Below header

ପାଲା ଗାୟକଙ୍କ ପୁଅ OASରେ ସଫଳ, ଘରେ ଖୁସିର ମାହୋଲ

ପରିଶ୍ରମର ଫଳ କେବେ ବୃଥା ଯାଏନା। ପରିଶ୍ରମ ଫଳର ଖୁସି ଯେ ଏତେ ମିଳିବ ବାପା, ମାଆ କେବେ ବି ଭାବି ନଥିଲେ। ଅଭାବ ଅନଟନ ଭିତରେ ରହି ଛୋଟ ଛୋଟ ପିଲାଙ୍କୁ ଟିଉସନ କରି ଆଜି ସଫଳତାର ଶିଖରରେ ପହଞ୍ଚି ପାରିଛନ୍ତି ପ୍ରକାଶ ।

ଗୋପ(କେନ୍ୟୁଜ୍): ପରିଶ୍ରମର ଫଳ କେବେ ବୃଥା ଯାଏନା। ପରିଶ୍ରମ ଫଳର ଖୁସି ଯେ ଏତେ ମିଳିବ ବାପା, ମାଆ କେବେ ବି ଭାବି ନଥିଲେ। ଅଭାବ ଅନଟନ ଭିତରେ ରହି ଛୋଟ ଛୋଟ ପିଲାଙ୍କୁ ଟିଉସନ କରି ଆଜି ସଫଳତାର ଶିଖରରେ ପହଞ୍ଚି ପାରିଛନ୍ତି। ତାଙ୍କ ସଫଳତାର କାହାଣୀ ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ।

ପୁରୀ ଜିଲ୍ଲା ନିମାପଡା ବ୍ଲକ ପାଇଁ ଗୌରବ ଆଣିଥିବା ପ୍ରକାଶ ପରିଡ଼ା । ପ୍ରକାଶିତ ଓଡିଶା ସିଭିଲ ସର୍ଭିସ ଫଳାଫଳରେ ୨୪୦ ରାଙ୍କ ରଖି ସେ ଉତିନ୍ନ ହୋଇଛନ୍ତି। ପୁରୀ ଜିଲ୍ଲା ନିମାପଡା ବ୍ଲକ ଅଧୀନ ଧନୁଆ ଗ୍ରାମ ପଞ୍ଚାୟତର ବଉଳପଦା ଗାଁ । ଏହି ଗାଁରେ ଏହି ଖବର ପ୍ରଚାର ହେବା ପରେ ଚାରିଆଡେ ଖେଳି ଯାଇଛି ଆନନ୍ଦର ଲହରୀ। ଗାଁର ସୁନା ପୁଅ ପ୍ରକାଶ OASରେ କୃତକାର୍ଯ୍ୟ ହୋଇଛନ୍ତି। ପାଲା ଗାୟକ ବାପାଙ୍କର ସ୍ୱଳ୍ପ ରୋଜଗାର ତାଙ୍କୁ ପଛକୁ ଫେରାଇ ଦେଇନି । ନିଜ ଗୋଡ଼ରେ ନିଜେ ଠିଆହେବାର ଦୃଢତା ତାଙ୍କୁ ଦେଇଛି ସଫଳତା। ତାଙ୍କର ଏହି ବିଜୟ ସମସ୍ତଙ୍କୁ ଦେଇଛି ଆନନ୍ଦ, ପ୍ରେରଣା ଦେଇଛି ଅନ୍ୟ ବିଦ୍ୟାର୍ଥୀଙ୍କୁ। ଆଉ ପୁଅର ସଫଳତାରେ ମାଙ୍କ ଆଖିରୁ ଝରି ପଡୁଛି ଆଶୀର୍ବାଦର ଲୁହ।

OAS GOP

ଗାଁ ସ୍କୁଲରେ ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷା ସମାପ୍ତ ପରେ ନିମାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ପ୍ରକାଶ । ଏହାପରେ ନିଜ ସ୍ୱପ୍ନ ସାକାର କରିବା ପାଇଁ ପରିଶ୍ରମକୁ ଆହୁରି ଜୋରଦାର କଲେ । କଲେଜରେ ପଢିଲାବେଳେ ଆରମ୍ଭ କରିଥିଲେ ଟ୍ୟୁସନ । ସେଇ ଟ୍ୟୁସନର ରୋଜଗାରରୁ ହିଁ ସେ ପରିବାର ଚଳାଇବା ସହିତ କଂପିଟେଟିଭ ଦେବାକଚ ସାମର୍ଥ୍ୟ ହେଲେ। ତେବେ ଏହି ସଫଳତା ପରେ ବି ସେ ବିଦ୍ୟାଦାନ କରିବାକୁ ପଛାଇବେନି । ପୁଅର ପରିଶ୍ରମ ପାଇଁ ଆଜି ଏ ସବୁ ସମ୍ଭବ ହୋଇଥିବାବେଳେ ଏହି ସଫଳତାରେ ବେଶ ଖୁସି ଗରିବ ବାପା।

ଆର୍ଥିକ ସ୍ୱଚ୍ଛଳତା ନୁହେଁ ଦୃଢ଼ ମନୋବଳ ଆଣିଦିଏ ସଫଳତା । ଯାହା ପ୍ରକାଶଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି । ପ୍ରକାଶ ଆହୁରି ଆଗକୁ ଯାଆନ୍ତୁ ଅଧିକ ଗୌରବ ଆଣନ୍ତୁ ଏହା ହିଁ ଅଆଶା କରିଛନ୍ତି ପରିବାର ସହ ଗ୍ରାମବାସୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.