ରିୟା ଚକ୍ରବର୍ତ୍ତୀଙ୍କୁ ଦୁଇଟି ଆଶ୍ୱସ୍ତି, ପରିବାର ସହ ଥାଇଲାଣ୍ଡ ଓ ଶ୍ରୀଲଙ୍କା ଯିବାକୁ ଅନୁମତି ଦେଲେ କୋର୍ଟ

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ କୋର୍ଟରୁ ମିଳିଛି ଆଶ୍ୱସ୍ତି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡ଼ିତ ଡ୍ରଗ୍ସ ମାମଲାରେ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ଅଭିଯୁକ୍ତ ରିୟାଙ୍କୁ ବିଦେଶ ଯାତ୍ରା ପାଇଁ ଅନୁମତି ପ୍ରଦାନ କରିଛନ୍ତି ।

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ କୋର୍ଟରୁ ମିଳିଛି ଆଶ୍ୱସ୍ତି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡ଼ିତ ଡ୍ରଗ୍ସ ମାମଲାରେ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ଅଭିଯୁକ୍ତ ରିୟାଙ୍କୁ ବିଦେଶ ଯାତ୍ରା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ତାଙ୍କୁ ଗୋଟିଏ ନୁହେଁ, କୋର୍ଟରୁ ଦୁଇଟି ଆଶ୍ୱସ୍ତି ମିଳିଛି ।

ରିୟାଙ୍କ ପ୍ରଥମ ଆବେଦନ ଉପରେ କୋର୍ଟ ତାଙ୍କୁ ପରିବାର ସହ ଥାଇଲାଣ୍ଡରେ ଛୁଟି କାଟିବାକୁ ଅନୁମତି ଦେଇଛନ୍ତି । କୋର୍ଟ ତାଙ୍କୁ ହୋଲି ଉତ୍ସବରେ ସାମିଲ ହେବା ପାଇଁ ଶ୍ରୀଲଙ୍କା ଯିବାକୁ ମଧ୍ୟ ଅନୁମତି ଦେଇଛନ୍ତି ।

କହି ରଖୁଛୁ, ଚଳିତ ମାସ ଶେଷରେ ହୋଲି ପାଳନ ହେବ । ନାର୍କୋଟିକ୍ ଡ୍ରଗ୍ସ ଏବଂ ସାଇକୋଟ୍ରୋପିକ୍ ସବ୍ସଟାନ୍ସ (ଏନଡିପିଏସ୍) ଅଧିନିୟମ ସମ୍ବନ୍ଧିତ ମାମଲାଗୁଡ଼ିକର ଶୁଣାଣି କରୁଥିବା ସ୍ୱତନ୍ତ୍ର କୋର୍ଟଙ୍କ ବିଚାରପତି କେ.ପି କ୍ଷୀରସାଗର ତାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି । କୋର୍ଟ ତାଙ୍କ ଭାଇ ତଥା ମାମଲାରେ ସହ-ଅଭିଯୁକ୍ତ ଶୌଭିକ୍‌ ଚକ୍ରବର୍ତ୍ତୀଙ୍କ ଦ୍ୱାରା ଦାଖଲ ଏକ ସମାନ ଆବେଦନକୁ ଅନୁମତି ଦେଇଛନ୍ତି ।

ରିୟା ଚକ୍ରବର୍ତ୍ତୀଙ୍କୁ ୨୦୨୦ ସେପ୍ଟେମ୍ବରରେ ଏହି ମାମଲାରେ ଗିରଫ କରାଯାଇଥିଲା ଏବଂ ଗିରଫ ହେବାର ପ୍ରାୟ ଏକ ମାସ ପରେ ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ରିୟାଙ୍କ ବ୍ୟତୀତ ତାଙ୍କ ଭାଇ ଶୌଭିକ୍‌ ଏବଂ ଅନ୍ୟ କେତେଜଣ ଏହି ମାମଲାରେ ଅଭିଯୁକ୍ତ ଅଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ବର୍ତ୍ତମାନ ଜାମିନରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.