ବାହାଘର ଭୋଜି ହେଲା କାଳ ; ଗୋଟିଏ ପରିବାରର ଜଣେ ମୃତ ୪ ଗୁରୁତର

ସମ୍ପର୍କୀୟଙ୍କର ବିବାହ ଥିଲା । ତେଣୁ ପରିବାରକୁ ସାଙ୍ଗରେ ଧରି କେଡ଼େ ଖୁସିରେ ବାହାରି ଯାଇଥିଲେ ଭୋଜି ଖାଇବାକୁ । ହେଲେ ସେ କଣ ଜାଣିଥିଲେ ତାଙ୍କର ଏହି ଖୁସି ତାଙ୍କର ନିମିଷକ ମଧ୍ୟରେ ଏପରି ଦୁଃଖରେ ପରିଣତ ହୋଇଯିବ ।

ସମ୍ପର୍କୀୟଙ୍କର ବିବାହ ଥିଲା । ତେଣୁ ପରିବାରକୁ ସାଙ୍ଗରେ ଧରି କେଡ଼େ ଖୁସିରେ ବାହାରି ଯାଇଥିଲେ ଭୋଜି ଖାଇବାକୁ । ହେଲେ ସେ କଣ ଜାଣିଥିଲେ ତାଙ୍କର ଏହି ଖୁସି ତାଙ୍କର ନିମିଷକ ମଧ୍ୟରେ ଏପରି ଦୁଃଖରେ ପରିଣତ ହୋଇଯିବ । ସେ ତାଙ୍କ କନ୍ୟା ସନ୍ତାନକୁ ସବୁଦିନ ପାଇଁ ହରାଇ ବସିବେ । ଏପରି ତାଙ୍କ କୋଳ ଖାଲି ହୋଇଯିବ । ହେଲେ ଏହି ବାହାଘର ଭୋଜି ପାଇଁ ତାଙ୍କୁ ଆଜି ତାଙ୍କୁ ଏ ଦିନ ଦେଖିବାକୁ ପଡ଼ିଛି । ନିଜେ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଝିଅର ମୃତ୍ୟୁ ଘଟିଛି ।

ବିବାହ ଭୋଜି ଖାଇ ଗୋଟିଏ ପରିବାରର ଜଣେ ଶିଶୁର ଜୀବନ ଯାଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ବନ୍ଧଗୁଡା ଗାଁରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗତକାଲି ଭୋଜି ଖାଇ ଗୋଟିଏ ପରିବାରର ଜଣକର ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନା ଅନୁସାରେ, ବନ୍ଧଗୁଡା ଗ୍ରାମର ମା’ ଧନ ନାଲି ସହ ତାଙ୍କର ଚାରି ଶିଶୁ ଏକ ବାହା ଘରର ଭୋଜି ଖାଇବାକୁ ନୂଆଗୁଡା ଗ୍ରାମକୁ ଯାଇଥିଲେ। ତେବେ ଭୋଜି ଖାଇ ଘରକୁ ଫେରିବା ପରେ ସେମାନେ ଅସୁସ୍ଥ ହୋଇପଡିଥିଲେ। ଧନା ନାଲିଙ୍କ ଚାରି ଶିଶୁ ମାନେ ହେଲେ ରାଧିକା ନାଲି,ମମତା ନାଲି, ଅଜୟ ନାଲି ଏବଂ ମାଗିକା ନାଲି । ପରିବାର ସମସ୍ତେ ଗୁରୁତର ହେବାରୁ ସେମାନଙ୍କୁ ପ୍ରଥମେ ମାଥିଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସମସ୍ତଙ୍କ ଅବସ୍ଥା ଆହୁରି ସଂକଟାପନ୍ନ ହେବାରୁ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମାଥିଲି ମେଡିକାଲରେ ମାଗିକା ନାଲିର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟମାନେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତେବେ ଅନ୍ୟ ଗୁରୁତର ମାନଙ୍କ ସ୍ବାସ୍ଥ୍ୟବସ୍ଥା ଧିରେ ଧିରେ ଭଲ ହେବାକୁ ଲାଗିଥିବା ଡାକ୍ତର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.