ଗୋମାତା ବି କରୁଛନ୍ତି ପାଇଖାନାର ବ୍ୟବହାର, ଆମୋନିଆ ଦ୍ବାରା ହେଉଥିବା ପ୍ରଦୂଷଣକୁ କରାଯିବ ବନ୍ଦ

ଗୋମାତାଙ୍କ ପାଇଁ ପାଇଖାନା। ଏହା ଶୁଣି ନିଶ୍ଚୟ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ନେଦରଲ୍ୟାଣ୍ଡରେ ଗାଇଙ୍କ ପାଇଁ ପାଇଖାନା ନିର୍ମାଣ କରାଯାଉଛି। ଏଠାରେ ଗାଇଙ୍କ ପାଇଁ ଏଥିପାଇଁ ପାଇଖନା ବନା ଯାଉଛି କାରଣ ଏହା ଦ୍ୱାରା ଦେଶରେ ଅମୋନିଆ ଠାରୁ ହେଉଥିବା ପ୍ରଦୂଷଣକୁ କମ୍ କରାଯାଇପାରିବ। ଜଣେ ଡଚ୍ ବୈଜ୍ଞାନିକ ହ୍ୟାକ୍ ହେନ୍ସକ୍ୟାମ୍ପ ଗାଇଙ୍କ ପାଇଁ ନୂଆ ୟୁରିନାଲ ଡିଭାଇସ ବନାଇଛନ୍ତି।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଚାଷ କ୍ଷେତ୍ରରେ ନେଦରଲ୍ୟାଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି। ହ୍ୟାକଙ୍କ ଫାର୍ମରେ ଏହି ୟୁରିନାଲ ଡିଭାଇସ ସାହାଯ୍ୟରେ ପ୍ରତିଦିନ ୧୫ ରୁ ୨୦ ଲିଟର ଗୋମୂତ୍ରକୁ ଏକତ୍ରିତ କରାଯାଉଛି। ସେ ଏକ ପରୀକ୍ଷଣରୁ ଜାଣିବାକୁ ପାଇଥିଲେ ଯେ ଗାଇର ପରିଷ୍ରାରେ ବାହାରୁଥିବା ଆମୋନିଆ ପର୍ଯ୍ୟବରଣକୁ ପ୍ରଦୂଷିତ କରିଥାଏ।
ହ୍ୟାକଙ୍କ ବନାଇଥିବା ଡିଭାଇସ ଦ୍ବାରା ପରିଶ୍ରା କରିବା ପରେ ଉତ୍ପନ୍ନ ଆମୋନିଆ ଅଧାରୁ ଅଧିକ କମ କରିଦେିଥାଏ। ସେ କହିଛନ୍ତି ଯଦି ଠିକ ଭାବରେ ଆମେ ଏହା ଉପରେ ଧ୍ୟାନ ଦେବା ତେବେ ଆମେ ଏହି ସମସ୍ୟାରୁ ରକ୍ଷା ପାଇପାରିବା।
ହ୍ୟାକ୍ କହିଛନ୍ତି ଗାଇକୁ ଏହି ଅଭ୍ୟାସ ସିଖେଇବାକୁ ପଡିବ ଯାହା ଦ୍ବାରା ସେ ୟୁରିନ ଟୟଲେଟ ବକ୍ସରେ ହିଁ କରିବ। ଯଦି ଆପଣ ଗାଇକୁ ଏହି ଅଭ୍ୟାସ ସିଖେଇବେ ତେବେ ସେ ସବୁବେଳେ ଟୟଲେଟ ଯିବା ସିଖି ପାରିବ।
ବର୍ତ୍ତମାନ ଏହି ପାଇଖାନାର ପରୀକ୍ଷଣ ପୂର୍ବ ଡଚ୍ ସହର ଡେଟିନିଚେମ ପାଖରେ ଥିବା ଏକ ଫାର୍ମରେ କରାଯାଇଛି। ଏଠାରେ ୫୮ଟି ଗାଇଙ୍କ ମଧ୍ୟରୁ ୭ଟି ଗାଇ ପାଇଖାନା ଯିବା ସିଖି ଗଲେଣି। ଟୟଲେଟ ବକ୍ସ ଗାଇଙ୍କ ପଛ ଲାଞ୍ଜ ପାଖରେ ରଖାଯାଇଥାଏ।
ହ୍ୟାକଙ୍କ କମ୍ପାନୀର ଲକ୍ଷ ଅଛି ଯେ ଏହି ଟୟଲେଟ ବକ୍ସ ୨୦୨୦ ମସିହା ପର୍ୟ୍ୟନ୍ତ ବଜାରରେ ଆସିଯିବ ଏବଂ ପୂରା ଦେଶରେ ଏହାର ବ୍ୟବହାର କରିଯିବ। ଏହି କମ୍ପାନୀ ଚାଷକୁ ନେଇ ଅନ୍ୟ ଉପକରଣ ମଧ୍ୟ ନିର୍ମାଣ କରୁଛନ୍ତି। ଯାହା ବଜାରରେ ବହୁତ ଡିମାଣ୍ଡ ରହିଛି।