ନାଟୁ ନାଟୁ ସଙ୍ଗ୍‌ର କ୍ରେଜ୍‌ ଏବେ ଦେଖିବାକୁ ମିଳିଛି କ୍ରିକେଟରମାନଙ୍କ ମଧ୍ୟରେ, ଭାଇରାଲ ହେଉଛି ଭିଡିଓ

ନିକଟରେ ଶାହାରୁଖ ଖାନ, ସଲମାନ ଖାନ ଏବଂ ଆମୀର ଖାନ ରାଧିକା ଓ ଅନନ୍ତଙ୍କ ପ୍ରି ୱେଡିଂ ସେଲିବ୍ରେସନ୍‌ରେ ରାମ ଚରଣଙ୍କ ସହ ଏହି ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ, ଯାହାର ଭିଡିଓ ଖୁବ୍‌ ଭାଇରାଲ ହୋଇଥିଲା । ପୁଣିଥରେ ଏହି ଗୀତର କ୍ରେଜ୍ ଇଣ୍ଡିଆନ୍ ଷ୍ଟ୍ରିଟ୍ ପ୍ରିମିୟର ଲିଗ୍ ରେ ଦେଖିବାକୁ ମିଳିଥିଲା, ଯେଉଁଠାରେ ସଚିନ୍ ତେନ୍ଦୁଲକର ଓ ସୂର୍ଯ୍ୟକୁମାର ଏହି ଗୀତରେ ନାଚୁଥିବାର ନଜର ଆସିଥିଲେ ।

ଆଜିକାଲି ସବୁ ସ୍ଥାନରେ ଫିଲ୍ମ ‘RRR’ ଗୀତ ‘ନାଟୁ ନାଟୁ’ର କ୍ରେଜ୍ ଦେଖିବାକୁ ମିଳୁଛି । ନିକଟରେ ଶାହାରୁଖ ଖାନ, ସଲମାନ ଖାନ ଏବଂ ଆମୀର ଖାନ ରାଧିକା ଓ ଅନନ୍ତଙ୍କ ପ୍ରି ୱେଡିଂ ସେଲିବ୍ରେସନ୍‌ରେ ରାମ ଚରଣଙ୍କ ସହ ଏହି ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ, ଯାହାର ଭିଡିଓ ଖୁବ୍‌ ଭାଇରାଲ ହୋଇଥିଲା । ପୁଣିଥରେ ଏହି ଗୀତର କ୍ରେଜ୍ ଇଣ୍ଡିଆନ୍ ଷ୍ଟ୍ରିଟ୍ ପ୍ରିମିୟର ଲିଗ୍ ରେ ଦେଖିବାକୁ ମିଳିଥିଲା, ଯେଉଁଠାରେ ସଚିନ୍ ତେନ୍ଦୁଲକର ଓ ସୂର୍ଯ୍ୟକୁମାର ଏହି ଗୀତରେ ନାଚୁଥିବାର ନଜର ଆସିଥିଲେ । ତେବେ ଏହି ଭିଡିଓଟି ଇନ୍‌ଷ୍ଟାଗ୍ରାମ୍‌ ଆକାଇଣ୍ଟ viralbhayaniରେ ସେୟାର ହୋଇଛି ।

ତେବେ ମୁମ୍ବାଇରେ ଆୟୋଜିତ ହୋଇଥିବା ଇଣ୍ଡିଆନ୍ ଷ୍ଟ୍ରିଟ୍ ପ୍ରିମିୟର ଲିଗ୍ ର ଓପନିଂ ଡେ ର କିଛି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ଆପଣମାନେ ଦେଖିପାରିବେ ଯେ କିପରି ଭାବେ ବଲିଉଡ ଷ୍ଟାର ଏବଂ କ୍ରିକେଟରମାନେ ‘ନାଟୁ ନାଟୁ’ରେ ସଙ୍ଗ୍‌ରେ ଡ୍ୟାନ୍ସ କରୁଛନ୍ତି । ଯାହା ଫ୍ୟାନ୍ସଙ୍କୁ ବହୁତ ହିଁ ପସନ୍ଦ ଆସିଛି । ତେବେ ଏହି ଭିଡିଓରେ ଆପଣମାନେ ଦେଖିପାରିବେ ଯେ ସଚିନ ତେନ୍ଦୁଲକର ଏବଂ ସୂର୍ଯ୍ୟକୁମାର କିପରି ଅକ୍ଷୟ କୁମାର, ରାମ ଚରଣଙ୍କ ସହ ଡ୍ୟାନ୍ସ ଷ୍ଟେପ୍‌ ମ୍ୟାଚ୍‌ କରୁଛନ୍ତି । ଏହି ଭିଡିଓକୁ ସୋସିଆଲ ମିଡିଆରେ ବହୁତ ପସନ୍ଦ କରାଯାଉଛି । ISPL ଖୋଲିବା ସମୟରେ ଏହି ଭିଡିଓ କରାଯାଇଥିଲା ଏବଂ ବର୍ତ୍ତମାନ ଏହା ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଦେଖି ଏହା କାହିବା ଭୁଲ୍ ହେବ ନାହିଁ ଯେ ‘ନାଟୁ ନାଟୁ’ର କ୍ରେଜ୍ ଷ୍ଟାରମାନଙ୍କ ଭିତରେ କିପରି ରହିଛି । ଏବେ ଏହି ଗୀତର କ୍ରେଜ୍‌ କ୍ରିକେଟରମାନେ ମଧ୍ୟରେ ଦେଖିବାକୁ ମିଳିଛି ।

ଇଣ୍ଡିଆନ୍ ଷ୍ଟ୍ରିଟ୍ ପ୍ରିମିୟର ଲିଗ୍ ହେଉଛି ଭାରତରେ ଏକ ଟେନିସ୍ ବଲ୍ T10 କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ଏହାର ପ୍ରଥମ ସିଜିନ୍ ମାର୍ଚ୍ଚ ୬ ରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ମୁମ୍ବାଇରେ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟ ହାଇଦ୍ରାବାଦ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ, ଚେନ୍ନାଇ ଏବଂ ଶ୍ରୀନଗର ମଧ୍ୟରେ ହେବାକୁ ଯାଉଛି । ଏହି ୬ଟି ସହର ମଧ୍ୟରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟର ଓନର ହେଉଛନ୍ତି, ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ (ମୁମ୍ବାଇ), ଅକ୍ଷୟ କୁମାର (ଶ୍ରୀନଗର), ରାମ ଚରଣ (ହାଇଦ୍ରାବାଦ) ସୈଫ ଅଲି ଖାନ ଏବଂ କରୀନା କପୁର ଖାନ (କୋଲକାତା), ହ୍ରିତିକ ରୋଶନ (ବେଙ୍ଗାଲୁରୁ) ଏବଂ ସୂର୍ଯ୍ୟକୁମାର (ଚେନ୍ନାଇ) । ଏହି ଟୁର୍ଣ୍ଣାମେଣ୍ଟର ଠାଣେର ଦାଦୋଜି କୋଣ୍ଡାଦେବ ଷ୍ଟାଡିୟମରେ ଖେଳାଯିବ । ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ମୋଟ ୧୮ ଟି ମ୍ୟାଚ୍ ଖେଳାଯିବ ।

 

View this post on Instagram

 

A post shared by Viral Bhayani (@viralbhayani)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.