Below header

ମାତ୍ର ୩ ମିନିଟରେ କାର ପାଲଟି ଯାଉଛି ବିମାନ, ସଡକ ଛାଡ଼ି ଆକାଶରେ ଭରୁଛି ଉଡ଼ାଣ

ସମୟ ସହିତ ଏମିତି ନୂଆ ନୂଆ ଟେକନିକ ବଜାରକୁ ଆସିବାରେ ଲାଗିଛିଯେ, ବେଳେ ବେଳେ ବିଶ୍ୱାସ ହୁଏନି କି ଏମିତି କଣ ସତରେ ସମ୍ଭବ | ନିଜ ଆଖିକୁ ବି ବେଳେ ବେଳେ ବିଶ୍ୱାସ କରିବା କଷ୍ଟ ହୋଇପଡେ । କିନ୍ତୁ କୌଣସି ପ୍ରକାର ଅସମ୍ଭବକୁ ସମ୍ଭବ କରି ଦେଖେଇବାରେ ଆଧୁନିକ ଇଂଜିନିୟର୍ସ ତଥା ବୈଜ୍ଞାନିକ ମାନେ ଖୁବ ଧୁରନ୍ଧର । ନିକଟରେ ସୋସିଆଲ ମିଡିଆରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକୁ ଦେଖି ବିଶ୍ୱର ବଡ ବଡ ଲୋକେ ବି ନିଜ ଆଖିକୁ ବିଶ୍ୱାସ କରି ପାରୁନାହାନ୍ତି । ନିକଟରେ Klein VISION ନାମକ ଏକ କାର କମ୍ପାନୀ ପବନରେ ଉଡ଼ି ପାରୁଥିବା ଭଳି ଏକ ଫ୍ଲାଇଙ୍ଗ କାର ପ୍ରସ୍ତୁତ କରିଛି ।

 

ଏହି ସ୍ୱତନ୍ତ୍ର କାର ସଡ଼କରେ ଚାଲିବା ସହ ଦରକାର ପଡିଲେ ମାତ୍ର ୩ ମିନିଟ ଭିତରେ ଏକ ଉଡ଼ା ଜାହାଜ ପାଲଟି ଯାଉଛି । ଆଉ ବିଲକୁଲ ଏକ ବିମାନ ବା ହେଲିକପ୍ଟର ପରି ଆକାଶରେ ଉଡ଼ିବାରେ ଲାଗୁଛି । ଦୃଶ୍ୟକୁ ଦେଖିଲେ ଆପଣ ବି କହିବେ, ସତରେ କଣ ଏମିତି ସମ୍ଭବ, ଏହା କୌଣସି ଆଶ୍ଚର୍ଯ୍ୟ ଠାରୁ ତ କମ ନୁହେଁ । ଏହି ଭିଡିଓଟି ୟୁ ଟ୍ୟୁବରେ ସେୟାର ହୋଇଥିବା ବେଳେ ଏହାର କ୍ୟାପ୍ସନରେ ଲେଖାଯାଇଛି, “Klein Vision କମ୍ପାନୀ ଦ୍ୱାରା ଏହି ଲାଟେଷ୍ଟ ଜେନେରେସନର ଫ୍ଲାଇଙ୍ଗ କାର ପ୍ରସ୍ତୁତ କରାଯାଇଛି । ଯାହାକି ମାତ୍ର ୩ ମିନିଟ ଭିତରେ ରୋଡ ଭେଇକିଲରୁ ଏୟାର ଭେଇକିଲରେ ପରିଣତ ହୋଇଯାଉଛି ।”

ଭିଡିଓଟିକୁ ଦେଖି ଅନେକେ ଶକ ହୋଇଯାଇଥିବା ବେଳେ କେତେକ ଏହାକୁ ଭବିଷ୍ୟତର ଯାନର ଆଖ୍ୟା ଦେଇଛନ୍ତି । ରିପୋର୍ଟ ଅନୁଯାୟୀ, ମାତ୍ର 6 ମାସ ଭିତରେ ଏହି କାର ବଜାରରେ ଉପଲବ୍ଧ ହେବାକୁ ଯାଉଛି । ଏହାକୁ କିଣି ଲୋକେ ଉଭୟ ଭୂମି ଓ ଆକାଶ ଯାତ୍ରାର ମଜା ନେଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.