Below header

ମାରାତ୍ମକ କରୋନା ଭାଇରସକୁ ହରାଉଛି ଏଥିରୁ ସୁସ୍ଥ ହୋଇଥିବା ଲୋକଙ୍କ ରକ୍ତ, ଜାଣନ୍ତୁ କଣ କହୁଛନ୍ତି ଚୀନର ବିଶେଷଜ୍ଞ

କରୋନା ଭାଇରସ୍ ସହ ଲଢୁଥିବା ବ୍ୟକ୍ତିଙ୍କ ରକ୍ତରେ ଥିବା ପ୍ଲାଜମାରୁ ଏପରି ଆଣ୍ଟିବଡି ବିକଶିତ ହୋଇପାରେ ଯାହାକି ଏହି ଭାଇରସ୍ ସହ ଲଢିବା ପାଇଁ ସକ୍ଷମ ହେବ । ବୈଜ୍ଞାନିକମାନେ ଏହି ଅନୁମାନ ଆଧାରରେ ପ୍ଲାଜମା ଥେରାପି ପରିକ୍ଷଣ ଆରମ୍ଭ କରିଦେଇଛନ୍ତି । ତେବେ ଏହି ପରିକ୍ଷଣରେ COVID-19 ରୁ ଠିକ୍ ହୋଇଯାଇଥିବା ରୋଗୀଙ୍କ ରକ୍ତରୁ ପ୍ଲାଜମା ବାହାରକରି ବେମାର ରୋଗୀ ମାନଙ୍କୁ ଠିକ୍ କରିବା ପାଇଁ ଦିଆଯାଉଛି ।

ସୂଚନା ଅନୁଯାୟୀ ଆମେରିକା ଏବଂ ଇଂଲଣ୍ଡରେ ଏହାକୁ ନେଇ ପ୍ରୟାସ ଆରମ୍ଭ ମଧ୍ଯ ହୋଇଯାଇଛି । ତେବେ ଚୀନ୍ ଦାବି କରିଛି ଯେ ଏହି ପ୍ଲାଜମା ଥେରାପି ଦ୍ୱାରା ସେ ରୋଗୀମାନଙ୍କୁ ଭଲ କରିଛି ଏବଂ ଭାରତରେ ଏହାକୁ ଅନୁମତି ଦେବାପାଇଁ ଯୋଜନା ଚାଲିଛି । ଚୀନର କହିବା ଅନୁଯାୟୀ ଫେବ୍ରୁଆରି ମାସରେ ଦେଶର ୨୦ ଜଣ ନାଗରିକ ନିଜର ପ୍ଲାଜମା ଦାନ କରିଥିଲେ ଯେଉଁମାନେ କି ପୂର୍ବରୁ COVID-19 ରୁ ସୁସ୍ଥ ହୋଇଥିଲେ । ତେବେ ତାଙ୍କର ଏହି ପ୍ଲାଜମାକୁ ବୁହାନର ଅନେକ ରୋଗୀଙ୍କ ଠାରେ ପରିକ୍ଷା କରାଯାଇଥିଲା ଯାହାଦ୍ୱାରା ସେମାନଙ୍କୁ ଚିକିତ୍ସାରେ ସାହାଯ୍ଯ ମିଳିଥିଲା ।

U.K. to Use Nanopore Sequencing to Map COVID-19 Spread

ସୂଚନା ଅନୁଯାୟୀ ଏହି ୨୦ ଜଣ ଲୋକ ଡାକ୍ତର୍ ଏବଂ ନର୍ସ ଥିଲେ ଯେଉଁମାନେ ପୂର୍ବରୁ ଏହି ଭାଇରସ୍ ଦ୍ଵାରା ସଂକ୍ରମିତ ହୋଇଥିଲେ ଏବଂ ତାଙ୍କ ଠିକ୍ ହେବାର ପ୍ରାୟ ୧୦ ରୁ ୧୨ ଦିନ ପରେ ସେମାନେ ନିଜର ପ୍ଲାଜମା ଦାନ କରିଥିଲେ । ଚୀନର ଅଧ୍ୟୟନକର୍ତ୍ତାଙ୍କ କହିବା ଅନୁଯାୟୀ ଏହି ପ୍ଲାଜମା ଥେରାପି ଦ୍ଵାରା ଅନେକ ଗମ୍ଭୀର ରୋଗୀଙ୍କର ୧୨ ରୁ ୨୪ ଘଣ୍ଟା ମଧ୍ୟରେ ସ୍ୱାସ୍ଥ୍ୟରେ ସୁଧାର ଆସିବା ଦେଖାଦେଇଥିଲା । ତେବେ ଏହାଦ୍ୱାରା ଠିକ୍ ହୋଇଥିବା ଅନେକ ଲୋକ ମଧ୍ଯ ନିଜର ପ୍ଲାଜମା ଦାନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.