ବିମାନର ସିଟ୍‌ରେ ନ ଥିଲା କୁଶନ, ଯାତ୍ରୀ ଭାଇରାଲ କରିଦେଲେ ଫଟୋ; ଜବାବ ଦେଲା IndiGo

ଇଣ୍ଡିଗୋ ବିମାନରେ କୁଶନ ନ ଥିବା ଏକ ସିଟ୍‌ର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଏହାକୁ ବିମାନର ଜଣେ ଯାତ୍ରୀ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ରେ ସେୟାର କରିଛନ୍ତି, ଯାହା ପରେ ୟୁଜରମାନେ ଇଣ୍ଡିଗୋ ବିମାନର ସେବାକୁ ନେଇ ନାନା ପ୍ରଶ୍ନ ଉଠାଇଛନ୍ତି ।

ଇଣ୍ଡିଗୋ ବିମାନରେ କୁଶନ ନ ଥିବା ଏକ ସିଟ୍‌ର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଏହାକୁ ବିମାନର ଜଣେ ଯାତ୍ରୀ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ରେ ସେୟାର କରିଛନ୍ତି, ଯାହା ପରେ ୟୁଜରମାନେ ଇଣ୍ଡିଗୋ ବିମାନର ସେବାକୁ ନେଇ ନାନା ପ୍ରଶ୍ନ ଉଠାଇଛନ୍ତି ।

ସୂଚନା ମୁତାବକ, ୟବନିକା ନାମ୍ନୀ ମହିଳା ବେଙ୍ଗାଲୁରୁରୁ ଭୋପାଳ ଯିବା ପାଇଁ ଇଣ୍ଡିଗୋ ବିମାନର ଏକ ସିଟ୍‌ ବୁକ୍‌ କରିଥିଲେ । ଯେମିତି ସେ ବିମାନ ଭିତରେ ପ୍ରବେଶ କରିଥିଲେ ଏବଂ ନିଜ ସିଟ୍‌ ଦେଖିଥିଲେ, ତ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ । କାରଣ, ସେ ଯେଉଁ ସିଟ୍‌ ବୁକ୍‌ କରିଥିଲେ, ସେଥିରେ କୁଶନ ନ ଥିଲା ।

ଏହାପରେ କୁଶନ ନ ଥିବା ସେହି ସିଟ୍‌ର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରି ଦେଇଥିଲେ । ଏହା ସହିତ ଏକ ମେସେଜ ମଧ୍ୟ ଲେଖିଥିଲେ । ୟବନିକା ଲେଖିଛନ୍ତି, ‘ସୁନ୍ଦର ଇଣ୍ଡିଗୋ । ମୁଁ ଆଶା କରୁଛି କି, ମୁଁ ସୁରକ୍ଷିତ ଅବତରଣ କରିବି । ଏହା ଆପଣଙ୍କ ବେଙ୍ଗାଲୁରୁରୁ ଭୋପାଳର ବିମାନ’ ।

ସେପଟେ ଇଣ୍ଡିଗୋ ତରଫରୁ ମଧ୍ୟ ଏହା ଉପରେ ସଫେଇ ଦିଆଯାଇଛି । ଇଣ୍ଡିଗୋ କହିଛି, ‘ସଫେଇ ଉଦ୍ଦେଶ୍ୟରେ ଉଡ଼ାଣ ପୂର୍ବରୁ ସିଟ୍‌ କୁଶନ ବଦଳା ଯାଇଥିଲା । ଏହି ସିଟ୍‌ ଯାହାଙ୍କୁ ଆବଣ୍ଟିତ କରାଯାଇଥିଲା, ଆମର କ୍ୟାବିନ୍‌ କ୍ରୁ ତୁରନ୍ତ ସେହି ଗ୍ରାହକଙ୍କୁ ସୂଚିତ କରିଥିଲେ’ । ତେବେ ପରେ ଏହି ସିଟ୍‌ର କୁଶନ ଲଗାଇ ଦିଆଯାଇଥିଲା । ମହିଳା ଯାତ୍ରୀଙ୍କ ଏହି ପୋଷ୍ଟ୍‍କୁ ଏ ପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ୟୁଜର୍ସ ଦେଖି ସାରିଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.