ବିଲ୍ ପାସ ପାଇଁ ନେଉଥିଲେ ଲାଞ୍ଚ, ଭିଜିଲାନ୍ସ ହାତରେ ଧରା ପଡିଲେ BRC

ଲାଞ୍ଚ ନେଇ ଧରା ପଡିଲେ ବଲାଙ୍ଗୀରି ଦେଓଗାଁ BRC ମଧୁସୂଦନ ପଟେଲ। ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏସଏଚଜିର ବକେୟା ବିଲ ପାସ କରିବା ପାଇଁ ବ୍ଲକ ରିସୋର୍ସ କୋଅର୍ଡିନେଟର ମଧୁସୂଦନ ପଟେଲ ଏହି ଲାଞ୍ଚ ନେଉଥିଲେ ।

ଭୁବନେଶ୍ୱର (କେନ୍ୟୁଜ): ଲାଞ୍ଚ ନେଇ ଧରା ପଡିଲେ ବଲାଙ୍ଗୀରି ଦେଓଗାଁ BRC ମଧୁସୂଦନ ପଟେଲ। ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏସଏଚଜିର ବକେୟା ବିଲ ପାସ କରିବା ପାଇଁ ବ୍ଲକ ରିସୋର୍ସ କୋଅର୍ଡିନେଟର ମଧୁସୂଦନ ପଟେଲ ଏହି ଲାଞ୍ଚ ନେଉଥିଲେ । ତାଙ୍କଠାରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କର ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଜଣେ ଝାଡଖଣ୍ଡ ରାଜ୍ୟର ଅଣ ଓଡିଆ ଠିକାଦାର ଦେଓଗାଁ ବ୍ଳକରେ ପରିମଳ ବିଭାଗରେ ଠିକାକାମ କରୁଛନ୍ତି। ତାଙ୍କର କିଛି ବିଲ ବାକି ଥିବାରୁ ବ୍ଲକ କାର୍ଯ୍ୟାଳୟକୁ ବାରମ୍ବାର ଆସୁଥିଲେ। ହେଲେ BRC କାମ କରୁଥିବା ମଧୁସୂଦନ ପଟେଲ ବିଲ ନ କରି ଲାଞ୍ଚ ମାଗୁଛନ୍ତି ବୋଲି ସେ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଯାହା ଫଳରେ ଆଜି ବଲାଙ୍ଗୀର ଭିଜିଲାନ୍ସ ବିଭାଗ ଦେଓଗାଁ ଜଳ ଯୋଗାଣ ଓ ପରିମଳ ବିଭାଗରେ ଚଢ଼ାଉ କରି ଲାଞ୍ଚ ଟଙ୍କା ସହ ବିଆରସିଙ୍କୁ ଧରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.