ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ EDର ଆବେଦନ ଉପରେ ସମନ ପଠାଇଲେ କୋର୍ଟ, ମାର୍ଚ୍ଚ ୧୬ରେ ହାଜର ହେବାକୁ କହିଲେ

ମଦ ଦୁର୍ନୀତି ସହ ଜଡ଼ିତ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ରାଉସ୍‌ ଆଭେନ୍ୟୁ କୋର୍ଟ ସମନ ପଠାଇଛନ୍ତି । ଇଡିର ଆବେଦନ ଉପରେ ଏହି ସମନ ଜାରି କରାଯାଇଛି ।

ମଦ ଦୁର୍ନୀତି ସହ ଜଡ଼ିତ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ରାଉସ୍‌ ଆଭେନ୍ୟୁ କୋର୍ଟ ସମନ ପଠାଇଛନ୍ତି । ଇଡିର ଆବେଦନ ଉପରେ ଏହି ସମନ ଜାରି କରାଯାଇଛି । କୋର୍ଟ କେଜ୍ରିଓ୍ଵାଲଙ୍କୁ ମାର୍ଚ୍ଚ ୧୬ରେ ହାଜର ହେବା ପାଇଁ କହିଛନ୍ତି ।

ଏହା ପୂର୍ବରୁ ଇଡି ସିଏମ୍‌ କେଜ୍ରିଓ୍ଵାଲଙ୍କୁ ୮ ଥର ସମନ ପଠାଇ ସାରିଛି । କିନ୍ତୁ ସେ ଏହାକୁ ଅବୈଧ ବୋଲି କହି ଆସିଛନ୍ତି । ସିଏମ୍‌ କହିଛନ୍ତି ଯେ ଏହି ସମନ ଅବୈଧ । ତଥାପି ସେ ଇଡିର ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ଅଛନ୍ତି । ସେ ଇଡିଠାରୁ ମାର୍ଚ୍ଚ ୧୨ ପରେ କୌଣସି ଏକ ତାରିଖ ମାଗିଥିଲେ । କେଜ୍ରିଓ୍ଵାଲ କହିଥିଲେ କି, ସେ ଭିଡିଓ କନ୍‌ଫେରେନ୍ସି ଜରିଆରେ ପ୍ରଶ୍ନଗୁଡ଼ିକର ଉତ୍ତର ଦେବେ ।

ସେପଟେ କେଜ୍ରିଓ୍ଵାଲଙ୍କୁ ଇଡିର ବାରମ୍ବାର ସମନ ପରେ ଆମ୍‌ ଆଦ୍‌ମୀ ପାର୍ଟି ପ୍ରଶ୍ନ ଉଠାଇଥିଲା ଯେ ଇଡି କେଉଁ ଆଧାରରେ ଏହି ସମନ ପଠାଉଛି ? ଯେତେବେଳେ କି, ଇଡି ନିଜେ ଏହି ମାମଲାକୁ ନେଇ କୋର୍ଟ ଯାଇଛି, ତା’ ହେଲେ ଇଡି କାହିଁକି ଅପେକ୍ଷା କରୁନାହିଁ । ଏଜେନ୍ସି କେବଳ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଡରାଇବାକୁ ଚାହୁଁଛି ।

ଆପ୍‌ର କହିବା ହେଲା, ଚଣ୍ଡୀଗଡ଼ରେ ସୁପ୍ରିମ୍‌କୋର୍ଟ ଯେଉଁ ପ୍ରକାରର ନିଷ୍ପତ୍ତି ଶୁଣାଇଛନ୍ତି, ତାହାର ପ୍ରତିଶୋଧ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଠାରୁ ନିଆଯାଉଛି । କହି ରଖୁଛୁ, ଏହା ପୂର୍ବରୁ ସିଏମ୍‌ କେଜ୍ରିଓ୍ଵାଲଙ୍କୁ ଇଡି ୮ ଥର ସମନ ଜାରି କରିଛି । କିନ୍ତୁ କେଜ୍ରିଓ୍ଵାଲ ଏ ପର୍ଯ୍ୟନ୍ତ କୌଣସି ବି ନୋଟିସ୍‌ରେ ଇଡିରେ ହାଜର ହୋଇନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.