Below header

ଜଳବାୟୁ ପରିବର୍ତ୍ତନ କାରଣରୁ କ୍ଷୟ ହେବାକୁ ଯାଉଛି ‘କୋରାଲ ରିଫ’

ପୃଥିବୀ ର ପରିବେଶ କୁ ସନ୍ତୁଳିତ ରଖିବା ପାଇଁ ‘କୋରାଲ ରିଫ’ ବା ପ୍ରବାଳ ଏକ ମୁଖ୍ୟ ଭୂମିକା ନିଭେଇଥାଏ । କିନ୍ତୁ ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ କାରଣରୁ ଏହା ପ୍ରତି ଯେମିତି ଏକ ଘୋର ସଙ୍କଟ ମାଡି ଆସୁଛି । ନିକଟରେ ବୈଜ୍ଞାନିକ ମାନେ ଏମାନଙ୍କ ଉପରେ ଏକ ଗବେଷଣା କରିଛନ୍ତି । ଏହି ଗବେଷଣାରୁ ଜଣା ଯାଇଛି ଯେ କେବଳ ବଢୁଥିବା ତାପମାତ୍ରା ଏଥିପାଇଁ ଦାୟୀ ନୁହେଁ । ଏ ସଂବନ୍ଧୟ ଏକ ଅଧ୍ୟୟନ ‘ନେଚର କ୍ଳାଇମେଟ’ ନାମକ ଏକ ପତ୍ରିକାରେ ମଧ୍ୟ ପ୍ରକାଶିତ ହୋଇଥିଲା ।

ଏହି ପତ୍ରିକାରେ ପ୍ରକାଶିତ ହୋଇଛିକି ଫିଜି ନାମକ ଏକ ଦେଶ ‘କୋରାଲ ରିଫ’ଙ୍କ ବଂଶ ବୃଦ୍ଧି ପାଇଁ ସବୁଠୁ ଉପଯୁକ୍ତ ଭାବେ ଧରା ଯାଇଥାଏ । ଏହି ଅଧ୍ୟୟନରେ ଆମେରିକାର ବେସରକାରୀ ଗବେଷଣା ସଂସ୍ଥା ‘ବନ୍ୟ ସଂରକ୍ଷଣ ସଂସ୍ଥା’ର ବୈଜ୍ଞାନିକ ମାନେ ସାମିଲ ହୋଇଥିଲେ । ଏପର୍ଯ୍ୟନ୍ତ ସମସ୍ତଙ୍କର ଧାରଣା ଥିଲା କି ପୃଥିବୀର ବଢୁଥିବା ତାପମାତ୍ରା ହିଁ ‘କୋରାଲ ରିଫ’ଙ୍କ ଅସ୍ଥିତ୍ୱ ବିଲୋପର ମୁଖ୍ୟ କାରଣ ହୋଇଥାଏ । କିନ୍ତୁ ପ୍ରକୃତରେ ଏହି ଧାରଣା କୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି ଏହି ବୈଜ୍ଞାନିକ ଦଳ ।

କାରଣ ସବୁ ଦେଶର ଜଳବାୟୁ ଭିନ୍ନ ଭିନ୍ନ ହୋଇଥାଏ । ତାଛଡା ‘ଡବଲୁସିଏ’ର ବୈଜ୍ଞାନିକ ମାନେ ଆଉ ମଧ୍ୟ କହିଛନ୍ତି ଯେ ‘କୋରାଲ ରିଫ’ ମାନେ ବଦଳୁଥିବା ଜଳବାୟୁ ଅନୁଯାୟୀ ନିଜକୁ ବଦଳାଇ ପାରନ୍ତି । ବଦଳୁଥିବା ଋତୁ ଅନୁଯାୟୀ ଏମାନେ ନିଜକୁ ଆଗୁଆ ପ୍ରସ୍ତୁତ ମଧ୍ୟ କରିପାରନ୍ତି । ବୈଜ୍ଞାନିକ ମାନେ ଏହା ମଧ୍ୟ କହିଛନ୍ତି ଯେ କୋରାଲ ଓ ଅନ୍ୟ ଏକ ସାମୁଦ୍ରିକ ଜୀବ ଭିତରେ ପରଜୀବୀର ଏକ ବିଶେଷ ସମ୍ବନ୍ଧ ରହିଅଛି । ତେଣୁ ଏମାନେ ପରିସ୍ଥିତି ଅନୁଯାୟୀ ପରସ୍ପରର ରଙ୍ଗ ଓ ଜିନର ଗଠନ ବଦଳାଇପାରନ୍ତି ।

ଏହା ସହ ପଢନ୍ତୁ: ୧୪ କୋଟି ବର୍ଷ ପୂର୍ବେ ବୁଡିଯାଇଥିବା ମହାଦ୍ୱୀପର ମିଳିଲା ସନ୍ଧାନ, ବୈଜ୍ଞାନିକ କରିଲେ ଅନେକ ଖୁଲାସା

କିନ୍ତୁ ପରିବର୍ତ୍ତିତ ପରିସ୍ଥିତି କାରଣରୁ ବର୍ତ୍ତମାନ ସମୟରେ କୋରାଲ ଅନ୍ୟଜୀବ ମାନଙ୍କ ଠାରୁ ନିଜକୁ ଅଲଗା କରିଦେଉଛି । ତାଙ୍କ ମଧ୍ୟରେ ଆଉ ସହଜିବୀର ସମ୍ବନ୍ଧ ମଧ୍ୟ ନାହିଁ । ଏହା ଦ୍ୱାରା କୋରାଲର ରଙ୍ଗରେ ମଧ୍ୟ ଧୀରେ ଧୀରେ ପରିବର୍ତ୍ତନ ଘଟୁଛି । ଧୀରେ ଧୀରେ ଏହି ସାମୁଦ୍ରିକ ପ୍ରାଣୀର ଦେଶର ତଟବର୍ତି ଅଂଚଳ ମାନଙ୍କରେ ରଙ୍ଗ ଅଧିକ ଫିକା ହେଉଥିବାର ଦେଖିବାକୁ ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.