Below header

ବାମନ ନୁହଁନ୍ତି, ହେଲେ ୮ ବର୍ଷର ପିଲା ଭଳି ଦେଖାଯାଆନ୍ତି ୨୩ ବର୍ଷର ଏହି ଶିକ୍ଷକ!

ଫିଲିପାଇନ୍ସର ୨୩ ବର୍ଷୀୟ ଜଣେ ଶିକ୍ଷକ ଦେଖିବାକୁ ପୂରା ୮ ବର୍ଷର ପିଲା ଭଳି। ଆପଣ ଭାବୁଥିବେ ସେ ନିହାତି ରୂପେ ବାମନ ହୋଇଥିବେ। କିନ୍ତୁ ନା, ସେ ବାମନ ନୁହଁନ୍ତି, ହେଲେ ଛୁଆଙ୍କ ଭଳି ଦେଖାଯାଏ ତାଙ୍କ ଚେହେରା। କେବଳ ଏତିକି ନୁହେଁ ତାଙ୍କ ହାତ-ଗୋଡ଼ ବି ଠିକ୍‌ ୮ ବର୍ଷର ପିଲା ଭଳି। କେବେ କେବେ ଏପରି ହୁଏ, ଛାତ୍ରଙ୍କ ମଝିରେ ତାଙ୍କୁ ଚିହ୍ନବା ବଡ଼ ମୁସ୍କିଲ ହୋଇଯାଏ।

child1

ଛିଡ଼ା ହେଲେ ହିଁ ସେ ଛୋଟ ଛୁଆଙ୍କଠାରୁ ଅଲଗା ଦେଖାଯାଆନ୍ତି। ଏହି ଶିକ୍ଷକ ଜଣକ ହେଉଛନ୍ତି ଫ୍ରାନ୍ସିସ୍‌ ମାଙ୍ଗା। ତାଙ୍କ ଚେହେରା, କେଶ, ହାତର ଲମ୍ବା, ଏପରିକି କଣ୍ଠସ୍ୱର ଛୁଆଙ୍କ ଭଳି ଅଟେ। ତାଙ୍କ ଉଚ୍ଚତା ପାଖାପାଖି ୫ ଫୁଟ।

ଏହାସହ ପଢ଼ନ୍ତୁ: ଏହି ଦେଶରେ ସ୍ତ୍ରୀଙ୍କୁ ବନ୍ଧକ ରଖି ବନ୍ଦ କୋଠରୀରେ କରାଯାଏ ଦୁଷ୍କର୍ମ, ପୁଣି ଘଟେ ଏମିତି ଘଟଣା

child3

ଫ୍ରାନ୍ସିସ୍‌ ଫିଲିପାଇନ୍ସର ମୋଣ୍ଟେ ସିଟିସ୍ଥିତ ସେନ୍‌ ଜୋସ୍‌ ଡେଲ ସ୍କୁଲର କିଣ୍ଡରଗାର୍ଟନ ସେକ୍ସନର ମୁଖ୍ୟ ଅଟନ୍ତି। ତାଙ୍କୁ ୨୩ ବର୍ଷ ହୋଇଥିବା ସତ୍ତ୍ୱେ ମୁହଁରେ କାହିଁକି ନିଶ, ଦାଢ଼ି ଉଠିନାହିଁ, ସେଥିପାଇଁ ସେ କେବେ ଡାକ୍ତରଙ୍କ ପାଖକୁ ଯାଇନାହାନ୍ତି। କାରଣ, ପାଠପଢ଼ା ସମୟରେ ତାଙ୍କ ସହପାଠୀମାନେ କେବେ ତାଙ୍କ ମଜା ଉଡ଼ାଇ ନାହାନ୍ତି। ତେଣୁ ସେ ଏହା ଉପରେ ଏତେ ଗୁରୁତ୍ୱ ଦେଇନାହାନ୍ତି ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.