Below header

ବାପର ଠେଙ୍ଗାମାଡରେ ପୁଅର ମୃତ୍ୟୁ, ବୋହୂର ଅବସ୍ଥା ଗୁରୁତର

ରାଇରଙ୍ଗପୁର(କେ ନ୍ୟୁଜ):  ବାପର ଠେଙ୍ଗାମାଡରେ ପୁଅର ମୃତ୍ୟୁ । ବୋହୂ ଗୁରୁତର ଆହତ ହୋଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ତାମଳବନ୍ଧ ଗ୍ରାମରେ । ସୂଚନା ଅନୁଯାୟୀ ରାମ ଟୁଡୁ ପୁଅ ଗୋପୀନାଥ ଟୁଡୁ ଓ ବୋହୂ ଯାଶ୍ମି ଟୁଡୁ ତାମଳବନ୍ଧ ଗ୍ରାମରେ ରହନ୍ତି । ରାମଙ୍କ ବାସଗୃହ ଉପର ଭାଗରେ ରହିଥିବା ବେଳେ ଗୋପୀନାଥଙ୍କ ଘର ତଳ ଭାଗରେ ରହିଛି । ବର୍ଷା ହେଲେ ରାମଙ୍କ ଘର ପଟୁ ବର୍ଷାଜଳ ଆସି ଗୋପୀନାଥଙ୍କ ଘରେ ପଶିଥାଏ । ତେବେ ବାହାର ଅଗଣାରେ ଜମା ହୋଇରହିଥିବା ବର୍ଷା ପାଣିର ହିଡ ବାନ୍ଧିବା ଓ କାଟିବା ନେଇ ଉଭୟ ବାପ ପୁଅଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା ।

ଏଥିରେ ବାପା ରାମ କ୍ରୋଧାନ୍ୱିତ ହୋଇ ପାଖରେ ଥିବା ଏକ ଠେଙ୍ଗାକୁ ଉଠାଇ ଗୋପୀନାଥଙ୍କ ମୁଣ୍ଡ ଉପରେ ପ୍ରହାର କରିଥିଲେ । ରକ୍ତ ଜୁଡୁବୁଡୁ ଚେତାଶୂନ୍ୟ ଅବସ୍ଥାରେ ଗୋପୀନାଥଙ୍କୁ ଉଦ୍ଧାର କରି ପ୍ରଥମେ ମଣଦା ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଚିକିସ୍ଥାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ପୁଅବୋହୁ ଶଶୁରଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ ଆଣିବା ପରେ ବିଶୋଇ ଥାନା ପୋଲିସ ରାମ ଟୁଡୁଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ବାରିପଦାରୁ ସାଇଣ୍ଟିଫିକ ଟିମ ମଧ୍ୟ ଆସି ଘଟଣାସ୍ଥଳରେ ଛାନଭିନ ଆରମ୍ଭ କରିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.