Below header

ଆଜି ପ୍ଲେ ଅଫ ମ୍ୟାଚରେ ସ୍ଥାନ ପାଇବାକୁ ଲଢେଇ କରିବେ କିଙ୍ଗସ ଇଲେଭେନ ପଞ୍ଜାବ ଏବଂ ରାଜସ୍ଥାନ ରୟାଲ୍ସ

ଆଜି ଚଳିତ ଆଇପିଏଲ୍ ସିଜିନ ୧୩ ମ୍ୟାଚ ୫୦ରେ ମୁହାଁମୁହିଁ ହେବେ କିଙ୍ଗସ ଇଲେଭେନ ପଞ୍ଜାବ ଏବଂ ରାଜସ୍ଥାନ ରୟାଲ୍ସ। ଉଭୟ ଦଳ ପାଇଁ ଏହି ମ୍ୟାଚ୍ ‘କର ବା ମର’ ପରସ୍ଥିତି ସଦୃଶ ରହିଛି । ପ୍ଲେ-ଅଫ୍ ଦୌଡ଼ରେ ରହିବାକୁ ହେଲେ ମ୍ୟାଚ୍ ଜିତିବା ଜରୁରୀ।

ରୟାଲ୍ସ ପାଇଁ ଆଜିର ମ୍ୟାଚ୍ ସବୁଠୁ ଗୁରୁତ୍ୱପୂର୍ଣ୍ଣ ରହିଛି। ଦଳ ୧୨ମ୍ୟାଚ୍ରୁ ୫ ବିଜୟ ସହ ମୋଟ ୧୦ପଏଣ୍ଟ ପାଇ ତାଲିକାର ସପ୍ତମ ସ୍ଥାନରେ ରହିଛି। ଦଳର ଆଉ ମାତ୍ର ୨ଟି ମ୍ୟାଚ୍ ବାକି ଅଛି। କିଙ୍ଗ୍ସ ଏକାଦଶଠୁ ପରାଜିତ ହେଲେ ପ୍ଲେ-ଅଫ୍ରୁ ବାଦ୍ ପଡ଼ିବା ନିଶ୍ଚିତ। ଅନ୍ୟ ପଟରେ କିଙ୍ଗ୍ସ ଏକାଦଶ ୧୨ମ୍ୟାଚ୍ରୁ ୬ ବିଜୟ ସହ ମୋଟ ୧୨ପଏଣ୍ଟ ପାଇ ତାଲିକାର ଚତୁର୍ଥ ସ୍ଥାନରେ ରହିଛି । ରୟାଲ୍ସଠୁ ହାରିଲେ ଦଳର ପ୍ଲେ-ଅଫ୍ ରାସ୍ତା କଷ୍ଟକର ହୋଇଯିବ । ତେଣୁ ମ୍ୟାଚ୍ ବିଜୟୀ ହୋଇ କିଙ୍ଗ୍ସ ଏକାଦଶ ପ୍ଲେ-ଅଫ୍ ଦୌଡ଼ରେ ରହିବାକୁ ପ୍ରୟାସ କରିବ ।

ରୟାଲ୍ସ ଦଳ ପୂର୍ବ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଦୃଢ଼ ମନୋବଳରେ ରହିଛି। ଷ୍ଟୋକ୍ସ ଏହି ମ୍ୟାଚ୍ରେ ଶତକ ହାସଲ କରିଥିଲେ। ଅନ୍ୟ ପଟରେ ସଞ୍ଜୁ ସାମସନ୍ ମଧ୍ୟ ଫର୍ମକୁ ଫେରିଛନ୍ତି। କିଙ୍ଗ୍ସ ଏକାଦଶକୁ ହରାଇବାକୁ ହେଲେ ବୋଲରମାନଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.