ଅଫିସ ରୁମରେ ହଠାତ ପଶିଆସିଲା ଚିତା ବାଘ, ସାହାସିକତାର ସହ ବୁଦ୍ଧି ଖଟାଇ ବାଘକୁ ପାନେ ଦେଲା

ନିକଟରେ ଏକ ଅଫିସ ରୁମରେ ହଠାତ ପଶି ଆସିଥିଲା ଏକ ଚିତାବାଘ । ଆଉ ତାପରେ ଘଟିଥିଲା ଏଭଳି କିଛି । ଯାହାର ଏକ ସିସିଟିଭି ଫୁଟେଜ ଏବେ ଇଣ୍ଟରନେଟରେ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ମହାରାଷ୍ଟ୍ରର ମାଲେଗାଓଁରେ ଦେଖିବାକୁ ମିଳିଛି ।

ନିକଟରେ ଏକ ଅଫିସ ରୁମରେ ହଠାତ ପଶି ଆସିଥିଲା ଏକ ଚିତାବାଘ । ଆଉ ତାପରେ ଘଟିଥିଲା ଏଭଳି କିଛି । ଯାହାର ଏକ ସିସିଟିଭି ଫୁଟେଜ ଏବେ ଇଣ୍ଟରନେଟରେ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ମହାରାଷ୍ଟ୍ରର ମାଲେଗାଓଁରେ ଦେଖିବାକୁ ମିଳିଛି । ଚିତା ବାଘଟି ହଠାତ ଅଫିସ କ୍ୟାବିନ ଭିତରକୁ ପଶି ଆସିଥିଲା ଏବଂ ସେହି ସମୟରେ ସେଠାରେ ଏକ ୧୨ ବର୍ଷର ବାଳକ ମୋହିତ ମଧ୍ୟ ଉପସ୍ଥିତ ଥିଲା ଯିଏ ସୋଫାରେ ବସି ମୋବାଇଲ ଫୋନ ଚଲାଉଥିଲା ।

କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଛୋଟ ଛୁଆଟି ଚିତା ବାଘକୁ ଦେଖି ଭୟଭୀତ ନହୋଇ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଚୁପଚାପ ବାହାରକୁ ଯାଇ ବାହାରୁ କବାଟ ବନ୍ଦ କରିଦେଇ ବାଘଟିକୁ ଘର ଭିତରେ ତାଲା ପକାଇଦେଇଥିଲା । ଆଉ ଏହି ସବୁ ଦୃଶ୍ୟ ଅଫିସରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଥିଲା । ଏଥିସହ ବାଘକୁ ଅଫିସ ରୁମରେ ବନ୍ଦ କରିବା ପରେ ଏହି ବାଳକଟି ନିଜ ବାପା ଓ ସିକ୍ୟୁରିଟି ଗାର୍ଡଙ୍କୁ ସୂଚନା ମଧ୍ୟ ଦେଇଥିଲା ।

ଏହା ପରେ ଏନେଇ ଜଙ୍ଗଲ ବିଭାଗର ଅଧିକାରୀମାନଙ୍କୁ ମଧ୍ୟ ସୂଚନା ଦିଆଯାଇଥିଲା । ଏବେ ଏହି ଘଟଣା ପରେ ସ୍ଥାନୀୟ ଲୋକେ ଖୁବ ଭୟଭୀତ ହୋଇଯାଇଛନ୍ତି । ଅନ୍ୟପଟେ ଚିତା ବାଘକୁ ପିଲାଟି ଅଫିସ କ୍ୟାବିନରେ ବନ୍ଦ କରି ତାଲା ପକାଇ ଦେବାର ସିସିଟିଭି ଭିଜୁଆଲ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ୟୁଜର୍ସମାନେ ଅନେକ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ତେବେ ଏହି ଘଟଣାରେ ୧୨ ବର୍ଷର ବାଳକର ଏଭଳି ସାହସ ଏବଂ ଉପସ୍ଥିତ ବୁଦ୍ଧିକୁ ସୋସିଆଲ ମିଡ଼ିଆ ୟୁଜର୍ସମାନେ ଖୁବ ପ୍ରଶଂସା କରୁଥିବାର ଦେଖିବାକୁ ମିଳୁଛି ।

ପରେ ସମସ୍ତ ସଂପୃକ୍ତ ଏଜେନ୍ସିଗୁଡ଼ିକୁ ଏହି ଚିତାବାଘ ବିଷୟରେ ଅବଗତ କରାଯାଇଥିଲା । ଏହା ପରେ ବନ ବିଭାଗ ଏବଂ ପୋଲିସ ବିଭାଗର କର୍ମଚାରୀମାନେ ଚିତାବାଘକୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହା ପରେ, ସେମାନେ ଚିତାବାଘଟିକୁ ଚେତାଶୂନ୍ୟ ଇଞ୍ଜେକ୍ସନ ଦେଇଥିଲେ ଏବଂ ବାଘଟିକୁ ଉଦ୍ଧାର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.