ପୁଅ ବାହାଘର ପାଇଁ ରଖିଥିଲେ ସୁନା ଗହଣା ସହ ନଗଦ ଟଙ୍କା, ହେଲେ ତା ପୂର୍ବରୁ ଘରେ ପଶି କଳାକନା ବୁଲାଇଦେଲେ ଚୋର

ବିଳମ୍ବିତ ରାତିରେ ଫିଲ୍ମ ଷ୍ଟାଇଲରେ ଗ୍ରିଲ ଏବଂ ଝରକା ଭାଙ୍ଗି ଘର ଭିତରେ ପସି ସୁନା ଅଳଙ୍କାର ଏବଂ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ । ଅମୁଲ୍ୟ ନାୟକଙ୍କ ଘରୁ ପୁଅ ବାହାଘର ପାଇଁ ସେ ରଖିଥିବା ୧୦ ଭରି ସୁନା ଅଳଙ୍କାର ସହିତ ନଗଦ ୫ ଲକ୍ଷ ୪୦ ହଜାର ଟଙ୍କା ଚୋରି କରି ନେଇଛନ୍ତି ଦୁର୍ବୁତ୍ତ ।

ଭଦ୍ରକ (କେନ୍ୟୁଜ): ଦିନକୁ ଦିନ ବଢ଼ିଚାଲିଛି ଲୁଟେରାଙ୍କ ବିତ୍ପାତ । ସଞ୍ଜ ନଇଁଲେ ମାତୁଛନ୍ତି ଏହି ଚୋର । କରୁଛନ୍ତି ଲୁଟ୍‌ ପାତ୍‌ ସେ ସହର ହେଉ ଅବା ଗାଁରେ । ଲୁଟ୍‌ କରିବାରେ ଟିକେ ବି ଛାଡ଼ୁ ନାହାଁନ୍ତି କିଛି ସୂରାକ୍‌ । ଲୁଟିବା ପାଇଁ ଖାଲି ସୁଯୋଗ ଖୋଜି ବୁଲୁଛନ୍ତି ଆଉ ଘରେ କେହି ନଥିବାର ଦେଖି ଲୁଟୁଛନ୍ତି । ଲୁଟେରାମାନେ ନା ପୋଲିସକୁ ଭୟ କରୁଛନ୍ତି ନା ଆଇନକୁ । ମନ ଇଚ୍ଛା ଘରେ ପଶି ଲକ୍ଷ ଲକ୍ଷ ଟଙ୍କା ଲୁଟିନେଉଛନ୍ତି । ତେବେ ନିକଟରେ ଜଣଙ୍କ ଘରେ କଳାକନା ବୁଲାଇଛନ୍ତି ଏହି ଦୁବୃର୍ତ୍ତ ।

କବାଟ ଝରକା ଭାଙ୍ଗି ଘରେ ପଶିବା ସହିତ ସର୍ବସ୍ୱ ଲୁଟିନେଲେ । ଗଡ଼ରେଜ୍ ଭାଙ୍ଗି ଟଙ୍କା ସୁନା ଗହଣା ନେଇ ଛୁ ମାରିଲେ । ଘର ଯାକ ଛିନ୍ ଛତ୍ର ହୋଇପଡିଛି ଲୁଗାପଟା । ଯାହାକୁ ଦେଖିଲେ ଅନୁମାନ କରିପାରିବେ କି ଘରେ ପଶି ସବୁ ଦରାଣ୍ଡି ପୋଛି ନେଇଛନ୍ତି ଏହି ଚୋର । ବିଳମ୍ବିତ ରାତିରେ ଫିଲ୍ମ ଷ୍ଟାଇଲରେ ଗ୍ରିଲ ଏବଂ ଝରକା ଭାଙ୍ଗି ଘର ଭିତରେ ପସି ସୁନା ଅଳଙ୍କାର ଏବଂ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ । ତେବେ ପୁଅର ବାହାଘର ପାଇଁ ଖୁବ ସ୍ୱପ୍ନ ସଜେଇ ଗହଣା କିଣି ରଖିଥିଲେ ଅମୁଲ୍ୟ ହେଲେ ସବୁ କିଛି ଲୁଟିନେଲେ ଏହି ଦୁବୃର୍ତ୍ତ । ତେବେ ଭଦ୍ରକ ଟାଉନ ଥାନା ଅଧିନସ୍ଥ ଚାରି ଘରିଆଠାରେ ହୋଇଛି ଏହି ଚୋରି ।

ଅମୁଲ୍ୟ ନାୟକଙ୍କ ଘରୁ ପୁଅ ବାହାଘର ପାଇଁ ସେ ରଖିଥିବା ୧୦ ଭରି ସୁନା ଅଳଙ୍କାର ସହିତ ନଗଦ ୫ ଲକ୍ଷ ୪୦ ହଜାର ଟଙ୍କା ଚୋରି କରି ନେଇଛନ୍ତି ଦୁର୍ବୁତ୍ତ । ଆସନ୍ତା ୧୦ ତାରିଖରେ ଅମୁଲ୍ୟଙ୍କ ପୁଅର ନିର୍ବନ୍ଧ ହେବାକୁ ସ୍ଥିର ହୋଇଥିଲା । ତେଣୁ ସେ ବହୁ ପାଇଁ ସୁନା ଅଳଙ୍କାର କିଣି ରଖିବା ସହିତ ଟଙ୍କା ରଖିଥିଲେ । ତେବେ ଗତକାଲି ସେ କୌଣସି ଜରୁରୀ କାର୍ଯ୍ୟରେ ବାହାରକୁ ଯାଇଥିଲେ ଏବଂ ତାଙ୍କ ଭାଇ ଘରେ ରହିଥିଲେ ।

କିନ୍ତୁ ଗତକାଲି ବିଳମ୍ବିତ ରାତ୍ରିରେ ଦୁର୍ବୁତ୍ତ ମାନେ ଅମୁଲ୍ୟଙ୍କ ଘର ଗେଟ ଭାଙ୍ଗି ତାଙ୍କ ରୁମର ଖରକା ଭାଙ୍ଗି ଘର ଭିତରେ ପସି ସବୁ ସୁନା ଅଳଙ୍କାର ସହିତ ଟଙ୍କା ନେଇ ପଳାଇ ଯାଇଛନ୍ତି । ଆଜି ସକାଳୁ ଏହା ଜଣା ପଡିବା ପରେ ଭଦ୍ରକ ଟାଉନ ପୋଲିସକୁ ଖବର ଦିଆଯାଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି । ନଗଦ ଭାବେ ଏତେ ଟଙ୍କା ଓ ସୁନା ଗହଣା ଚୋରି ହୋଇଯିବା ପରେ ଏବେ କିଭଳି ଭାବେ ନିଜ ପୁଅର ବାହାଘର ଏବଂ ନିର୍ବନ୍ଧ କରିବେ ସେନେଇ ଅମୁଲ୍ୟଙ୍କୁ ଏବେ ଚିନ୍ତା ଘାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.