Below header

ଚାଣକ୍ୟ ନୀତି : ଅନୈତିକ ଉପାୟରେ ଅର୍ଜ୍ଜିତ ଧନ ପାଖରେ ରହିଥାଏ ଏତିକି ଦିନ, ତା’ ପରେ କଣ ହୁଏ ଜାଣନ୍ତୁ

ମହାନ ବିଦ୍ୱାନ ଓ ଅର୍ଥଶାସ୍ତ୍ରୀ ଆଚାର୍ଯ୍ୟ ଚାଣକ୍ୟ ଧନ ସମ୍ପର୍କରେ ବହୁତ କିଛି ମୂଲ୍ୟବାନ କଥା କହିଛନ୍ତି | ତାଙ୍କର ନୀତି କେବଳ ବ୍ୟକ୍ତିକୁ ଧନଵାନ କରିବାରେ ସାହାଯ୍ୟ କରି ନଥାଏ, ବରଂ ତାଙ୍କର ଧନକୁ ସବୁଦିନ ପାଇଁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ | ଚାଣକ୍ୟ କୁହନ୍ତି ଯଦି ବ୍ୟକ୍ତି ଖୁବ ଧନଵାନ ବି ହୋଇଯାଏ ତେବେ କିଛି ସ୍ଥିତିରେ ତାଙ୍କ ଧନ ନଷ୍ଟ ବି ହୋଇଯାଏ |

ଏମିତି ଅର୍ଥ ହୋଇଯାଏ ନଷ୍ଟ :

ଚଣକ୍ୟ ନୀତିରେ ଏକ ଶ୍ଳୋକ ହେଉଛି – ” ଅନ୍ନ୍ୟାୟୋପାର୍ଜ୍ଜିତଂ ଦ୍ରବ୍ୟଂ ଦଶ ବ୍ରଷାଣି ତିଷ୍ଠତି।

                                                   ପ୍ରାପ୍ତେ ଏକାଦଶୋ ବର୍ଷେ ସମୁଳଂ ଚ ବିନଷ୍ୟତି। ।”

ଏହାର ଅର୍ଥ ହେଉଛି – ମା’ ଲକ୍ଷ୍ମୀ ଚଞ୍ଚଳ ହୋଇଥାନ୍ତି | ଯଦି ଅନୈତିକ ଉପାୟରେ ଧନ ଅର୍ଜ୍ଜନ କରାଯାଇଥାଏ ତେବେ ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଚାଲି ଯାଆନ୍ତି | ଚୋରି, ଧୋକା, ଅନ୍ୟାୟ ଓ ଜୁଆ ଆଦି ଅନୈତିକ ଉପାୟରେ ଅର୍ଜ୍ଜିତ ଧନ ସବୁଦିନ ସାଙ୍ଗରେ ରହିନଥାଏ |

ଏତିକି ଦିନରେ ହୋଇଯାଇଥାଏ ନଷ୍ଟ :

ଆଚାର୍ଯ୍ୟ ଚାଣକ୍ୟ ଏହି ଶ୍ଳୋକରେ ଏମିତି ଅନୈତିକ ଉପାୟରେ ଅର୍ଜ୍ଜିତ ଧନ 10 ବର୍ଷ ଯାଏ ରହିଥାଏ | 11 ବର୍ଷ ହୋଇଗଲେ ଏହି ଅର୍ଥ ଧୀରେ ଧୀରେ ନଷ୍ଟ ହେବାକୁ ଲାଗିଥାଏ | ତେଣୁ ବ୍ୟକ୍ତିକୁ କେବେ ବି ଅନୈତିକ ଉପାୟରେ ଧନ ଅର୍ଜ୍ଜନ କରିବା କଥା ନୁହେ | କାରଣ ଏହି ଖରାପ କର୍ମର ଫଳ ତାକୁ ହିଁ ଭୋଗିବାକୁ ପଡିଥାଏ | ଏହି ଧନ ନଷ୍ଟ ହୋଇଯାଇଥାଏ | କାରଣ ରୋଗ,ଚୋରି,ଦୁର୍ଘଟଣା ଓ ଅନ୍ୟ ଯାହା ବି ହେଉନା କାହିଁକି |

ତେଣୁ ସର୍ବଦା ନୈତିକ ଉପାୟରେ ଧନ ଅର୍ଜନ କରିବା ଆବଶ୍ୟକ | ଏହାର ଗୋଟେ ଭାଗ ଦାନ ଧର୍ମରେ ଖର୍ଚ୍ଚ କରିବା କଥା | ଯାହା ଫଳରେ ଘରେ ସର୍ବଦା ଲକ୍ଷ୍ମୀ ସନ୍ତୁଷ୍ଟ ରହିବା ସହ ଆପଣଙ୍କର ଉନ୍ନତି ଘଟିବ ଓ ଧନ ବୃଦ୍ଧି ପାଇବ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.