Below header

ଅଭୟ ବରଦାୟିନୀ ମା’ ମଣୀନାଗ ଠାକୁରାଣୀଙ୍କ ଆଦିପୀଠରେ ପାଳିତ ହେଲା ବାର୍ଷିକ ଉତ୍ସବ

ଲୋକକଥା ଅନୁସାରେ ରାଜା ଶାଳଭଞ୍ଜ ଦେଓଙ୍କ ଅମଳରେ ଏକ ଆଦିବାସି ଯୁବକର କୁଠାର ଆଘାତରେ ମା’ ମଣିନାଗ ୨ ଖଣ୍ଡରେ ବିଭକ୍ତ ହୋଇଥିଲେ । ମା’ ମଣିନାଗ ଠାକୁରଙ୍କ ମସ୍ତକ ଭାଗଟି ରଣପୁରରେ ପୂଜା ପାଉଥିବା ବେଳେ ଶରୀର ଭାଗଟି ଦଶପଲ୍ଲାସ୍ଥିତ ବୁଗୁଡ଼ା ଠାରେ ପୂଜା ପାଉଛନ୍ତି ।

ଦଶପଲ୍ଲା (କେନ୍ୟୁଜ): ଦଶପଲ୍ଲା ପଶ୍ଚିମାଞ୍ଚଳର ପ୍ରସିଦ୍ଧ ଶକ୍ତିପୀଠ ମା’ ମଣୀନାଗ ଠାକୁରାଣୀଙ୍କର ବାର୍ଷିକ ଉତ୍ସବ ଓ ବିଜୟା ଏକାଦଶୀ ଉଭୟ ବୈଦିକ ଓ ଆଦିବାସୀ ପରମ୍ପରା ଅନୁସାରେ ପାଳିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବ ଫାଲଗୁନ କୃଷ୍ଣପକ୍ଷ ନବମୀ, ଦଶମୀ ଓ ଏକାଦଶୀ ତିନିଦିନ ଧରି ମହା ଆଡ଼ମ୍ବରରେ ବୁଗୁଡା ଗ୍ରାମସ୍ଥ ମୂଳ ଶକ୍ତିପୀଠ ଓ ବୁଗୁଡା କଲୋନୀ ଶକ୍ତିପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି ।

ଲୋକକଥା ଅନୁସାରେ ରାଜା ଶାଳଭଞ୍ଜ ଦେଓଙ୍କ ଅମଳରେ ଏକ ଆଦିବାସି ଯୁବକର କୁଠାର ଆଘାତରେ ମା’ ମଣିନାଗ ୨ ଖଣ୍ଡରେ ବିଭକ୍ତ ହୋଇଥିଲେ । ମା’ ମଣିନାଗ ଠାକୁରଙ୍କ ମସ୍ତକ ଭାଗଟି ରଣପୁରରେ ପୂଜା ପାଉଥିବା ବେଳେ ଶରୀର ଭାଗଟି ଦଶପଲ୍ଲାସ୍ଥିତ ବୁଗୁଡ଼ା ଠାରେ ପୂଜା ପାଉଛନ୍ତି । ତେଣୁ ନବମୀ ତିଥିରେ ବ୍ରାହ୍ମ ମୂହୁର୍ତ୍ତରେ କଳସଯାତ୍ରା ପରେ ସୋତ୍ରୀୟ ବ୍ରାହ୍ମଣ ମାନଙ୍କ ଦ୍ବାରା ବୈଦିକ ରିତିନୀତିରେ ମହାଶକ୍ତି ହୋମ ଓ ଅଖଣ୍ଡ ନାମ ସଙ୍କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ଉତ୍ସବର ଦିତୀୟ ଦିବସରେ, ହଜାର ହଜାର ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇଥିଲେ । ପରେ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବିରାଜିତା, ଅଭୟ ବରଦାୟିନୀ ମା’ ମଣୀନାଗ ଠାକୁରାଣୀଙ୍କ ଆଦିପୀଠ ପାହାଡ ମଣୀନାଗ ଠାରେ ନବଶକ୍ତି ହୋମ କରାଯାଇଥିଲା । ଏହା ପରେ ଏକ ବିରାଟ ପଟୁଆରରେ ବୁଗୁଡା କଲୋନୀସ୍ଥିତ ଶକ୍ତିପୀଠକୁ ଆସିବା ପରେ ଆଦିବାସୀ ପରମ୍ପରା କ୍ରମେ ପୂଜାର୍ଚ୍ଚନା ହୋଇଥିଲା ।

ପ୍ରତିବର୍ଷ ଏହି ପୂଜା ଉତ୍ସବରେ ଦଶପଲ୍ଲା ପଶ୍ଚିମାଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ମାତୃକୃପା ଲାଭ କରିଥାନ୍ତି । ପ୍ରତ୍ୟେକ ରାତ୍ରରେ
ଚିକମିକ୍‌ ଆଲୋକରେ ମଞ୍ଚସ୍ଥ ମନୋରଞ୍ଜନ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଛି । ରଙ୍ଗବେରଙ୍ଗର ଡ୍ରେସ୍, ଚଟପଟି ଖାଦ୍ୟ ,କୁନିକୁନି ପିଲାମାନଙ୍କ ଉପଭୋଗ ପାଇଁ ଦୋଳି ଲଗାଯାଇଥିଲା । ଏହି ଶକ୍ତିପୀଠ ଅନେକ ପୌରାଣିକ କଥା ବହନ କରୁଥିବା ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଅନ୍ୟପଟେ ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.