Below header

ମେଣ୍ଟ ଫର୍ମୂଲା ଉପରେ ସମସ୍ତଙ୍କର ନଜର, ଆସନ ବୁଝାମଣା ନେଇ ବିଚାରବିମର୍ଶ ଚାଲିଛି

ବିଜେପି-ବିଜେଡି ମେଣ୍ଟର ବିଧିବଦ୍ଧ ଘୋଷଣାକୁ ଅପେକ୍ଷା। ମେଣ୍ଟ ଫର୍ମୂଲା ଉପରେ ସମସ୍ତଙ୍କର ନଜର । କେଉଁ ଆଧାରରେ ହେବ ଆସନ ବୁଝାମଣା, କଣ ରହିବ ମାନଦଣ୍ଡ ତାକୁ ନେଇ ବିଚାରବିମର୍ଶ ଚାଲିଛି ।

ବିଜେପି-ବିଜେଡି ମେଣ୍ଟର ବିଧିବଦ୍ଧ ଘୋଷଣାକୁ ଅପେକ୍ଷା। ମେଣ୍ଟ ଫର୍ମୂଲା ଉପରେ ସମସ୍ତଙ୍କର ନଜର । କେଉଁ ଆଧାରରେ ହେବ ଆସନ ବୁଝାମଣା, କଣ ରହିବ ମାନଦଣ୍ଡ ତାକୁ ନେଇ ବିଚାରବିମର୍ଶ ଚାଲିଛି । କାହାକୁ କେତେ ଆସନ ମିଳିବ ତାର ଚିତ୍ର ଏପପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ବିଜେପିକୁ ୧୩ ଲୋକସଭା ସିଟ୍ ଓ ବିଜେଡିକୁ ୮ ଲୋକସଭା ସିଟ୍ ମିଳିବା ଚର୍ଚ୍ଚା ସତ ହୋଇ ନପାରେ। ବିଧାନସଭାରେ କଣ ରହିବ ଫର୍ମୂଲା ସେ ନେଇ ମଧ୍ୟ କିଛି ସ୍ପଷ୍ଟ ହୋଇନାହିଁ। ୨୦୧୯ରେ ବିଜେଡି ବିଧାନସଭାରେ ୧୧୨ ଟି ଆସନ ପାଇଥିଲା । ଲୋକସଭାରେ ୧୨ଟି ଆସନ ହାତେଇ ଥିଲା ଦଳ।

ସେହିପରି ବିଜେପି ବିଧାନସଭାରେ ୨୩ ଏବଂ ଲୋକସଭାରେ ୮ ଆସନ ପାଇଥିଲା। ଗତ ୨୦୧୯ ନିର୍ବାଚନ ପରେ ରାଜ୍ଯରେ ୮ଟି ବିଧାନସଭା ଆସନରେ ଉପନିର୍ବାଚନ ହୋଇଛି। କେବଳ ଧାମନଗରକୁ ଛାଡି ଦେଲେ ବାକି ସମସ୍ତ ଆସନରେ ବିଜେଡି ଜିତିଛି। ସେହିପରି ଗତ ପଞ୍ଚାୟତ ନିର୍ବାଚନରେ ୮୫୧ ଜିଲ୍ଲା ପରିଷଦ ଆସନରୁ ୭୬୬ରେ ବିଜେଡି ଜିତିଛି। ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ମିଳିଥିଲା ୫୧ ପ୍ରତିଶତ ଭୋଟ୍। ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ବିଭିନ୍ନ ସର୍ଭେ ରିପୋର୍ଟ ଆସୁଛି। ଅନେକ ସଂସ୍ଥା ବିଜେଡିକୁ ବିଧାନସଭାରେ ୧୨୮ଟି ଆସନ ଓ ଲୋକସଭାରେ ୧୮ଟି ଆସନ ମିଳିବ ଆକଳନ କରୁଛନ୍ତି। ସେହିପରି ଆଉ କିଛି ସର୍ଭେ ସଂସ୍ଥା ବିଜେପିକୁ ଲୋକସଭାରେ ଭଲ ଆସନ ମିଳିବ ବୋଲି ଆକଳନ କରୁଛନ୍ତି।

୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ବିଜେଡି ଆହୁରି ଶକ୍ତିଶାଳୀ ହୋଇଛି। ପୂର୍ବରୁ ମେଣ୍ଟ ଥିବା ବେଳେ ବିଧାନସଭାରେ ବିଜେଡି ୮୪ଟି ଓ ବିଜେପି୬୩ ଟି ଆସନରେ ଲଢୁଥିଲେ। ଏବେ ପରିସ୍ଥିତି ଭିନ୍ନ ରହିଛି ତେଣୁ ଏବେ ଆସନ ବୁଝାମଣାର ଆଧାର କଣ ହେବ ତାହା ଉପରେ ନଜର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.