କର୍ମଚାରୀଙ୍କୁ ଖୁଚୁରା ବେତନ ଦେବାରୁ ପରମିଟଙ୍କୁ କରାଗଲା ନିଲମ୍ବିତ, ଖବର ହେଲା ଭାଇରାଲ

ଡିଜିଟାଲ ଯୁଗରେ ଫିଲିପାଇନ୍ସର ଭେନେଜୁଏଲାରେ କାରଖାନା କର୍ମଚାରୀଙ୍କୁ ଲାଗିଲା ଝଟକା । ଯେବେ ସେମାନେ ନୋଟ ବଦଳରେ ଚିଲର ବା ଖୁଚୁରା ଟଙ୍କା ଭରା ପ୍ଲାଷ୍ଟିକ ବ୍ୟାଗ ଦରମା ଆକାରରେ ପାଇଲେ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

326346
pc: abs cbn news

କମ୍ପାନୀର କର୍ମଚାରୀଙ୍କ ଏଭଳି ଦୁର୍ଦ୍ଦଶା ଜନିତ ଭିଡିଓ ଭାଇରାଲ ହେବା ପରେ ଲୋକମାନେ ଏହାକୁ ଦେଖି ସହାନୁଭୂତି ଜଣାଇଛନ୍ତି । ଫିଲିପାଇନ୍ସର ରସେଲ ମନେସାର ନେକ୍ସଗ୍ରୀନ ଏଣ୍ଟପ୍ରାଇଜ ଫ୍ୟାକଟ୍ରିରେ କାମ କରୁଥିବା କର୍ମଚାରୀଙ୍କୁ ଖୁଚୁରା ଟଙ୍କାକୁ ବେତନ ଆକାରରେ ପ୍ରଦାନ କରାଯାଇଛି । ଏହା ଉପରେ ସ୍ଥାନୀୟ ପ୍ରଶାସନର ନଜର ଗଲା ପରେ ମେୟର କମ୍ପାନୀ ବ୍ୟବସାୟର ପରମିଟକୁ ନିଲମ୍ବିତ କରିଛନ୍ତି ।

235235
pc: the filipino times

ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି । ତେବେ କର୍ମଚାରୀଙ୍କଠୁ ବଦଲା ନେବା ପାଇଁ କମ୍ପାନି ପକ୍ଷରୁ ଏଭଳି ମଜ୍ଜାକ କରାଯାଇଥିବାର କୁହାଯାଇଛି । ତେବେ କାମ କରିଥିବା କର୍ମଚାରୀଙ୍କୁ ବେତନ ନ ଦେଇ ଏଭଳି ନିନ୍ଦା କରିବା କାରଣରୁ ମାମଲା ଦାୟର ହୋଇଛି । ମାମଲା ଯାଞ୍ଚ କରି କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.