ଯୌତୁକ ପାଇଁ ସ୍ତ୍ରୀର ଜୀବନ ନେଲା ସ୍ୱାମୀ, ଅଭିଯୋଗ ଆଣିଲେ ଝିଅର ବାପା

ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି ଅନ୍ତର୍ଗତ ଅଲଭା ଗ୍ରାମରେ ଘଟିଛି ଏଭଳି ଅଘଟଣ । ଝିଅକୁ ଯୌତୁକ ପାଇଁ ମାରିଦିଆ ଯାଇଥିବା ବାପଘର ଲୋକେ ଗୁରୁତର ଅଭିଯୋଗ ଆଣିଛନ୍ତି ।

ପଟ୍ଟାମୁଣ୍ଡାଇ (କେନ୍ୟୁଜ):  ସବୁକିଛି ଶେଷ ହୋଇଗଲା ।ଦୁଇ ଛୁଆଙ୍କ ମୁଣ୍ଡରୁ ଉଠିଗଲା ମା’ର ହାତ । ଯୌତୁକ ପାଇଁ ପୁଣି ଭାଙ୍ଗିଗଲା ସୁନାର ସଂସାର । କ୍ଷଣିକରେ ପରିବାର ଉପରେ ଖେଳିଗଲା ଦୁଃଖର କଳା ବାଦଲ । ଝିଅକୁ ଖୁସି ମନରେ ବାହା ଦେଇଥିଲା ବାପା । କିନ୍ତୁ ସବୁବେଳେ ଝିଅକୁ ଦିଆଯାଉଥିଲା ନିର୍ଯାତନା । ଟଙ୍କା ପାଇଁ ମାଡ଼ ବି ଖାଉଥିଲା ଝିଅ । ସବୁକିଛି ମୁଣ୍ଡ ପାତି ସହି ନେଉଥିଲା । ଯୌତୁକ ଦାବିରେ ଝିଅ ଉପରେ ହେଉଥିଲା ଅତ୍ୟାଚାର । ଆଉ ଏବେ ସେହି ଯୌତୁକ ଦାବିରେ ଝିଅର ଜୀବନ ନେଇଛି ଖୋଦ୍‌ ସ୍ୱାମୀ । ଏଭଳି ଅଭିଯୋଗ ଆଣିଛନ୍ତି ଝିଅର ବାପା । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହା ଥିଲା ପ୍ରେମ ବିବାହ । ମନ ପସନ୍ଦର ମଣିଷକୁ ବିବାହ କରିଥିଲେ ସତ । କିନ୍ତୁ ଯାହାକୁ ବିଶ୍ୱାସ କରି ହାତ ଧରିଥିଲେ ସେ ହିଁ ସ୍ତ୍ରୀ ବିଶ୍ୱାସରେ ବିଷ ମିଶାଇଲା ।

ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି ଅନ୍ତର୍ଗତ ଅଲଭା ଗ୍ରାମରେ ଘଟିଛି ଏଭଳି ଅଘଟଣ । ଝିଅକୁ ଯୌତୁକ ପାଇଁ ମାରିଦିଆ ଯାଇଥିବା ବାପଘର ଲୋକେ ଗୁରୁତର ଅଭିଯୋଗ ଆଣିଛନ୍ତି । ସୂଚନା ମୁତାବକ ପଟ୍ଟାମୁଣ୍ଡାଇ ସାନମୋହନପୁର ଗାଁର ଧରଣୀଧର ବେହେରାଙ୍କ ଝିଅ ସୁକାନ୍ତି ବେହେରା ୧୩ ବର୍ଷ ତଳେ ଅଳଭା ଗାଁର ମହେଶ୍ୱର ପାତ୍ରଙ୍କ ପୁଅ ବବ୍ରୁବାହନ ପାତ୍ରଙ୍କୁ ଭଲପାଇ ବିବାହ କରିଥିଲେ । ପରିବାରରେ ଅନେକ ସମୟରେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ଏବଂ ଥାନାରେ ବହୁ ଥର ଆପୋଷ ସମାଧାନ ମଧ୍ୟ ହୋଇଥିଲା । ଗତକାଲି ରାତିରେ କୌଣସି କାରଣରୁ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ କଳହ ହୋଇଥିଲା ଏବଂ ତାହା ଉଗ୍ର ରୂପ ଧାରଣ କରିଥିଲା । ଫଳରେ ସୁକାନ୍ତିଙ୍କୁ ତାଙ୍କ ସ୍ୱାମୀ ଜୀବନରୁ ମାରିଦେଇଥିବା ଝିଅର ବାପା ଧରଣୀଧର ବେହେରା ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଛନ୍ତି । ମହିଳାଙ୍କ ମୃତଦେହ ଘରେ ପଡ଼ିରହିଥିବା ବେଳେ ଘଟଣା ସ୍ଥଳରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି । ଏହି ଘଟଣାରେ ମୃତ ମହିଳାଙ୍କ ସ୍ୱାମୀକୁ ପୋଲିସ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.