ଦୁଇ ବର୍ଷ ପରେ ପୁଣି ଭାରତୀୟ ବଜାରକୁ ଫେରୁଛି Micromax, ଆଣିଛି ବଜେଟ ସ୍ମାର୍ଟଫୋନ

ଭାରତୀୟ ସ୍ମାର୍ଟଫୋନ ମେକର ମାଇକ୍ରୋମାକ୍ସ ପୁଣି ଥରେ ମାର୍କେଟକୁ ଫେରିବା ପାଇଁ ପ୍ରସ୍ତୁତ ହେଉଛି । ଆଜି କମ୍ପାନୀ In ସିରିଜର ନୂଆ ସ୍ମାର୍ଟଫୋନ ଲଞ୍ଚ କରିବ। କମ୍ପାନୀ ୨ ବର୍ଷ ଧରି କୌଣସି ବି ଫୋନ୍ ଲଞ୍ଚ୍ କରିନି।  ସୂଚନା ଅନୁସାରେ ମାଇକ୍ରୋମାକ୍ସର ଭର୍ଚୁଆଲ ଇଭେଣ୍ଟ ଦିନ ୧୨ଟାରୁ ଆରମ୍ଭ ହେଉଛି। ଯାହାକୁ ସୋସିଆଲ ମିଡିଆ ଏବଂ ୟୁଟୁବ ଜରିଆରେ ଲାଇଭ ଷ୍ଟ୍ରିମିଂ କରାଯିବ। ଏହି ଅବସରରେ କମ୍ପାନୀ କମ୍ପାନୀ ୨ଟି ସ୍ମାର୍ଟଫୋନ୍ ମଡେଲ୍ ଲଞ୍ଚ୍ କରିବ ଯେଉଁଥିରେ Micromax In 1 ଓ In 1a ସାମିଲ। ତେବେ ଲଞ୍ଚ୍ ପୂର୍ବରୁ ଫୋନର କିଛି ଫିଚର୍ସ ସମ୍ପର୍କରେ ସୂଚନା ସାମ୍ନାକୁ ଆସିଛି।

ମାଇକ୍ରୋମାକ୍ସର ୨ ନୂଆ ସ୍ମାର୍ଟଫୋନ୍ସରେ ୬.୫ ଇଞ୍ଚ୍ ଫୁଲ୍ ଏଚଡି ପ୍ଲସ୍ ଡିସପ୍ଲେ ଦିଆଯାଇପାରେ । ନୂଆ ଡିଭାଇସରେ ପଞ୍ଚ୍ ହୋଲ୍ ଡିସପ୍ଲେ ଦିଆଯାଇପାରେ। କମ୍ପାନୀ Micromax In 1 ରେ MediaTek Helio G85 ପ୍ରୋସେସର ଦେଇପାରେ। ସେହିଭଳି ଏଣ୍ଟ୍ରିଲେବ ସେଗମେଣ୍ଟ Micromax In 1aରେ MediaTek Helio G35 ଚିପସେଟ୍ ଦିଆଯାଇପାରେ।

in

କମ୍ପାନୀ କହିଛି ଯେ ଡିଭାଇସର ରିୟର ପ୍ୟାନେଲରେ ‘X’ ସେପ୍ ଡିଜାଇନ୍ ଦେଖିବାକୁ ମିଳିବ ଏବଂ ଏହା ହ୍ୱାଇଟ୍ ଓ ବ୍ଲୁ କଲରରେ ନଜର ଆସିବ। ପାୱର ପାଇଁ ଏଥିରେ ୫୦୦୦ ଏମଏଏଚ୍ ବ୍ୟାଟେରୀ ଦିଆଯାଇପାରେ। Micromax In 1ରେ ୪୫୦୦ ଏମଏଏଚ୍ ବ୍ୟାଟେରୀ ଦିଆଯାଇପାରେ। କୁହାଯାଉଛି ଉଭୟ ଫୋନରେ ଫାଷ୍ଟ ଚାର୍ଜିଂ ସପୋର୍ଟ ମିଳିବ । ଏହି ବଜେଟ ସ୍ମାର୍ଟଫୋନର ଦାମ୍ ୬,୯୯୯ ଟଙ୍କା ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.