ପବିତ୍ର ରାମନବମୀ ଅବସରରେ ବିନା ଅଣ୍ଡାରେ ମାତ୍ର ତିନୋଟି ସାମଗ୍ରୀ ଦ୍ଵାରା ଆଜି ହିଁ ଘରେ ବନାନ୍ତୁ ସ୍ଵାଦିଷ୍ଟ ଚକୋଲେଟ କେକ୍

ଆବଶ୍ୟକୀୟ ସମାଗ୍ରୀ

  • ବିସ୍କୁଟ
  • କ୍ଷୀର
  • ବେକିଂ ପାଉଡର ଅଳ୍ପ

Easy chocolate cake recipe - BBC Food

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ କିଛି ଓରିଓ ବିସ୍କୁଟ (ତାସହିତ ଆପଣ ଘରେ ଥିବା ଅନ୍ୟ ବିସ୍କୁଟ ମଧ୍ଯ ଆଡ କରିପାରିବେ)କୁ ନେଇ ଗ୍ରାଇଣ୍ଡରରେ ଅଳ୍ପ ଗୁଣ୍ଡ କରିଦିଅନ୍ତୁ । ତାପରେ ସେଥିରେ ଆବଶ୍ୟକ ଅନୁସାରେ କ୍ଷୀର ଦେଇ ଭଲଭାବେ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ତାପରେ ଏହାକୁ ଏକ ପାତ୍ରରେ କାଢି ସେଥିରେ ଦୁଇ ଚାମଚ କ୍ଷୀର ଓ ଅଳ୍ପ ବେକିଂ ସୋଡ଼ା ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ । ବର୍ତ୍ତମାନ୍ ଏକ ପ୍ରେସର୍ କୁକର୍ ନେଇ ସେଥିରେ ଭଲଭାବେ ତେଲ ଲଗାଇ ଦିଅନ୍ତୁ ଏବଂ ତା ଭିତରେ ଏକ ହ୍ଵାଇଟ୍ ଅଏଲ୍ ପେପର ରଖି ଦିଅନ୍ତୁ । ତାପରେ ସେଥିରେ ପ୍ରସ୍ତୁତ କରି ରଖିଥିବା ଘୋଳକୁ ଢାଳି ଦିଅନ୍ତୁ ଏବଂ ଏହାକୁ ବନ୍ଦ କରି ୪୦ ମିନିଟ୍ ପର୍ଯ୍ୟନ୍ତ ଧିମା ଆଞ୍ଚରେ ବସାଇ ଦିଅନ୍ତୁ । ଏହା ଭଲଭାବେ ହୋଇ ଗଲା ପରେ ଓହ୍ଲାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ସ୍ଵାଦିଷ୍ଟ ଚକୋଲେଟ କେକ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.