ମୃତ୍ୟୁର ଖବର ପ୍ରସାରିତ ହେଉଥିବାବେଳେ ସାମ୍ନାକୁ ଆସିଲା ଏହି କ୍ରିକେଟରଙ୍କ ବୟାନ, କହିଲେ ମୁଁ ଜୀବନ୍ତ ଅଛି !

ଆଫଗାନିସ୍ତାନ କ୍ରିକେଟ ଫ୍ୟାନ୍ସଙ୍କୁ ଶୁକ୍ରବାର ଏକ ବଡ ଝଟକା ଲାଗିଲା, ଯେତେବେଳେ ସୋସିଆଲ ମିଡିଆରେ କିଛି ଆଫଗାନିସ୍ତାନ ମିଡିଆ ଆଉଟଲେଟ ଏହି ଖବର ପ୍ରସାରଣ କରିଥିଲେ ଯେ କ୍ରିକେଟର ମହମ୍ମଦ ନବୀଙ୍କର ହାର୍ଟ ଆଟାକରେ ମୃତ୍ୟୁ ହୋଇଛି। ଏହାପରେ ଏହି ଖବର ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଗଲା।

ଖବର ଚାରିଆଡେ ପ୍ରସାରିତ ହେବା ପରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ପ୍ରାକ୍ଟିସ୍‌ ମ୍ୟାଚର ଏକ ଫଟୋ ସେୟାର କଲେ ଯେଉଁଥିରେ ମହମ୍ମଦ ନବୀ ବ୍ୟାଟିଂ କରୁଥିବାର ଦେଖିବାକୁ ମିଳିଥିଲା। ଏହି ଫଟୋରୁ ପ୍ରମାଣିତ ହୋଇଗଲା ଯେ ସେ ଜୀବନ୍ତ ଅଛନ୍ତିି।

nabiଏହାପରେ ନବୀ ନିଜେ ଟ୍ଵିଟ୍‌ କରି ଏହି ବିଷୟରେ ସୂଚନା ଦେଇଛନ୍ତି ଏବଂ ଲେଖିଛନ୍ତି ‘ଏହି ଖବର ପୂରାପୁରି ଗୁଜବ, ସାଙ୍ଗମାନେ ମୁଁ ପୂରାପୂରି ଠିକ୍‌ ଅଛି। ମୋ ମୃତ୍ୟୁର ଖବର କିଛି ମିଡିଆ ଭୁଲ ପ୍ରସାରଣ କରିଛନ୍ତି।ଧନ୍ୟବାଦ।’

ଗତ କିଛି ଦିନ ହେବ ନବୀ ଆଫଗାନିସ୍ତାନ କ୍ରିକେଟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇରହିଛନ୍ତି। ଆଫଗାନିସ୍ତାନ କ୍ରିକେଟ ଟି-୨୦ ନିଜର କ୍ୟାରିୟର ଆରମ୍ଭ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.