Below header

ବୈଜ୍ଞାନିକଙ୍କ ବିରଳ ଆବିଷ୍କାର, ମୃତ୍ୟୁ ପରେବି ଜୀବିତ କରାଯାଇ ପାରିବ ବ୍ରେନ, ଜାଣନ୍ତୁ କେମିତି ?

ମୃତ୍ୟୁ ହୋଇଥିବା ଲୋକର ବ୍ରେନକୁ ବି ପୁନର୍ବାର ଜୀବିତ କରାଯାଇପାରିବ । ଆମେରିକାର ୟେଲ ୟୁନିଭରସିଟିର ଗବେଷକମାନେ ଏହାକୁ ପ୍ରମାଣିତ କରିଛନ୍ତି । ଚାରିଘଣ୍ଟା ପୂର୍ବରୁ ମୃତ୍ୟୁ ବରଣ କରିଥିବା ଗୋଟିଏ ଘୁଷୁରୀର ମସ୍ତିଷ୍କକୁ ଏକ ବିଶେଷ ରସାୟନର ସାହଯ୍ୟରେ ଜୀବିତ କରିବାରେ ସଫଳ ହୋଇଛନ୍ତି ।

ଗବେଷକଙ୍କ କହିବା ଅନୁସାରେ ଭବିଷ୍ୟତରେ ଏହି ରିସର୍ଚ ହାର୍ଟ ଆଟାକ ଓ ହାର୍ଟ ଚୋକ୍‌ରେ ପୀଡ଼ିତ ଲୋକଙ୍କ ପାଇଁ ସାହାଯ୍ୟ କରିବ । ଏହା ସହିତ ମସ୍ତିଷ୍କ ଆଘାତର ରହସ୍ୟକୁ ଜାଣିବା ପାଇଁ ଏହାକୁ ଉପଯୋଗ କରାଯାଇ ପାରିବ । ମୁଖ୍ୟ ଗବେଷକ ଓ ନ୍ୟୁରୋ ସାଇନ୍ସ ବିଭାଗର ପ୍ରଫେସର ନିନାଦ ସେଷ୍ଟନ କହିଛନ୍ତି ଏକ ବିଶେଷ କେମିକାଲ ସାହାଯ୍ୟରେ ଚାରିଘଣ୍ଟା ପୂର୍ବରୁ ମରିଥିବା ଘୁଷୁରୀର ମସ୍ତିଷ୍କକୁ ଜୀବିତ କରାଯାଇ ପାରିଥିଲା ।


ରିସର୍ଚରେ ସାମିଲ ହୋଇଥିବା ୟେଲ ୟୁନିଭରସିଟି ନ୍ୟୁରୋ ସାଇନ୍ସ ବିଭାଗର ପ୍ରଫେସର ବେନିମିର ବରସେଲିଜା କହିଛନ୍ତି ବିଶେଷ ପ୍ରୟୋଗରେ ଚାଲୁଥିବା ମସ୍ତିଷ୍କର ଚିକିତ୍ସା କାରଣରୁ ଏହାକୁ ଜୀବିତ କୁହାଯାଇ ପରିବନି । କହିଁକିନା ଏହାର ଚିନ୍ତା ଶକ୍ତି ଓ ବିଚାର ଶକ୍ତି ନଥାଏ । ତେବେ ବ୍ରେନ ଷ୍ଟ୍ରୋକ ଓ ଦୁର୍ଘଟଣାରେ ମସ୍ତିଷ୍କର କୋଷିକା ଗୁଡିକର କ୍ଷତିପୂରଣରେ ଏହି ଟେକନିକର ବ୍ୟବହାର କରାଯାଇ ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.