Below header

ରାସ୍ତାରେ ଆସୁଥିବାବେଳେ ଛାତ୍ରୀଙ୍କୁ ଶିଙ୍ଘରେ ଉଠାଇ କଚାଡ଼ି ଦେଲା ଗାଈ, ଭାଇରାଲ୍ ହେଉଛି ଭିଡିଓ

ଚେନ୍ନାଇରୁ ଆସିଛି ଏକ ହୃଦୟବିଦାରକ ଘଟଣା । ଯାହାର ଭିଡିଓ ଏବେ ଖୁବ୍ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି କି, ସ୍କୁଲରୁ ଜଣେ ଛାତ୍ରୀ ଏବଂ ତାଙ୍କ କୁନି ଭାଇ ନିଜ ମା’ଙ୍କ ସହିତ ଘରକୁ ଫେରୁଛନ୍ତି । ଠିକ୍ ସେହି ସମୟରେ ହଠାତ୍ ରାସ୍ତା ଉପରେ ଠିଆ ହୋଇଥିବା ଏକ ଗାଈ ଛାତ୍ରୀ ଜଣଙ୍କୁ ଆକ୍ରମଣ କରୁଛି ।

ନୂଆଦିଲ୍ଲୀ: ଆମେ ପ୍ରତିଦିନ ନିଜ ନିଜ କାମରେ ବାହାରକୁ ବାହାରିପଡନ୍ତି । ରାସ୍ତାରେ ଯିବା ସମୟରେ ଆମେ ବିଭିନ୍ନ ପରିସ୍ଥିତିର ସାମ୍ନା କରିଥାନ୍ତି । କିଛି ଅଘଟଣ ଯେପରି ନଘଟୁ ସେଥିପାଇଁ ପାଦେ ପାଦେ ସତର୍କ ରହିବାକୁ ପଡିଥାଏ । ତେବେ ରାସ୍ତାରେ ଯିବା ସମୟରେ ଅସାବଧନତା ବଶତଃ ଯଦି ଏମିତି କିଛି ଘଟଣା ଆମ ପିଲାମାନଙ୍କ ସହିତ ଘଟିଯିବ ଯାହା ନିୟନ୍ତ୍ରଣ ବାହାରେ ଥିବ, ଥରେ ଭାବିଲେ ଆପଣ କଣ କରିବେ ସେହି ସମୟରେ?

ଠିକ୍ ଏମିତି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ଚେନ୍ନାଇରୁ । ଯାହାର ଭିଡିଓ ଏବେ ଖୁବ୍ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି କି, ସ୍କୁଲରୁ ଜଣେ ଛାତ୍ରୀ ଏବଂ ତାଙ୍କ କୁନି ଭାଇ ନିଜ ମା’ଙ୍କ ସହିତ ଘରକୁ ଫେରୁଛନ୍ତି । ଠିକ୍ ସେହି ସମୟରେ ହଠାତ୍ ରାସ୍ତା ଉପରେ ଠିଆ ହୋଇଥିବା ଏକ ଗାଈ ଛାତ୍ରୀ ଜଣଙ୍କୁ ଆକ୍ରମଣ କରୁଛି । ମା ଜଣଙ୍କ ଭୟବିତ ହୋଇପଡୁଛନ୍ତି । ଏହି ଘଟଣାଟି ଚେନ୍ନାଇର ଏମଏମଡିଏ କଲୋନିରେ ଘଟିଥିବା ସୂଚନା ମିଳିଛି ।

cctv footage

ତେବେ ଘଟଣା ଘଟିଥିବା ସ୍ଥାନରେ ଜଣଙ୍କ ଘର ବାହାରେ ଲାଗିଥିବା ସିସିଟିଭି ଫୁଟେଜରେ ଏହି ଘଟଣାର ଦୃଶ୍ୟ କଏଦ ହୋଇଯାଇଥିଲା । ସିସିଟିଭି ଫୁଟେଜରେ ଦେଖିବା ମିଳିଛି କି, ଯେତେବେଳେ ଝିଅଟି ଦୁଇଟି ଗାଈକୁ ଅତିକ୍ରମ କରୁଛନ୍ତି ଠିକ୍ ସେତିକିବେଳେ ଗୋଟିଏ ଗାଈ ରାଗି ଯାଇ ଛାତ୍ରୀଙ୍କୁ ସିଙ୍ଘରେ ଉଠାଇ ରାସ୍ତାରେ କଚାଡ଼ି ଦେଉଛି । ନିଜ ଆଖି ସାମ୍ନାରେ ନିଜ ଛୁଆର ଏଭଳି ଅବସ୍ଥା ଦେଖି ମା ବଞ୍ଚାଇବାକୁ ଚେଷ୍ଟା କରି ବିଫଳ ହେଉଛନ୍ତି । ଶେଷରେ ପାଟି ଶୁଣି ସ୍ଥାନୀୟ କିଛି ଲୋକେ ଘଟଣାସ୍ଥଳକୁ ଧାଇଁ ଆସିବା ପରେ ଆକ୍ରମଣ କରୁଥିବା ଗାଈଟି ସେଠାରୁ ଚାଲି ଯାଉଛି ।

ଏହାପରେ ଉକ୍ତ ଆହତ ଛାତ୍ରୀଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଏହି ଘଟଣାଟି ଗତ କିଛି ଦିନ ତଳେ ଘଟିଥିବାବେଳେ ଏହାର ଭିଡିଓ ଭାଇରାଲ ହେଉଛି । ଏପଟେ ଏହି ଭିଡିଓ ଦେଖିବାପରେ ଚେନ୍ନାଇ ନିଗମ ଅଧିକାରୀ ଛାତ୍ରୀଙ୍କ ଉପରେ ଆକ୍ରମଣ କରିଥିବା ଗାଈକୁ କାବୁ କରି ନେଇଛନ୍ତି । ପୋଲିସ ଛାତ୍ରୀଙ୍କ ଉପରେ ଆକ୍ରମଣ କରିଥିବା ଗାଈର ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିଛି। ତେବେ ଆପଣ ମାନେ ବି ନିଜ ପିଲାକୁ ନେଇ ରାସ୍ତାରେ ଯିବା ଆସିବା କରିବା ସମୟରେ ସତର୍କ ରୁହନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.