ତାତିରୁ ମିଳିବନି ନିସ୍ତାର : ୧୧ରୁ ବଢ଼ିବ ସୂର୍ଯ୍ୟଙ୍କ ପ୍ରକୋପ, ୩ରୁ ୪ ଡିଗ୍ରୀ ବଢ଼ିବ ତାପମାତ୍ରା

ତାତିରୁ ମିଳିବନି ନିସ୍ତାର, ୧୧ରୁ ବଢ଼ିବ ସୂର୍ଯ୍ୟଙ୍କ ପ୍ରକୋପ । ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ପାରଦ। ଉପାନ୍ତରୁ ଉପକୂଳ ସବୁଠି ବୃଦ୍ଧି ହେବ ତାପମାତ୍ରା । ଆଗାମୀ ୩ ଦିନ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି ।

ଭୁବନେଶ୍ୱର (କେନ୍ୟୁଜ): ତାତିରୁ ମିଳିବନି ନିସ୍ତାର, ୧୧ରୁ ବଢ଼ିବ ସୂର୍ଯ୍ୟଙ୍କ ପ୍ରକୋପ  । ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ପାରଦ । ଉପାନ୍ତରୁ ଉପକୂଳ ସବୁଠି ବୃଦ୍ଧି ହେବ ତାପମାତ୍ରା ।  ଆଗାମୀ ୩ ଦିନ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ଏବେ ରାତିର ତାପମାତ୍ରା ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠୁ ଅଧିକ ରହୁଛି । ସେହିପରି ଦିନର ତାପମାତ୍ରା ମଧ୍ୟ କିଛି ସ୍ଥାନରେ ଅଧିକ ରହୁଥିବାରୁ ତାତି ଅନୁଭୂତ ହେଉଛି ।

ଗତକାଲି ୧୧ଟି ସହରର ଦିନ ତାପମାତ୍ରା ୩୬ ଡିଗ୍ରି ସେଲସିୟସ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି । ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଗୁରୁଚାପ ବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବାରୁ କିଛି ସ୍ଥାନରେ ମେଘୁଆ ପାଗ ସହ ହାଲୁକା ବର୍ଷା ହେଉଛି । ଆସନ୍ତା ୪ ଯାଏ ଦିନ ଓ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନହିଁ । ୧୦ ତାରିଖ ଯାଏ କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.