Below header

ଜବରଦସ୍ତ ଅଭିନୟ କରି ଗାଁ ଲୋକଙ୍କୁ ସଚେତନ କରାଇଲେ କୁନି ପିଲା, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ କଲେ ପ୍ରଶଂସା

ଯାଜପୁର ରୋଡ (କେନ୍ୟୁଜ) : କୋରୋନା ମହାମାରୀର ମହାବିପତ୍ତି ସମୟରେ ଲୋକଙ୍କୁ ସଚେତନ କରିବା ପାଇଁ ରାଜ୍ୟ ସରକାର ବେଶ୍ ତତ୍ପରତା ପ୍ରକାଶ କରିଛନ୍ତି । ସମାନ ଢଙ୍ଗରେ କରୋନା ସଚେତନତା ସମ୍ପର୍କରେ ଭିଡ଼ିଓ କରି ପ୍ରସଂଶା ସାଉଁଟିଛନ୍ତି ୬ ଜଣ ବାଳକ । ଏହି ବାଳକ ମାନେ ହେଲେ ଯାଜପୁର ଜିଲ୍ଲା ରସୁଲପୁର ବ୍ଳକ ରାଧାନଗର ଗାଁର । କରୋନା ଟୀକାକରଣ ସମ୍ପର୍କରେ କୁନି କୁନି ପିଲାମାନଙ୍କ ସଚେତନତା ଭିଡିଓକୁ ଟୁଇଟ କରି ପ୍ରସଂଶା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

coronaଦେବବ୍ରତ ସାହୁ ନାମକ ଜଣେ ଶିକ୍ଷିତ ଯୁବକ ଅଭିନବ ପ୍ରୟାସରେ ଗାଁର ୧୪ ବର୍ଷରୁ ଆରମ୍ଭ କରି ୬ ବର୍ଷ ପର୍ଯ୍ୟନ୍ତ ଅନ୍ୟ ୫ଜଣ ବାଳକଙ୍କୁ ନେଇ ନାଟକ ରୂପରେ ଏକ କରୋନା ସଚେତନତା ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ୍ ହେବାରେ ଲାଗିଛି। ଏହି ବାଳକ ମାନେ ହେଲେ ଗାଁର ଶିବରଞ୍ଜନ ସାହୁ, ସ୍ମୃତି ରଂଜନ ସାହୁ, ସୁକାନ୍ତ ପାତ୍ର, ରଶ୍ମିରଞ୍ଜନ ତରେଇ, ରାଜ ବେହେରା, ଜ୍ଞାନ ରଞ୍ଜନ ସାହୁ ନାମକ ବାଳକ । ଗାଁ ଗାଁରେ ଟୀକା କେମିତି ନେବାକୁ ହେବ, ଥଣ୍ଡାଜ୍ଜ୍ବର ହେଲେ କରୋନା କିପରି ଟେଷ୍ଟ କରିବା ଆଦି ବିଭିନ୍ନ ସଚେତନତା ବାର୍ତ୍ତା ଦେଇଥିଲେ । କରୋନା ରୋଗକୁ ଘୃଣା କରାଯାଇପାରେ କିନ୍ତୁ କୋରୋନା ରୋଗୀକୁ ନୁହେଁ ଏବଂ ଗୋ କରୋନା ଗୋ ଆଦି ବିଷୟରେ ଭିଡ଼ିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଛାଡିଥିଲେ । କୁନିକୁନି ପିଲାଙ୍କ ଏହି ନାଟକକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଛି ।

childଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପିଲାଙ୍କ ଏହି ଭିଡିଓକୁ ପ୍ରଶଂସା କରିଛନ୍ତି । ଉଭୟ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ନିଜର ଟୁଇଟର ଆକାଉଣ୍ଟରେ ଏହି ଭିଡ଼ିଓକୁ ଛାଡି କୁନିକୁନି ପିଲାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସମସ୍ତେ ଏହି ଭିଡ଼ିଓ ଵାର୍ତାକୁ ଗ୍ରହଣ କଲେ କରୋନା ଲଢେଇରେ ନିଶ୍ଚିତ ବିଜୟ ଲାଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଵାର୍ତ୍ତା ପାଇଲା ପରେ କୁନିକୁନି ପିଲାଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ଏଥିସହିତ ସମଗ୍ର ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଉତ୍ସାହ ଭରିଯିବା ସହିତ ଆନନ୍ଦ ଉଲ୍ଲାସ ଭରିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.