ଧର୍ମଗଡ଼ ରଙ୍କାବାହାଲ ଗାଁରେ ଗୁପ୍ତଧନ ପାଇଁ ତନ୍ତ୍ର ସାଧନା: ଦୁଇ ଅଟକ, ୭ତାନ୍ତ୍ରିକ ଫେରାର

ଧର୍ମଗଡ଼ : ପୁଣି କଳାହାଣ୍ଡି ଜିଲ୍ଲାରେ ଅନ୍ଧ ବିଶ୍ୱାସ । ଧର୍ମଗଡ଼ ଥାନା ରଙ୍କାବାହାଲ ଗାଁରେ ତନ୍ତ୍ର ସାଧନା କରି ଗୁପ୍ତଧନ ଖୋଳୁଥିବା ବେଳେ ଗ୍ରାମବାସୀ ଦ୍ଵାରା ଦୁଇ ତାନ୍ତ୍ରିକ ଅଟକ ଥିବାବେଳେ, ଆଉ ୭ ଜଣ ତାନ୍ତ୍ରିକ ଫେରାର। ଗାଁ ମୁଣ୍ଡରେ ଏକ ବିଲ ଭିତରେ ଚାଲିଥିଲା ଗୁପ୍ତଧନ ପାଇଁ ତନ୍ତ୍ର ସାଧନା l

gupta dhanaବିଶେଷ ସୂତ୍ରରୁ ଖବର ପାଇ ଗାଁର କିଛି ଲୋକ ଘଟଣାସ୍ଥଳରେ ପହଁଚି, ଦୁଇ ଜଣଙ୍କୁ ଅଟକ ରଖିଥିବା ବେଳେ ବାକି ସମସ୍ତ ତାନ୍ତ୍ରିକ ଫେରାର ହୋଇ ଯାଇଥିବା ଜଣାପଡିଛି l ଗ୍ରାମବାସୀ ଦ୍ଵାରା ତନ୍ତ୍ର ସାଧନା ସାମଗ୍ରୀ ଜବତ କରାଯାଇଛି ।ଖବର ପାଇ ଧର୍ମଗଡ଼ ପୋଲିସ ଦୁଇ ଜଣଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି l ଅନ୍ୟ ପଟେ ତାନ୍ତ୍ରିକ ମାନେ ଜୁନାଗଡ଼ ଓ କଲମପୁର ଅଞ୍ଚଳରେ ହୋଇଥିବା ଅନୁମାନ କରାଯାଉଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.