀ ଚେତାବନି ଦେଇଛନ୍ତି । ବୋରିଗୁମା ବ୍ଲକର ଅଧିକାଂଶ ଅଞ୍ଚଳକୁ ଜଳ ସେଚନର ବ୍ୟବସ୍ଥା ହୋଇଛି ହେଲେ ମୁଞ୍ଜା ଗ୍ରାମ ପଞ୍ଚାୟତର ମୁଞ୍ଜା ତଥା ଅନେକ ଗ୍ରାମକୁ କେନାଲ ବ୍ୟବସ୍ଥା କରାଯାଇ ନାହିଁ । ଫଳରେ ଏସବୁ ଅଞ୍ଚଳର ଜମିକୁ ଜଳ ସେଚନ ହୋଇ ପାରୁ ନାହିଁ । ଫଳରେ ପ୍ରାୟ ୧୫ ଶହରୁ ଉର୍ଦ୍ଧ୍ବ ଚାଷୀଙ୍କ ୧୦୦୦ ହେକ୍ଟରରୁ ଉର୍ଦ୍ଧ୍ବ ଜମି ଜଳ ସେଚନ ସୁବିଧାରୁ ବଞ୍ଚିତ ରହୁଛନ୍ତି ।

ବର୍ଷା ଜଳ ଉପରେ ନିର୍ଭର କରି ଚାଷ କରୁଛନ୍ତି ଏହି ଅଞ୍ଚଳର ଚାଷୀ । ତେଲେଙ୍ଗିରି ଜଳସେଚନ କେନାଲ ପ୍ରକଳ୍ପର ଉପର ପାର୍ଶ୍ୱରେ ଏସବୁ ଅଞ୍ଚଳ ଅବସ୍ଥିତ ରହିଥିବାରୁ ଜମିକୁ ଜଳସେଚନ କରିବା କଷ୍ଟକର ହୋଇପଡୁଛି । ଶତାଧିକ ଚାଷୀ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ଅନୁଧ୍ୟାନ କରାଗଲା ପରେ ଯାହା କିଛି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଦାୟିତ୍ୱଧିନ ଜିଲ୍ଲାପାଳ ସୋମନାଥ ପ୍ରଧାନ କହିଛନ୍ତି ।

ତେଲିଙ୍ଗିରି ଜଳସେଚନ ପ୍ରକଳ୍ପ ନିର୍ମାଣ ସମୟରେ, ଜମିକୁ ଜଳସେଚନର ବ୍ୟବସ୍ଥା କରାଯିବ ବୋଲି ସେତେବେଳର ଅଧିକାରୀମାନେ ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇଥିଲେ । ତେଲିଙ୍ଗିରି ଜଳସେଚନ ପ୍ରକଳ୍ପ କାମ ସରି ପ୍ରକଳ୍ପରୁ ଜଳସେଚନ ବ୍ୟବସ୍ଥା ହୋଇଛି । କିନ୍ତୁ କିଛି ଗ୍ରାମ ଜଳସେଚନ ତାଲିକାରୁ ବାଦ ପଡିଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି । ପ୍ରକଳ୍ପର ଉପର ପାର୍ଶ୍ୱରେ ଅବସ୍ଥିତ ଜମିରେ କେନାଲର ସମ୍ପ୍ରସାରଣ କରି ଜଳସେଚନ ବ୍ୟବସ୍ଥା କରିବା ପାଇଁ ବହୁବାର ତେଲିଙ୍ଗିରି ଜଳସେଚନ ପ୍ରକଳ୍ପର ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥୁଲେ ମଧ୍ୟ କେହି କିଛି ଶୁଣିନାହାନ୍ତି ବୋଲି ଚାଷୀ କହିଛନ୍ତି ଏବଂ ଏନେଇ ଆଗକୁ ଆନ୍ଦୋଳନ କରାଯିବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.