ଗ୍ରେଟର ନୋଏଡା: ଗୌର ସିଟିର ୧୬ ଆଭେନ୍ୟୁରେ ଭୟାବହ ଅଗ୍ନିକାଣ୍ଡ, ଚାଲିଛି ଉଦ୍ଧାର କାର୍ଯ୍ୟ

ଗ୍ରେଟର ନୋଏଡା ଏକ୍ସଟେନ୍ସନ୍‌ସ୍ଥିତ ଏକ ବହୁତଳ ଅଟ୍ଟାଳିଆରେ ଗୁରୁବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିିଛି । ଏଠାରେ ଗୌର ସିଟି-୨ର ୧୬ ଆଭେନ୍ୟୁରେ ଭୀଷଣ ନିଆଁ ଲାଗିଛି ।

ଗ୍ରେଟର ନୋଏଡା ଏକ୍ସଟେନ୍ସନ୍‌ସ୍ଥିତ ଏକ ବହୁତଳ ଅଟ୍ଟାଳିଆରେ ଗୁରୁବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିିଛି । ଏଠାରେ ଗୌର ସିଟି-୨ର ୧୬ ଆଭେନ୍ୟୁରେ ଭୀଷଣ ନିଆଁ ଲାଗିଛି । ନିଆଁ ପ୍ରଥମେ ଗୋଟିଏ ଫ୍ଲାଟ୍‌ରେ ଲାଗିଥିଲା, ପରେ ଅନ୍ୟ ଫ୍ଲାଟ୍‌କୁ ବ୍ୟାପିଯାଇଥିଲା । ଦୁଇଟି ଫ୍ଲାଟ୍‌ରେ ନିଆଁ ଲାଗିବା କାରଣରୁ ଅନେକ ଲୋକ ବିଲ୍ଡିଂରେ ଫସି ରହିଥିବା ସୂଚନା ରହିଛି ।

ଖବର ପାଇ ଘଟଣାସ୍ଥଳରେ ଦୁଇଟି ଦମକଳ ଗାଡ଼ି ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଚାଲିଛି । ସୋସାଇଟିର ଟାଓ୍ଵାରରେ ଭୀଷଣ ନିଆଁ ଲାଗିଥିବାରୁ ସମ୍ପୂର୍ଣ୍ଣ ଟାଓ୍ଵାର ଧୂଆଁମୟ ହୋଇଯାଇଛି । ଏହି ଘଟଣାକୁ ନେଇ ସୋସାଇଟିରେ ଭୟର ବାତାବରଣ ଖେଳିଯାଇଛି । ଦମକଳ ଗାଡ଼ି ଘଟଣାସ୍ଥଳରେ ମୁତୟନ ଥିବାବେଳେ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚିଛି ।

ତେବେ ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ସ୍ଥିତିକୁ ଦେଖି ଲୋକମାନେ ଘର ବାହାରକୁ ଚାଲି ଆସିଛନ୍ତି । ସୂଚନା ମୁତାବକ, ଯେଉଁ ଫ୍ଲାଟ୍‌ରେ ନିଆଁ ଲାଗିଥିଲା, ସେହି ଫ୍ଲାଟ୍‌ରେ ରହୁଥିବା ପରିବାର କୌଣସି ବିବାହ ସମାରୋହରେ ଯାଇଥିଲେ । ଏହି କାରଣରୁ ଫ୍ଲାଟ୍‌ଟି ବନ୍ଦ ଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ ପାଖ ଫ୍ଲାଟ୍‌କୁ ମଧ୍ୟ ବ୍ୟାପିଯାଇଥିଲା । ଅଧିକାରୀମାନେ କହିଛନ୍ତି, ଏ ପର୍ଯ୍ୟନ୍ତ ଅଗ୍ନିକାଣ୍ଡରେ ହୋଇଥିବା କ୍ଷୟକ୍ଷତିର ସମ୍ପୂର୍ଣ୍ଣ ସୂଚନା ମିଳିପାରି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.