ଶରୀରରେ ଜଳର ଅଭାବ ହାଇ ୟୁରିକ୍ ଏସିଡ୍ ବଢିବାର କାରଣ କି ? ଜାଣନ୍ତୁ କଣ କହୁଛନ୍ତି ଏକ୍ସପର୍ଟ

ହାଇ ୟୁରିକ୍ ଏସିଡ୍ ପରି ସମସ୍ୟା ଖରାପ ମେଟାବୋଲିଜିମ୍ ଯୋଗୁ ଆରମ୍ଭ ହୋଇଥାଏ । ଯାହା ଦ୍ୱାରା ଶରୀରରେ ୟୁରିକ୍ ଏସିଡ୍ ପଥର ଭାବରେ ହାଡ ମଧ୍ୟରେ ଜମା ହୋଇଯାଏ ।

ଆଜିକାଲି ଅଧିକ ୟୁରିକ୍ ଏସିଡ୍ ଥିବା ରୋଗୀଙ୍କ ସଂଖ୍ୟା ବହୁତ ବଢି ଚାଲିଛି । ଯାହା ଫଳରେ ହାଡ ଏବଂ ଗଣ୍ଠିର ଏହି ସମସ୍ୟା ଦ୍ୱାରା ଅନେକ ଲୋକ ଅସୁବିଧାରେ ପଡ଼ୁଛନ୍ତି । କିନ୍ତୁ ହାଇ ୟୁରିକ୍ ଏସିଡ୍ ପରି ସମସ୍ୟା ଖରାପ ମେଟାବୋଲିଜିମ୍ ଯୋଗୁ ଆରମ୍ଭ ହୋଇଥାଏ । ଯେତେବେଳେ ହଜମ ପ୍ରକ୍ରିୟା ଧୀର ହୋଇଯାଏ ଏବଂ ଶରୀର ଆବର୍ଜନାକୁ ହଜମ କରିବାରେ ସକ୍ଷମ ହୁଏ ନାହିଁ ଯଥା ପ୍ରୋଟିନରୁ ନିର୍ଗତ ହୋଇଥିବା ପ୍ୟୁରିନ୍ ଯୋଗୁ ଏପରି ହୋଇଥାଏ । ଯାହା ଦ୍ୱାରା ଶରୀରରେ ୟୁରିକ୍ ଏସିଡ୍ ପଥର ଭାବରେ ହାଡ ମଧ୍ୟରେ ଜମା ହୋଇଯାଏ । ତାହେଲେ ଆସନ୍ତୁ ଜାଣିବା ସେହିସବୁ ଜିନିଷ ବିଷୟରେ ଯାହା ଶରୀରରୁ ୟୁରିକ୍ ଏସିଡ୍ ସଫା କରିବାରେ ସହାୟକ କରିଥାଏ ।

ଶରୀରରେ ପାଣିର ଅଭାବ ଯୋଗୁ ହାଇ ୟୁରିକ୍ ଏସିଡ୍ ସମସ୍ୟା ହୋଇପାରେ :
ଆପଣାମନେ ତ ଜାଣିଥିବେ ଯେ ପାଣି ହେଉଛି ସବୁଠାରୁ ବଡ ପ୍ରାକୃତିକ ଡିଟକ୍ସାଇଫାୟର୍, ଅର୍ଥାତ୍ ଏପରି ଜିନିଷ ଯାହା ଶରୀରକୁ ନେଚୁରାଲି ଭାବରେ ସଫା କରିଥାଏ । ତେବେ ଏପରି ମଧ୍ୟ କୁହାଯାଏ ଯେ ଆମେ ଯେତେ ଅଧିକ ପାଣି ପିଇଥାଉ, ଆମ ଶରୀରରୁ ସେତେ ପରିମାଣରେ ୟୁରିକ୍‌ ଏସିଡ୍‌ ସଫା ହୋଇଥାଏ । କାରଣ ପାଣି ଶରୀର ପାଇଁ ଏକ ସ୍କ୍ରବର ଭଳି କାମ କରେ, ଯାହା ଶରୀରରେ ଜମା ହୋଇଥିବା ୟୁରିକ୍ ଏସିଡ୍ କୁ ବାହାର କରିପାରେ । ଏହା ବ୍ୟତୀତ ଶରୀରରେ ଯେତେ ଅଧିକ ପାଣି ରହିଥାଏ, ଆପଣଙ୍କ ହଜମ ପ୍ରକ୍ରିୟା ସେତେ ଭଲ ହୋଇଥାଏ । ତେବେ ଯଦି ଆପଣ ପ୍ରୋଟିନରେ ଭରପୂର କିଛି ଖାଇଛନ୍ତି, ତାହେଲେ ପାଣି ଏହାକୁ ଶୀଘ୍ର ହଜମ କରିବାରେ ବହୁତ ସାହାଯ୍ୟ କରିଥାଏ ଏବଂ ଆପଣଙ୍କ ଶରୀରରୁ ଖରାପ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ ।

କିନ୍ତୁ ଯେତେବେଳେ ଶରୀରରେ ପାଣିର ଅଭାବ ହୋଇଥାଏ, ସେତେବେଳେ ଶରୀରରେ ହାଇ ୟୁରିକ୍ ଏସିଡ୍ ସମସ୍ୟା ବଢିପାରେ । ଏହାର ଅର୍ଥ ଆପଣଙ୍କ ହଜମ ପ୍ରକ୍ରିୟା ପ୍ରଭାବିତ ମଧ୍ୟ ହୋଇପାରେ, ଯାହାଫଳରେ ପ୍ୟୁରିନ୍ ଠିକ୍‌ ଭାବେ ହଜମ ହୋଇନଥାଏ ଏବଂ ଶରୀରରେ ଜମା ହେବା ଆରମ୍ଭ କରିଥାଏ । ଏପରି ଭାବେ ଶରୀରରେ ହାଇ ୟୁରିକ୍ ଏସିଡ୍ ସମସ୍ୟା ସୃଷ୍ଟି ହୋଇଥାଏ ।

ସୂଚନା ମୁତାବକ, ପାଣି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଯଦି ଆପଣଙ୍କର ହାଇ ୟୁରିକ୍ ଏସିଡ୍ ଏବଂ ଗାଉଟ୍‌ ସମସ୍ୟା ଅଛି, ତେବେ ଆପଣ ପ୍ରତିଦିନ ୧୬ ଗ୍ଲାସରୁ ଅଧିକ ପାଣି ପିଇବା ଉଚିତ । ପାଣି ଆପଣଙ୍କ ସିଷ୍ଟମରୁ ୟୁରିକ୍ ଏସିଡ୍ ବାହାର କରିବାରେ ସାହାଯ୍ୟ କରେ । ଏହା ବ୍ୟତୀତ ଜଳ ଆପଣଙ୍କ ହାଡକୁ ଭଲ ରଖିଥାଏ ଏବଂ ଫୁଲା ଓ ଯନ୍ତ୍ରଣା କମ୍‌ କରିବାରେ ସାହାଯ୍ୟ କରିଥାଏ । ତେଣୁ ହାଇ ୟୁରିକ୍ ରୋଗୀମାନେ ପ୍ରଚୁର ପାଣି ପିଇବା ଉଚିତ, ଯାହା ଦ୍ୱାରା ଏହି ରୋଗୀମାନେ ହେଲଦି ରହିବେ ଏବଂ ସେମାନଙ୍କୁ କୌଣସି ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.