Below header

ଅନଲାଇନରେ ମଗାଇଥିଲେ ୧୭୮ ଟଙ୍କାର ବର୍ଗର, ଆକାଉଣ୍ଟରୁ କଟିଗଲା ୨୧ ହଜାର ୮୬୫ ଟଙ୍କା

ଯଦି ଆପଣ ଗୁଗୁଲରୁ କଷ୍ଟମର କେୟାର ନମ୍ବରକୁ କଲ୍ କରୁଛନ୍ତି ଏବଂ ତାପରେ ଆପଣଙ୍କ ଫୋନରେ ଯେକୌଣସି ଆପ୍ ଡାଉନଲୋଡ୍ କରୁଛନ୍ତି ତେବେ ଏହି ଖବର ହେଉଛି ଆପଣଙ୍କ ଆଖି ଖୋଲିପାରେ । ନୋଏଡାର ଏକ ଆଇଟି କମ୍ପାନୀରେ କାର‌୍ୟ୍ୟ କରୁଥିବା ଜଣେ ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ଅନଲାଇନ୍ ବର୍ଗର ମଗାଇବା ଏତେ ମହଙ୍ଗା ପଡିଛି ଯେ ତାଙ୍କ ଆକାଉଣ୍ଟରୁ ୨୧,୮୬୫ ଟଙ୍କା ଚୋରି ହୋଇଯାଇଛି । ଯଦିଓ ଉକ୍ତ ବର୍ଗରର ମୂଲ୍ୟ ମାତ୍ର ୧୭୮ ଟଙ୍କା ରହିଥିଲା ।

ତେବେ ଏହି ପୁରା ମାମଲା ଏକ ରିମୋଟ କଣ୍ଟ୍ରୋଲ ଆପ୍ ସହିତ ଜଡିତ । ନୋଏଡା ସେକ୍ଟର-45 ର ଜଣେ ମହିଳା 178 ଟଙ୍କା ପ୍ରି-ପେମେଣ୍ଟ କରି ଏକ ବର୍ଗର ଅର୍ଡର କରିଥିଲେ । ବର୍ଗର ଡେଲିଭରି 35 ମିନିଟରେହେବାର ଥିଲା କିନ୍ତୁ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଡେଲିଭରି ନ ହେବାରୁ ମହିଳା ଜଣକ ରେଷ୍ଟୁରାଣ୍ଟର କର୍ମଚାରୀଙ୍କ ସହ ଚାଟ୍ କରିଥିଲେ ଏବଂ ସେ କହିଥିଲେ ଯେ ଏହି ଅର୍ଡରଟି କ୍ୟାନସେଲ କରିଦିଆଯାଇଛି ।

fraud

ଏହା ପରେ ମହିଳା ଜଣକ ତାଙ୍କ ଟଙ୍କା ଫେରସ୍ତ ପାଇବା ପାଇଁ ଗୁଗୁଲରେ ସମ୍ପୃକ୍ତ କମ୍ପାନୀର କଷ୍ଟମର କେୟାର ନମ୍ବରକୁ ଖୋଜି କଲ କରିଥିଲେ । ତେବେ ମହିଳା ସଂପୃକ୍ତ ନମ୍ବରକୁ କଲ କରିବା ପରେ ଜଣେ ବ୍ୟକ୍ତି ନିଜକୁ କମ୍ପାନୀର କର୍ମଚାରୀ ବୋଲି କହି ତାଙ୍କ ସହ କଥା ହୋଇଥିଲେ । ଅଭିଯୁକ୍ତ ମହିଳାଙ୍କୁ କହିଥିଲେ ଯେ ସେ କଲ୍ ମ୍ୟାନେଜର ଲେବୁଲକୁ ଟ୍ରାନ୍ସଫର କରୁଛନ୍ତି କହି ମହିଳାଙ୍କୁ ମୋବାଇଲରେ ଏକ ଆପ୍ ଡାଉନଲୋଡ୍ କରିବାକୁ କହିଥିଲେ। ତେବେ ମହିଳା ଜଣକ ଏହି ଆପ୍ ଡାଉନଲୋଡ୍ କରିବା ପରେ ଅଭିଯୁକ୍ତ ମହିଳାଙ୍କ ମୋବାଇଲ୍କୁ ନିଜ ଅଧୀନରେ ନେଇଥିଲା। ଏହି ଆପ୍ ରିମୋଟ୍ କଣ୍ଟ୍ରୋଲରେ ଥିଲା । ଏହା ପରେ ସେମାନେ ତାଙ୍କ ଆକାଉଣ୍ଟରୁ 21,865 ଟଙ୍କା ଉଠାଇ ନେଇଥିଲେ । ଟଙ୍କା ଲୁଟିବା ପରେ ଅଭିଯୁକ୍ତ ମହିଳାଙ୍କୁ ଦୁର୍ବ୍ୟବହାର କରି ଟଙ୍କା ଫେରସ୍ତ କରାଯିବ ବୋଲି କହିଥିଲେ। ତାସହିତ ଅଭିଯୁକ୍ତ କହିଥିଲା ଯେ ଯଦି ସେ ଅଭିଯୋଗ କରନ୍ତି ତେବେ ତାଙ୍କ ଆକାଉଣ୍ଟରୁ ଅଧିକ ଟଙ୍କା ଉଠାଇ ନେବେ। ଏ ନେଇ ପୀଡିତା ଜଣକ ସାଇବର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଛନ୍ତି।

ଏଭଳି ଘଟଣାକୁ ଏଡାଇବା ପାଇଁ ଉପାୟ ହେଉଛି କଷ୍ଟମର କେୟାର ନମ୍ବର ନିଅନ୍ତୁ ନାହିଁ । ସଂପୃକ୍ତ କମ୍ପାନୀର ଅଫିସିଆଲ୍ ୱେବସାଇଟରୁ ନମ୍ବର ନିଅନ୍ତୁ | ଏହା ବ୍ୟତୀତ କାହାର ନିର୍ଦେଶରେ ଆପଣଙ୍କ ଫୋନରେ କୌଣସି ପ୍ରକାରର ଆପ୍ ଇନଷ୍ଟଲ କରନ୍ତୁ ନାହିଁ । ପୋଲିସର ରେକର୍ଡ ଅନୁଯାୟୀ, ନୋଏଡାରେ ପ୍ରତି ମାସରେ 100 ରୁ ଅଧିକ ସାଇବର ଠକେଇ ମାମଲା ରହିଛି। ଏଥିମଧ୍ୟରୁ କେବଳ ପାଞ୍ଚ ପ୍ରତିଶତ ପ୍ରକାଶ ପାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.