ତ୍ରିପୁରାରେ ୬୦ଟି ଭିନ୍ନ ପ୍ରକାରର ଭୋଟ୍‌ କେନ୍ଦ୍ର, ଯେଉଁଠି ସବୁ କର୍ମଚାରୀ….

ଇମ୍ଫାଲ : ତ୍ରିପୁରା ରାଜ୍ୟରେ ଏଥର ୬୦ଟି ଭୋଟ୍‌ କେନ୍ଦ୍ର ଏମିତି ହେବ, ଯେଉଁଠି କେବଳ ମହିଳାମାନେ ରହିବେ । ଏହି ଭୋଟ୍‌ କେନ୍ଦ୍ରରେ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସୁରକ୍ଷା କର୍ମୀ ସମସ୍ତେ ମହିଳା ହିଁ ରହିବେ । ତେବେ କେନ୍ଦ୍ରରେ ଉଭୟ ପୁରୁଷ ଓ ମହିଳା ଭୋଟର୍‌ ମତଦାନ କରି ପାରିବେ ।
ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ । ଅତିକମ୍‌ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଏଁ ଏଭଳି ମହିଳା ଭୋଟ୍‌ କେନ୍ଦ୍ର କରିବରକୁ ସେ କହିଥିଲେ । ରାଜ୍ୟରେ ମୋଟ୍‌ ୬୦ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଗୋଟିଏ ଲେଖାଏଁ ମହିଳା ଭୋଟିଂ କେନ୍ଦ୍ର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.