Below header

ପୁରୀ ଶ୍ରୀମନ୍ଦିର ପରିସରରେ ଥିବା ଶ୍ରୀରାମ ମନ୍ଦିର ଦାନବାକ୍ସରୁ ଲୁଟ୍‌ , ନେଇଗଲେ ଦୁଇଟି ମୂର୍ତ୍ତି ଓ ଶାଳଗ୍ରାମ

ପୁରୀ(କେନ୍ୟୁଜ୍) : ପୁରୀ ଶ୍ରୀମନ୍ଦିର ପରିସରରୁ ଚୋରୀ। ମନ୍ଦିର ପରିସରରେ ଥିବା ଶ୍ରୀରାମ ମନ୍ଦିର ହୁଣ୍ଡି ଓ ଦାନ ବାକ୍ସରୁ ଚୋରୀ ହୋଇଛି। ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାର ଠାରୁ ଅଳ୍ପ ଦୂରରେ ଥିବା ମନ୍ଦିରରୁ ଗତକାଲି ରାତିରେ ଚୋରୀ ହୋଇଛି। ମନ୍ଦିର ଦ୍ୱାର ବନ୍ଦ ହେବା ପରେ ଦୁର୍ବୃତ୍ତ ମନ୍ଦିର ପଛପଟ ଜାଲି କାଟି ହୁଣ୍ଡି ଓ ଦାନବାକ୍ସକୁ ଭାଙ୍ଗି ଚୋରୀ କରିଛନ୍ତି। ଏହାସହ ୨ଟି ଛୋଟ ମୂର୍ତ୍ତି ଓ ଶାଳଗ୍ରାମକୁ ମଧ୍ୟ ଲୁଟି ନେଇଛନ୍ତି ଦୁର୍ବୃତ୍ତ।

thanaଭଗବାନ ରାମଙ୍କ ପ୍ରତିମୂର୍ତ୍ତିକୁ ଚୋରୀ କରିବାକୁ ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡ଼ିଛି। ସକାଳେ ମନ୍ଦିର ପୂଜକ ଚୋରୀ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇବା ପରେ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି। ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.