ମହଙ୍ଗା ପଡ଼ିଲା ପାଟିରେ ପେଟ୍ରୋଲ ଧରି ନିଆଁ ଫୁଙ୍କିବା, ଅଘଟଣର ଶିକାର ହେଲେ ଲୋକେ

ନିଆଁ ସାଥିରେ ଖେଳ ସମସ୍ତଙ୍କୁ ମହଙ୍ଗା ପଡିଛି । ବାହାଘର ପ୍ରୋସେସନରେ ପାଟିରେ ପେଟ୍ରୋଲ ଧରି ନିଆଁ ଫୁଙ୍କିବା ବେଳେ ଘଟିଗଲା ଏଭଳି ଅଘଟଣ । ପାଖରେ ଛିଡା ହୋଇଥିବା ଲୋକଙ୍କ ଦେହରେ ନିଆଁ ଲାଗି ଯାଇଥିବାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି ।

ଗଞ୍ଜାମ (କେନ୍ୟୁଜ):  ଏବେ ଚାଲିଛି ବାହାଘର ଋତୁ । ଯେଉଁଠି ଦେଖିବ ବାହାଘରର ମଜା ଉଠାଉଛନ୍ତି ଲୋକେ । କିଏ ବାହାଘରରେ ଭୋଜି ଖାଇବାରେ ବ୍ୟସ୍ତ ତ କିଏ ନାଚକୁଦରେ ବ୍ୟସ୍ତ । କିନ୍ତୁ ଏ ବାହାଘର ସମୟରେ ଭିନ୍ନ ଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ଅଘଟଣ । ନିକଟରେ ବାହାଘର ସମୟରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ କିଛି ଲୋକ ଡ୍ୟାନ୍ସ କରୁଥିଲେ । ଠିକ୍‌ ଏହି ସମୟରେ କେହି ଜଣେ ନିଜ ପାଟିରେ ପେଟ୍ରୋଲ ପୁରାଇ ନିଆଁ ଫୁଙ୍କିବାକୁ ଚେଷ୍ଟା କରିଥିଲା । ଏଭଳି କରୁଥିବା ସମୟରେ ହଠାତ ଭୟଙ୍କର ଭାବେ ଜଳି ଉଠିଥିଲା ନିଆଁ । ସାମ୍ନାରେ ଛିଡ଼ା ହୋଇଥିବା କିଛି ଲୋକ ଏହି ନିଆଁର ଶିକାର ହୋଇଥିଲେ । ନିଆଁ ଜଳିବା ଦେଖି ପାଖରେ ରହିଥିବା ଲୋକମାନେ ବି ସ୍ଥାନ ଛାଡ଼ି ପଳାଇଥିଲେ ।

ନିଆଁ ସାଥିରେ ଖେଳ ସମସ୍ତଙ୍କୁ ମହଙ୍ଗା ପଡିଛି । ବାହାଘର ପ୍ରୋସେସନରେ ପାଟିରେ ପେଟ୍ରୋଲ ଧରି ନିଆଁ ଫୁଙ୍କିବା ବେଳେ ଘଟିଗଲା ଏଭଳି ଅଘଟଣ । ପାଖରେ ଛିଡା ହୋଇଥିବା ଲୋକଙ୍କ ଦେହରେ ନିଆଁ ଲାଗି ଯାଇଥିବାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି । ତେବେ ଏହି ଭାଇରଲ ଭିଡିଓଟି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବାଲିଛାଇ ଫାଣ୍ଡି ଅଧିନ ମାଗୁରପୁଞ୍ଜା ଗ୍ରାମର ହୋଇଥିବା ଜଣାପଡିଛି । ଗତ ସୋମବାର ରାତିରେ ଗାଁର ଜଣେ ବ୍ୟକ୍ତିଙ୍କ ବାହାଘର ପ୍ରୋସେସନ ଚାଲି ଥିବାବେଳେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି । ତେବେ ଏଥିରେ ଜଣେ ଆଠ ବର୍ଷର ଶିଶୁ ସମେତ ତିନିରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି ।

ବାହାଘର ସମୟରେ ବାଣ ଫୁଟାଇବା ସହ କିଛି ଲୋକ ଏଭଳି ପାଟିରେ ପେଟ୍ରୋଲ ପୁରାଇ ନିଆଁ ଫୁଙ୍କନ୍ତି । ଯାହା ନିଶ୍ଚିତ ଭାବେ ବିପଜ୍ଜନକ । କିନ୍ତୁ ଏ ଅମାନିଆ ଲୋକଙ୍କର ଡର ଭୟ କିଛି ବି ନଥାଏ । ଫଳରେ ନିଜ ଜୀବନକୁ ବିପଦରେ ପକାଇବା ସହ ଅନ୍ୟମାନଙ୍କ ଜୀବନ ପ୍ରତି ବି ବିପଦ ସୃଷ୍ଟି କରନ୍ତି । ତେବେ ଆପଣମାନେ ବାହାଘର ସମୟରେ ଏଭଳି ବିପଜ୍ଜନକ କାର୍ଯ୍ୟ ଠାରୁ ଦୂରେଇ ରୁହନ୍ତୁ । ନଚେତ ଆପଣ ବି ଏଭଳି ଦୁର୍ଘଟଣାର ସମ୍ମୁଖୀନ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.