Below header

ଏକାସାଥୀରେ ଜନ୍ମ ହୋଇଥିଲେ ତିନି ଭଉଣୀ, ଏବେ ଏକାସାଥୀରେ ହେଲେ ଗର୍ଭବତୀ

ଦୁନିଆରେ ଅନେକ ଅଜବ ଗଜବ ଘଟଣା ଦେଖିବାକୁ ମିଳିଥାଏ । ଆଉ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଆମେରିକାରେ । ଆମେରିକାର କାଲିଫର୍ଣ୍ଣିଆରେ ଏକାସାଥୀରେ ଜନ୍ମ ହୋଇଥିବା ତିନି ଭଉଣୀ ନିଜ ଜୀବନର ସବୁ କ୍ଷେତ୍ରକୁ ଏକାସାଥୀରେ ପାର୍ କରିଛନ୍ତି । ପ୍ରଥମେ ଏକାସାଥୀରେ ଜନ୍ମ ହେଲେ, ଏକାସାଥୀରେ ସ୍କୁଲ ଓ କଲେଜର ନିଜ ପାଠପଢା ଶେଷ ବି କଲେ । ହେଲେ ସବୁଠାରୁ ଆଶ୍ଟର୍ଯ୍ୟକର କଥା ହେଉଛି, ଏବେ ତିନି ଭଉଣୀ ଏକାସାଥୀରେ ଗର୍ଭବତୀ ବି ହୋଇଛନ୍ତି ଯାହା ଶୁଣି ଏବେ ସମସ୍ତେ ଆଶ୍ଚର୍ଯ୍ୟ।

ଏହି ଭଉଣୀମାନଙ୍କ ନାମ ହେଲା ଗିନା, ନିନା ଏବଂ ଭିକ୍ଟୋରିଆ । ଯେଉଁମାନେ ୩୫ ବର୍ଷ ବୟସରେ ଏକାଠି ଗର୍ଭବତୀ ହୋଇଛନ୍ତି । ଏହା ତାଙ୍କ ପାଇଁ ଅତ୍ୟନ୍ତ ରୋମାଞ୍ଚକର ମୁହୂର୍ତ୍ତ, ଏବଂ ସେ ଆଶା କରୁଛନ୍ତି ଯେ ତାଙ୍କ ପିଲାମାନେ ମଧ୍ୟ ସେହିଭଳି ଭଲ ପାଇବା ସେମାନଙ୍କ ଠାରୁ ପାଇବେ । ଏକ ସାକ୍ଷାତକାରରେ ଭିକ୍ଟୋରିଆ କହିଥିଲେ ଯେ ଏକତ୍ର ଗର୍ଭବତୀ ହେବା ସେମାନଙ୍କର ଏକ ସ୍ୱପ୍ନ ସାକାର ହେବା ପରି। ପୂର୍ବରୁ ଭିକ୍ଟୋରିଆ ଏବଂ ନୀନା ଗର୍ଭବତୀ ଥିଲେ। ଏହା ପରେ ସେ ତାଙ୍କ ଭଉଣୀ ଜିନାଙ୍କୁ କହିଥିଲେ ମାଆ ହେବାର ସୌଭାଗ୍ୟ ଲାଭ କରିବାକୁ ।

ମିଡିଆ ରିପୋର୍ଟ ଅନୁଯାୟୀ, ତିନି ଭଉଣୀମାନେ ଲାଗୁନା ହିଲ୍ସର ମେମୋରିଆଲ୍ କେୟାର ସାଡଲବ୍ୟାକ୍ ମେଡିକାଲରେ ସେମାନଙ୍କର ସନ୍ତାନଙ୍କୁ ଜନ୍ମ ଦେବେ । ତେବେ ସେଠାରେ ଥିବା ଡାକ୍ତର ଡାନିଏଲ ଷ୍ଟର୍ଣ୍ଣଫେଲ୍ଡ କହିଛନ୍ତି ଯେ, ତିନିଜଣଙ୍କ ସନ୍ତାନ ଜନ୍ମ ସମୟ କିନ୍ତୁ ଭିନ୍ନ ହେବ। ସେମାନେ ଏକ କିମ୍ବା ଦୁଇମାସ ବ୍ୟବଧାନରେ ସେମାନଙ୍କର ଶିଶୁମାନଙ୍କୁ ଜନ୍ମ ଦେବେ । କିନ୍ତୁ ତିନି ଭଉଣୀମାନେ ଏକତ୍ର ଗର୍ଭବତୀ ହେବା ଏକ ପ୍ରକୃତ ଆକର୍ଷଣୀୟ କାହାଣୀ ମଧ୍ୟ ।

ସବୁଠାରୁ ବଡ଼ କଥା ହେଉଛି ଏହା ନୀନାଙ୍କର ପ୍ରଥମ ସନ୍ତାନ ହେବ, ଯିଏ ଅଗଷ୍ଟ ୨୮ ରେ ଜନ୍ମ ହେବ । ଗିନା ଏହା ପୂର୍ବରୁ ମଧ୍ୟ ଦୁଇଟି ସନ୍ତାନ ଜନ୍ମ ଦେଇଛନ୍ତି । ତାଙ୍କର ୮ ବର୍ଷର ପୁଅ ଏବଂ ୫ ବର୍ଷର ଝିଅ ମଧ୍ୟ ଅଛି, ଏବଂ ସେ ବର୍ତ୍ତମାନ ତୃତୀୟ ଥର ପାଇଁ ମା ହେବାର ସୌଭାଗ୍ୟ ପାଇବାକୁ ଯାଉଛନ୍ତି । ଏଥିସହିତ ଭିକ୍ଟୋରିଆ ମଧ୍ୟ ଦ୍ୱିତୀୟ ଥର ପାଇଁ ମାଆ ହେବାକୁ ଯାଉଛନ୍ତି । ତାଙ୍କର କେବଳ ପ୍ରଥମରୁ ଦୁଇ ବର୍ଷର ଝିଅଟିଏ ଅଛି । ତିନି ଭଉଣୀ ଏକାସାଙ୍ଗରେ ଗର୍ଭବତୀ ହେବା ସହ ମାସେ ଦୁଇ ମାସ ବ୍ୟବଧାନରେ ଜନ୍ମ ଦେବାକୁ ନେଇ ଖୁବ୍ ଉତ୍ସାହିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.