Below header

ରାଉରକେଲାରେ ଆଉ ଏକ GST ଠକେଇର ପର୍ଦ୍ଦାଫାଶ, ଏଥର ଶିକାର ହେଲେ ଉଠା ଚାହା ଦୋକାନୀ

ରାଉରକେଲା(କେ ନ୍ୟୁଜ): ରାଉରକେଲାରେ ପୁଣି ଜିଏସଟି ଠକେଇର ପର୍ଦ୍ଦାଫାଶ । ଏପରି ଏକ ଠକେଇର ଶିକାର ହୋଇଛନ୍ତି ରାଉରକେଲା ବାଲୁଘାଟ ଅଞ୍ଚଳରର ଉଠା ଚାହାଦୋକାନୀଙ୍କ ପରିବାର । ଘରର ଅସୁବିଧା ଓ ପରିବାର ପ୍ରତିପୋଷଣ ପାଇଁ ଚାକିରି ଦେବା ର ଲୋଭ ଦେଖାଇ ଜରୁରୀ କାଗଜପତ୍ର ନେଇ ଜାଲକମ୍ପାନୀ ଖୋଲି ଜିଏସଟି ଠକେଇ କରିଥିବା ଅଭିଯୋଗ । ଜିଏସଟି ପକ୍ଷରୁ ଟ୍ୟାକ୍ସ ଆଦାୟ ନେଇ ନୋଟିସ ଜାରି ହୋଇଛି ।

କହିରଖିବା ଉଚିତ ହେବକି ଗୁରୁବାର ବି ରାଉରକେଲାରେ ଏକ ବଡ ଧରଣର ଜିଏସ୍ଟି ଠକେଇ ଘଟଣା ସାମ୍ନାକୁ ଆସିଥିଲା । ଏହି ଘଟଣାରେ ଜଣେ ଡ୍ରାଇଭରଙ୍କ ନା ପଦାକୁ ଆସିଥିବା ବେଳେ ୨୮କୋଟି ଟଙ୍କାର ଜିଏସ୍ଟି ଠକେଇ ହୋଇଥିବା ନେଇ ଜଣାଯାଇଥିଲା । ଏନେଇ ଡ୍ରାଇଭର ଜଣଙ୍କୁ ୪  କୋଟି ଟଙ୍କାର ଫାଇନ ନେଇ ମଧ୍ୟ ନୋଟିସ ଜାରି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.